Posted inଖେଳ

ପ୍ରେମ ପାଇଁ ପରିବାରଲୋକଙ୍କୁ ଏଭଳି ବଡ଼ ମିଛ କହିଥିଲେ ମାଷ୍ଟର ବ୍ଲାଷ୍ଟର; ହଁ ଭରିଥିଲେ ସ୍ତ୍ରୀ ଅଞ୍ଜଳି

ନୂଆଦିଲ୍ଲୀ,୨୫।୫: ବିଶ୍ୱର ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ନିଜର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ସେ କ୍ରିକେଟ ଇତିହାସରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦିନ ଥିଲା ଯେତେବେଳେ ସଚିନ ବେଶ ଲାଜକୁଳା ଥିଲେ। କଥାଟି ତାଙ୍କ କ୍ରିକେଟ କ୍ୟାରିୟର ଆରମ୍ଭ ସମୟର। ଏହାସତ୍ତ୍ୱେ ମାତ୍ର ୧୭ ବର୍ଷ ବୟସରେ ସେ ପ୍ରେମ କରି ବସିଥିଲେ। ୧୯୯୦ରେ ସେ ବମ୍ବେ ବିମାନବନ୍ଦରରେ ଅଞ୍ଜଳିଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ। ଅଞ୍ଜଳି ମା’ଙ୍କୁ ନେବା ଲାଗି ସେଠାକୁ ଆସିଥିବା ବେଳେ ସଚିନ ଇଂଲଣ୍ଡ ଗସ୍ତରୁ ଫେରୁଥିଲେ। ପରେ ଏକ ବନ୍ଧୁଙ୍କ ଯୋଗୁ ସେମାନେ ପରସ୍ପରକୁ ଜାଣିଥିଲେ। ଏହାପରେ ଉଭୟ ଦୀର୍ଘ ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ଶେଷରେ ୧୯୯୫ ମେ’ ୨୫ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସଚିନ ପ୍ରେମ ପାଇଁ ପରିବାରଲୋକଙ୍କୁ ଏକ ବଡ଼ ମିଛ କହିଥିଲେ। ସେ ପ୍ରେମିକା ଅଞ୍ଜଳି ଜଣେ ସାମ୍ବାଦିକା ବୋଲି କହି ପରିବାରଲୋକଙ୍କ ସହ ଚିହ୍ନା ପରିଚୟ କରାଇଥିଲେ। ସେତେବେଳେ ଅଞ୍ଜଳି ଡାକ୍ତରୀ ପାଠ ପଢ଼ୁଥିଲେ। ୨୦୧୫ରେ ସଚିନଙ୍କ ଆତ୍ମଜୀବନୀ ‘ପ୍ଲେଇଂ ଇଟ୍‌ ମାଇ ଓ୍ବେ’ର ଉନ୍ମୋଚନ ଉତ୍ସବରେ ଅଞ୍ଜଳି ଏନେଇ ସବିଶେଷ ଜଣାଇଥିଲେ। ସେ କହିଥିଲେ ସଚିନ ପ୍ରଥମ ଥର ଘରକୁ ଡାକିବା ସମୟରେ ବହୁତ ଡ଼ରି ଯାଇଥିଲେ। ଉଭୟଙ୍କ ପରିବାରଲୋକେ ସେମାନଙ୍କ ଭଲପାଇବା ବିଷୟରେ ନ ଜାଣନ୍ତୁ ବୋଲି ସେ ଚାହୁଁଥିଲେ। ଏଥିନେଇ ଜଣେ ଖବରଦାତା ଭାବେ ପରିବାରଲୋକଙ୍କ ସହ ମିଶାଇବେ ବୋଲି ସେ ମନସ୍ଥ କରିଥିଲେ। ତାହା ହିଁ ହୋଇଥିଲା। ସାଲଓ୍ବାର ପିନ୍ଧି ସଚିନଙ୍କୁ ଭେଟିବାକୁ ପହଞ୍ଚିଥିଲେ ଅଞ୍ଜଳି। ଆଜି ଅର୍ଥାତ ମଙ୍ଗଳବାର ଉଭୟ ବିବାହର ୨୬ତମ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri