ଘାରିଛି କୋଭିଡ୍‌ ଭୟ: ଜେଲରେ ବଢୁଛି ସଂକ୍ରମଣ

ବ୍ରହ୍ମପୁର ଅଫିସ/ପଦ୍ମପୁର(ଡି.ଏନ.ଏ.), ୨୩।୫: କରୋନାର କରାଳ ରୂପରୁ ବାଦ୍‌ ପଡ଼ିନି କାରାଗାର। ରାଜ୍ୟର ବିଭିନ୍ନ ଜେଲରେ କଏଦୀ, ବିଚାରାଧୀନ ବନ୍ଦୀଙ୍କ ସମେତ କର୍ମଚାରୀ ସଂକ୍ରମଣର ଶିକାର ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଚିନ୍ତା ବଢ଼ିଛି। ରାଜ୍ୟର ହାଇପ୍ରୋଫାଇଲ ଅପରାଧୀଙ୍କ କାରଗାର ଭାବେ ପରିଚିତ ଝାରପଡ଼ା ଜେଲ ପରେ ଗଞ୍ଜାମ ଜିଲାର ବ୍ରହ୍ମପୁର ମଣ୍ଡଳ କାରଗାର ଏବଂ ବରଗଡ଼ ଜିଲା ପଦ୍ମପୁର ସବ୍‌ଜେଲକୁ ଘାରିଛି କୋଭିଡ୍‌ ଭୟ। ଦିନକୁ ଦିନ ବିଗୁଡୁଥିବାବେଳେ କଏଦୀ ଏବଂ କର୍ମଚାରୀଙ୍କ ସୁରକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ପଦ୍ମପୁର ସବ୍‌ଜେଲର ୮୩ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ତହସିଲ ସାହୁଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସବ୍‌ଜେଲର ୧୨୪ଜଣ ଅନ୍ତେବାସୀ ଏବଂ ୮ଜଣ ଷ୍ଟାଫ୍‌ଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୩ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ସ୍ଥାନୀୟ କୋଭିଡ୍‌ କେୟାର ସେଣ୍ଟରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅକ୍ସିଜେନ ଦିଆଯାଉଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପଦ୍ମପୁର ଉପଜିଲାପାଳ ତ୍ରିଲୋଚନ ପାତ୍ର, ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ, ଆଇଆଇସି ରାଜେନ୍ଦ୍ର କୁମାର ସିଆଲ ପ୍ରମୁଖ ସବ୍‌ଜେଲ ପରିଦର୍ଶନ କରି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଅନୁରୂପ ଭାବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଂକ୍ରମଣର ଶିକାର ହୋଇଥିବା ଏକଦୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୪୪ ଜଣଙ୍କ ମଧ୍ୟରୁ ଜଣେ କଏଦୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶନିବାର ଆଇଟିଆଇ ହଷ୍ଟେଲରେ ଖୋଲା ଯାଇଥିବା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪୩ ଜଣ ଜେଲ୍‌ ପରିସରରେ ଥିବା ଡିସିସିସିରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜେଲର୍‌ ସତ୍ୟନାରାୟଣ ବେହେରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମପୁର କାରାଗାରର ମୋଟ ୮୪ଜଣଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିବାବେଳେ ୪୬ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଶନିବାର ସୁଦ୍ଧା ଜେଲରେ କଏଦୀଙ୍କ ସଂଖ୍ୟା ୮୯୩ ରହିଛି। ୮୪ ଜଣଙ୍କ ବାଦ୍‌ ଦେଇ ଅନ୍ୟମାନଙ୍କ କରୋନା ପରୀକ୍ଷା କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଥିବା ଜେଲର୍‌ କହିଛନ୍ତି। ଅନ୍ୟପଟେ ଏଠାରେ ରହୁଥିବା ୩୫ ଏକଦୀଙ୍କୁ ପାରୋଲରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ଇତିମଧ୍ୟରେ ପର୍ଯ୍ୟାୟକ୍ରମେ ୨୩ଜଣଙ୍କୁ ଛଡ଼ାଗଲାଣି। ଅନ୍ୟ ୧୨ଜଣଙ୍କୁ ଶୀଘ୍ର ଛଡ଼ାଯିବ ବୋଲି ଜେଲର୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଗତ ୧୩ ତାରିଖରେ ୭ଜଣ, ୧୭ ତାରିଖରେ ୬, ୧୮ ତାରିଖରେ ୪, ୧୯ ତାରିଖରେ ୩, ୨୦ ତାରିଖରେ ଜଣେ ଏବଂ ଶୁକ୍ରବାର ୨ଜଣଙ୍କୁ ୯୦ ଦିନ ପାଇଁ ପାରୋଲରେ ଛଡ଼ାଯାଇଛି। ଏଠାରେ ଦୁଇ ପର୍ଯ୍ୟାୟରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ୯୫ କଏଦୀ ଟିକା ନେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri