ମିଳିପାରୁନି ସ୍ଲଟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଟିକାକରଣକୁ ନେଇ ବିଭିନ୍ନ ସମୟରେ ନାନା ଅଭିଯୋଗ ହେଉଛି। କେତେବେଳେ ଟୋକନ୍‌ ବଣ୍ଟାକୁ ନେଇ ତ ଆଉ କେତେବେଳେ ଗାଡ଼ିରେ ଟିକାକରଣ (ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ)କୁ ନେଇ ଚର୍ଚ୍ଚାକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଟୋକନ୍‌ ବଣ୍ଟାରେ ବିବାଦ ଉପୁଜିବାରୁ ଗତ ୫ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ଲୋକମାନେ ସ୍ଲଟ୍‌ ବୁକିଂ କରିବା ପରେ ଦିଆଯାଉଥିବା ସମୟ ଅନୁସାରେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଉଛନ୍ତି। ହେଲେ ଅଧିକାଶ ସ୍ଥାନରେ ବୁକିଂ ପୂର୍ବରୁ ସ୍ଲଟ୍‌ ସରିଯାଉଥିବା ନେଇ ଅଭିଯୋଗ ଆସୁଛି। ପଞ୍ଜୀକରଣ ସତ୍ତ୍ୱେ ସ୍ଲଟ ମିଳୁ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗୁରୁବାର ବିଏମ୍‌ସି ପକ୍ଷରୁ ୧୮ରୁ ୪୪ବର୍ଷୀୟଙ୍କ ପାଇଁ ୨୮ ଓ ୨୯,୩୧ ଓ ଜୁନ୍‌ ୧ ଏବଂ ୪୫ ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ୩୧ ଓ ଜୁନ୍‌ ୧ ପାଇଁ ନୂଆ ସ୍ଲଟ୍‌ ଆରମ୍ଭ କରାଯାଇଛି। ଗୁରୁବାର ସନ୍ଧ୍ୟା ୭ଟାରୁ ଏହି ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଥିଲା। ଭୁବନେଶ୍ୱରର ୧୩ଟି କେନ୍ଦ୍ର ପାଇଁ ପ୍ରାୟ ୧୨ଶହ ସ୍ଲଟ ବୁକିଂ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁସାରେ ଲୋକମାନେ କୋଓ୍ବିନ୍‌ ଜରିଆରେ ନାମ ପଞ୍ଜୀକରଣ ସହ ସ୍ଲଟ ବୁକିଂ ପାଇଁ ଚେଷ୍ଟା କରିଥିଲେ। ହେଲେ ସ୍ଲଟ ବୁକିଂ ଆରମ୍ଭ ହେବାର କିଛି ସମୟ ପରେ ସ୍ଲଟ ଶେଷ ହୋଇଯାଇଥିବା ଅଧିକାଂଶ ଲୋକ ଜାଣିବାକୁ ପାଇଥିଲେ। ହାତଗଣତି କେତେଟା ସେଣ୍ଟରକୁ ଛାଡ଼ି ଦେଲେ ଅନ୍ୟ ସବୁଗୁଡ଼ିକରେ ବୁକିଂ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀଙ୍କ ପାଇଁ ଅଧିକାଂଶ ସ୍ଥାନରେ ସ୍ଲଟ୍‌ ବୁକ୍‌ ହୋଇ ସାରିଥିବାବେଳେ ଅନ୍ୟ କେତେକ ସ୍ଥାନରେ ସ୍ଲଟ୍‌ ଉପଲବ୍ଧ ନ ଥିବା ଦର୍ଶାଇଥିଲା।
ସ୍ଲଟ ବୁକିଂ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ପଟିଆ ଅଞ୍ଚଳର ଡାକ୍ତର ମାନସ ଦାସ କହିଛନ୍ତି ଯେ, ଟିକା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଓ୍ବେବସାଇଟ ସବୁ ସମୟରେ ସର୍ଭର ଡାଉନ ରହୁଛି। ଏପରି କି ବିଏମ୍‌ସି ପକ୍ଷରୁ ବିଭିନ୍ନ ସମୟରେ ଦିଆଯାଉଥିବା ସ୍ବତନ୍ତ୍ର ଲିଙ୍କ୍‌ରେ ମଧ୍ୟ ସ୍ଲଟ ବୁକିଂ ହୋଇପାରୁ ନାହିଁ। ଫଳରେ ଟିକା ନେବା ବର୍ତ୍ତମାନ ସମୟରେ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଋତୁପର୍ଣ୍ଣା ଭୋଇ ନାମ୍ନୀ ଜଣେ ଛାତ୍ରୀଙ୍କ କହିବା ହେଲା ୧୮ ବର୍ଷରୁ ଊର୍ଦ୍ଧ୍ୱ ଟିକା ପାଇଁ ସ୍ଲଟ ବୁକିଂ ବାଧ୍ୟତାମୂଳକ ହୋଇଥିବାବେଳେ ପ୍ରତିଦିନ ସ୍ଲଟ ପାଇଁ ଅନ୍‌ଲାଇନରେ ଫାଙ୍କ ସ୍ଥାନ ଖୋଜି ଖୋଜି ସମୟ ଯାଉଛି। ହେଲେ ସ୍ଲଟ ମିଳୁନାହିଁ। ଟିକାକରଣ ପାଇଁ ସଫଳତାର ସହ ରେଜ୍ରିଷ୍ଟେଶନ ହୋଇଯାଇଥିବା ଉକ୍ତ ମେସଜକୁ ମଧ୍ୟ କୌଣସି ସ୍ଥାନରେ ଗ୍ରହଣ କରାଯାଉ ନାହିଁ। ସ୍ଲଟ ନ ମିଳିବା ସମ୍ପର୍କରେ ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଶାରୀରିକ ଅସୁସ୍ଥତା ଦର୍ଶାଇ ସେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri