Posted inଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳକୁ ଛେତ୍ରୀଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ ଫୁଟ୍‌ବଲ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ପରେ ସେ ୨୦୨୨ ବିଶ୍ୱକପ୍‌ ପାଇଁ ଘୋଷିତ ୨୮ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ୱକପ୍‌ ଓ ଏସିଆନ କପ୍‌ କ୍ୱାଲିଫାୟର୍ସ ଖେଳିବାକୁ ଏହି ଭାରତୀୟ ଦଳ ବୁଧବାର ଦୋହା ଯାତ୍ରା କରିଛି।
କାତାର ରାଜଧାନୀ ଦୋହାରେ ଏକ ବାୟୋ ବବଲ୍‌ରେ ଭାରତୀୟ ଦଳ ଏକ ପ୍ରସ୍ତୁତି ଶିବିରରେ ଯୋଗଦେଇ ଅଭ୍ୟାସ କରିବ। ଜୁନ୍‌ ୩ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ କାତାରକୁ ଭେଟିବ। ମାର୍ଚ୍ଚ ୨୫ ଓ ୨୯ ତାରିଖରେ ଭାରତ ଯଥାକ୍ରମେ ଓମାନ ଓ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଛେତ୍ରୀ ଦୁଇଟି ମ୍ୟାଚ୍‌ ଖେଳିପାରି ନ ଥିଲେ। ଏବେ ସେ ଆଗାମୀ ମ୍ୟାଚ୍‌ ପାଇଁ ଉପଲବ୍ଧ ହେବେ। କାତାର ଯିବାର ପୂର୍ବରୁ ସବୁ ଖେଳାଳି ଗତ ୪୮ ଘଣ୍ଟା ମଧ୍ୟରେ ଆରଟି- ପିସିଆର କୋଭିଡ୍‌- ୧୯ ଟେଷ୍ଟ କରାଇବା ସହ ନେଗେଟିଭ ରିପୋର୍ଟ ତାଙ୍କ ସହ ନେବା ଆବଶ୍ୟକ ବୋଲି କୁହାଯାଇଛି। କାତାର ପ୍ରସ୍ଥାନ କରିବା ପୂର୍ବରୁ ସବୁ ଖେଳାଳି ଦିଲ୍ଲୀରେ ମେ’ ୧୫ରୁ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି।
ଏଫ୍‌ସି ଗୋଆ ମିଡ୍‌ଫିଲ୍ଡର ଗ୍ଲନ ମାର୍ଟିନ୍ସ ପ୍ରଥମଥର ପାଇଁ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଉଡନ୍ତା ସିଂ, ବ୍ରାଣ୍ଡନ ଫର୍ନାଣ୍ଡିଜ୍‌, ପ୍ରଣୟ ହାଲଦାର ଓ ଅବଦୁଲ ସାହାଲଙ୍କ ଭଳି ଓ୍ବିଙ୍ଗର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜିକ୍‌ସନ ସିଂ, ରେନାଏର ଫର୍ନାଣ୍ଡିଜ୍‌ ଓ ହାଲିଚରନ ନର୍ଜାରେଙ୍କ ଭଳି ମିଡ୍‌ଫିଲ୍ଡର ଓ ଫରଓ୍ବାର୍ଡ ହିତେଶ ଶର୍ମା ଦଳରୁ ବାଦ୍‌ ପଡିଛନ୍ତି। ଡିଫେଣ୍ଡର ରାହୁଲ ଭେକେ, ନରେନ୍ଦର ଗେଲ୍‌ହଟ ଓ ସୁଭାଶିଷ ବୋଷ ଦଳକୁ ଫେରିଛନ୍ତି। ଅନ୍ୟପଟେ ଆଶୁତୋଷ ମେହଟା, ମାନ୍ଦାର ରାଓ ଦେଶାଇ ଓ ମଶଉର ଶିରିଫ୍‌ ଦଳରୁ ବାଦ୍‌ ପଡିଛନ୍ତି। କୋଚ୍‌ ଆଇଗର ଷ୍ଟିମାକ ଦଳରେ ୩ଜଣ ଗୋଲକିପରଙ୍କୁ ସାମିଲ କରିଛନ୍ତି। କିନ୍ତୁ ସୁଭାଶିଷ ରଏ ଚୌଧୁରୀ ବାଦ୍‌ ପଡିଛନ୍ତି।
ଭାରତ ବିଶ୍ୱକପ୍‌ ଦୌଡ଼ରୁ ବାଦ୍‌ ପଡିସାରିଛି। ତେବେ ଚାଇନାରେ ଆୟୋଜନ ହେବାକୁ ଥିବା ୨୦୨୩ ଏସିଆନ୍‌ କପ୍‌ରେ ସ୍ଥାନ ପାଇବାକୁ ଭାରତ ପ୍ରୟାସ କରିବ। ଗ୍ରୁପ୍‌ ଇ’ରେ ୩ ପଏଣ୍ଟ ହାସଲ କରି ଭାରତ ଚତୁର୍ଥ ସ୍ଥାନରେ ରହିଛି। ମହାମାରୀ ଯୋଗୁ ଆମ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ମେ’ ମାସରେ କୋଲକାତାରେ ଆୟୋଜନ ହେବାକୁ ଥିବା ଆମ ପ୍ରଶିକ୍ଷଣ ଶିବିର ବାତିଲ ହୋଇଥିଲା। ଦୁବାଇରେ ଖେଳାଯିବାକୁ ଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଥିଲା। ଜୁନ୍‌ ୩ରେ ଭାରତୀୟ ଫୁଟ୍‌ବଲ ଦଳ କାତାରକୁ, ଜୁନ୍‌ ୭ରେ ବାଂଲାଦେଶକୁ ଓ ଜୁନ୍‌ ୧୫ରେ ଆଫଗାନିସ୍ତାନକୁ ଭେଟିବ।
ଭାରତୀୟ ଦଳ:
ଗୋଲ କିପର- ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ, ଧୀରଜ ସିଂ।
ଡିଫେଣ୍ଡର- ପ୍ରୀତମ୍‌ କୋଟାଲ, ରାହୁଲ ଭେକେ, ନରେନ୍ଦର ଗେହଲଟ, ଚିଙ୍ଗଲେସାନା ସିଂ, ସନ୍ଦେଶ ଝିନ୍‌ଗାନ, ଆଦିଲ ଖାଁ, ଆକାଶ ମିଶ୍ରା, ସୁଭାଷିଶ ବୋଷ।
ମିଡ୍‌ଫିଲ୍ଡର- ଉଡନ୍ତା ସିଂ, ବ୍ରାଣ୍ଡନ ଫର୍ନାଣ୍ଡିଜ୍‌, ଲିଷ୍ଟନ କୋଲାକୋ, ରୋଲିନ ବର୍ଗସ, ଗ୍ଲାନ ମାର୍ଟିନ୍ସ, ଅନୁରିଦ୍ଧ ଥାପ୍ପା, ପ୍ରଣୟ ହାଲଦାର, ସୁରେଶ ସିଂ, ଲାଲେଙ୍ଗମାଓ୍ବିଆ ରାଲଟେ, ଅବଦୁଲ ସାହାଲ, ୟାସିର ମହମ୍ମଦ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ବିପିନ ସିଂ, ଆଶିକ୍‌ କୁରୁନିୟାନ।
ଫରଓ୍ବାଡର୍‌ସ: ଇଶାନ ପଣ୍ଡିତ, ସୁନୀଲ ଛେତ୍ରୀ, ମନବୀର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri