Posted inଖେଳ

କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୫: ତାମିଲନାଡ଼ୁର ସଲେମ ଜିଲାରୁ ୩୫ କିମି ଦୂର ଚିନ୍ନାପମପଟ୍ଟି ଗାଁରେ ବାମହାତୀ ପେସର ଟି ନଟରାଜନଙ୍କ ଜନ୍ମ। ଗରିବ ପରିବାରର ଥିବାରୁ ନଟରାଜନଙ୍କ ଜୀବନ ନାନାଦି ସଂଘର୍ଷ ଦେଇ ଗତି କରିଛି। ତାଙ୍କ ମା’ ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ। ଏପରିକି ତାଙ୍କ ବାପା ରେଳ ଷ୍ଟେଶନରେ ପୋର୍ଟର କାମ କରୁଥିଲେ। ଏକ ସମୟରେ କ୍ରିକେଟ କିଟ୍‌ କିଣିବା ଲାଗି ନଟରାଜନଙ୍କ ପାଖରେ ଟଙ୍କା ନ ଥିଲା। ହେଲେ ଜିଲାସ୍ତରୀୟ କ୍ରିକେଟର ଜୟପ୍ରକାଶଙ୍କ ନଜର ପଡ଼ିବା ପରେ ତାଙ୍କ ଭାଗ୍ୟ ଚମକିଥିଲା। ଜୟପ୍ରକାଶ କ୍ରିକେଟର ଭାବେ ସେତେଟା ସଫଳ ନ ଥିଲେ ହେଁ ନଟରାଜନଙ୍କ ପ୍ରତିଭାକୁ ସେ ଜାଣିପାରିଥିଲେ। ତାଙ୍କ ପ୍ରଚେଷ୍ଟା ଯୋଗୁ ନଟରାଜନଙ୍କୁ ତାମିଲନାଡ଼ୁ କ୍ରିକେଟ ଆସୋସିଏଶନର ଏକ ଲିଗ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ଏହାପରେ ତାମିଲନାଡ଼ୁ କ୍ରିକେଟ ଟିମ୍‌ରେ ତାଙ୍କ ଚୟନ ହୋଇଥିଲା। ୨୦୧୬ରେ ତାମିଲନାଡ଼ୁ ପ୍ରିମିୟର ଲିଗ୍‌ରେ ସୁପର ଓଭର ସମୟରେ ୬ରୁ ୬ ବଲ ୟର୍କର ଫିଙ୍ଗି ଚର୍ଚ୍ଚାକୁ ଆସିଥିଲେ ସେ। ପରେ ୨୦୧୭ରେ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳ ତାଙ୍କୁ ୩ କୋଟି ଟଙ୍କା ଦେଇ କିଣିଥିଲା। କୋଟିପତି ହେବା ପରେ ସେ ନିଜ ଝାଟିମାଟି ଘରକୁ ବଙ୍ଗଳା କରିଥିଲେ। ଏହାଛଡ଼ା ସେ ସ୍ଥାନୀୟ ପିଲାମାନଙ୍କପାଇଁ କ୍ରିକେଟ ଏକାଡେମୀ ଆରମ୍ଭ କରି ସମସ୍ତଙ୍କୁ ପ୍ରେରଣା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri