Posted inଜାତୀୟ

କଶ୍ମୀରରେ ଗାଜା ତାତି

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୫: ପାଲେଷ୍ଟାଇନ୍‌ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଜମ୍ମୁ-କଶ୍ମୀର ପୋଲିସ ଅନୂ୍ୟନ ୨୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଗ୍ରାଫିଟି ଆର୍ଟିଷ୍ଟ ଓ ଜଣେ ଧର୍ମଗୁରୁ ରହିଛନ୍ତି। ଶ୍ରୀନଗରର ୩୨ ବର୍ଷୀୟ ଗ୍ରାଫିଟି ଆର୍ଟିଷ୍ଟ ମୁଦାସିର ଗୁଲ୍‌ଙ୍କ ଦୋଷ ହେଲା ସେ ପାଲେଷ୍ଟାଇନ୍‌ର ଜଣେ ମହିଳାଙ୍କ ପ୍ରାଚୀର ଚିତ୍ର ଆଙ୍କିଥିଲେ। ସେହିପରି ପାଲେଷ୍ଟାଇନ୍‌ ନାଗରିକଙ୍କ ପାଇଁ ଏକ ମସ୍‌ଜିଦରେ ପ୍ରାର୍ଥନା କରିଥିବା ଶୋପିଆନ୍‌ ଧର୍ମଗୁରୁ ସର୍ଜନ ବରକାତିଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି। ଏହାକୁ ନେଇ ସମଗ୍ର ଉପତ୍ୟକାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବା ସହ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି।
ଜେରୁଜେଲମ୍‌କୁ ନେଇ ପ୍ରାୟ ସପ୍ତାହେ ହେଲା ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ପୁଣି ମୁହଁାମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣରେ ଗାଜା ଷ୍ଟ୍ରିପ୍‌ ଏକ ‘ଓ୍ବାର ଜୋନ୍‌’ ବା ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଛି। ଇସ୍ରାଏଲ୍‌ ସେନାର ରକେଟ ମାଡ଼ରେ ୪୦ ଶିଶୁଙ୍କ ସମେତ ଅନୂ୍ୟନ ୧୭୪ ପାଲେଷ୍ଟାଇନ୍‌ ନାଗରିକ ନିହତ ହେଲେଣି। ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଇସ୍ରାଏଲ୍‌ ବିରୋଧୀ ବିକ୍ଷୋଭ ତେଜିବାରେ ଲାଗିଛି। ଏଥିରୁ ଜମ୍ମୁ-କଶ୍ମୀର ବାଦ୍‌ ପଡ଼ିନାହିଁ। ପାଲେଷ୍ଟାଇନ୍‌ ମୁସଲମାନଙ୍କ ସପକ୍ଷରେ ଶୁକ୍ରବାର ନମାଜ ପାଠ ବେଳେ ବହୁ ସଂଖ୍ୟକ କଶ୍ମୀରୀ ସଂଖ୍ୟାଲଘୁ ବାହାରିଥିଲେ। ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ର ଘାତକ ଆକ୍ରମଣ ଏବଂ ପାଲେଷ୍ଟାଇନ୍‌ ଦଖଲରେ ଥିବା ପୂର୍ବ ଜେରୁଜେଲମ୍‌ରେ ଦମନଲୀଳା ବିରୋଧରେ ସେମାନେ ପତାକା ଧରି ବିକ୍ଷୋଭ କରିଥିଲେ। ଯୁବ ବିକ୍ଷୋଭକାରୀମାନେ ଇସ୍ରାଏଲ୍‌ର ପତାକା ପୋଡ଼ିଥିଲେ। ଏହି ବିକ୍ଷୋଭରେ ସାମିଲ ଥିଲେ ଶ୍ରୀନଗର ପଡ୍‌ଶାହି ବାଗ୍‌ର ଚିତ୍ରକର ମୁଦାସିର ଗୁଲ୍‌। ମୁଦାସିର ଏକ ପ୍ରାଚୀର ଚିତ୍ର ଆଙ୍କିଥିଲେ। ସେଥିରେ ଜଣେ ମହିଳାଙ୍କ ମୁଣ୍ଡରେ ଛୁରାମାଡ଼ କରାଯାଇଛି। ରକ୍ତ ବହୁଥିବାରୁ କାନ୍ଦୁଥିବା ମହିଳା ଜଣକ ନିଜ ମୁଣ୍ଡକୁ ପାଲେଷ୍ଟାଇନ୍‌ର ଜାତୀୟ ପତାକାରେ ଘୋଡ଼ାଇ ଦେଇଛନ୍ତି। ସେଥିରେ ଲେଖାଅଛି ‘ଓ୍ବି ଆର୍‌ ପାଲେଷ୍ଟାଇନ୍‌’। ଝେଲମ୍‌ ନଦୀ ଉପରେ ଥିବା ଏକ ସ୍ପିଲ୍‌ଓଭର ଚ୍ୟାନେଲର ଗେଟ୍‌ରେ ଉକ୍ତ ମ୍ୟୁରାଲ୍‌କୁ ଟଙ୍ଗାଯାଇଥିଲା। ମୁଦାସିରଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ଜୋରଜବରଦସ୍ତ ଏହି ଚିତ୍ରକୁ ବିକୃତ କରିବାକୁ ତାଙ୍କୁ ବାଧ୍ୟ କରିଥିଲା। ଏନେଇ ମୁଦାସିରଙ୍କ ଭଉଣୀ ମୁଜାମିଲ ଫିର୍ଦୋସ କହିଛନ୍ତି, ସ୍ଥାନୀୟ କର୍ତ୍ତୃପକ୍ଷ ଚିତ୍ରକରଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ଲଗାଇଛନ୍ତି। ତାଙ୍କୁ କାହିଁକି ଗିରଫ କରାଯାଇଛି? ତାଙ୍କ ଦୋଷ କ’ଣ? ଏଠାରେ ଚିତ୍ର ଆଙ୍କିବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି କି ବୋଲି ମୁଜାମିଲ ପ୍ରଶ୍ନ କରିଛନ୍ତି। ସେହିପରି ଶୋପିଆନ୍‌ ଜିଲା ରେବାନ୍‌ ଗ୍ରାମର ଧର୍ମଗୁରୁ ସର୍ଜନ ବରକାତିଙ୍କୁ ମଧ୍ୟ ପାଲେଷ୍ଟାଇନ୍‌ ପାଇଁ ପ୍ରାର୍ଥନା କରିବା ଅଭିଯୋଗରେ ଗିରଫ କରାଯାଇଛି। ଏକ ମସ୍‌ଜିଦରେ ସେ ପାଲେଷ୍ଟାଇନ୍‌ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେ କିଛି ଭୁଲ୍‌ କରିନାହାନ୍ତି। ପୋଲିସ ତାଙ୍କୁ ଶନିବାର ସକାଳେ ଗିରଫ କରିନେଇଛି ବୋଲି ସର୍ଜନଙ୍କ ସ୍ତ୍ରୀ ଶାବ୍‌ରୁଜା ଜାନ୍‌ କହିଛନ୍ତି। ୨୦୧୬ରେ ହିଜ୍‌ବୁଲ ଆତଙ୍କବାଦୀ ବୁରହାନ୍‌ ଓ୍ବାନିଙ୍କ ଏନ୍‌କାଉଣ୍ଟର ପରେ ହିଂସା ସୃଷ୍ଟି ହୋଇଥିବାବେଳେ ଅକ୍ଟୋବର ୧୦ରେ ଜନ ସୁରକ୍ଷା ଆଇନ ବଳରେ ବରକାତିଙ୍କୁ ଗିରଫ କରାଯାଇଥିଲା। ୨୦୨୦ ଅକ୍ଟୋବରରେ ସେ ମୁକ୍ତ ହୋଇଥିଲେ।
ଯେ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ହିନ୍ଦୁ ଜାତୀୟତାବାଦୀ ସରକାର ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ହଟାଇ ସମଗ୍ର ଉପତ୍ୟକାରେ ବିକ୍ଷୋଭ ବନ୍ଦ କରିବା ଲାଗି ସୁରକ୍ଷା ଲକ୍‌ଡାଉନ୍‌ ଜାରି କରିଥିଲେ। ବିଶ୍ୱର ଅନ୍ୟତମ ସାମରୀକୃତ ଅଞ୍ଚଳ ଭାବେ ପରିଚିତ କଶ୍ମୀରରେ ସେବେଠୁ ବିକ୍ଷୋଭ କରିବା ଉପରେ କଟକଣା ଜାରି ରହିଛି। ଏଭଳି ସ୍ଥିତିରେ ପାଲେଷ୍ଟାଇନ୍‌ ସପକ୍ଷରେ ବିକ୍ଷୋଭର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଓ ଭିଡିଓଗୁଡ଼ିକ ଯୋଗୁ ଉପତ୍ୟକାରେ ଅଶାନ୍ତି ସୃଷ୍ଟି ହେବା ଆଶଙ୍କା କରି ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି।

ଏଠି କ’ଣ ସ୍ବାଧୀନତା ନାହିଁ
ଯେତେବେଳେ ସାରା ବିଶ୍ୱ ଇସ୍ରାଏଲ୍‌ର ବର୍ବରତା ବିରୋଧରେ ସ୍ବର ଉତ୍ତୋଳନ କରୁଛି, ଆମେ କାହିଁକି ମୁହଁ ଖୋଲିପାରିବୁ ନାହିଁ? ଆମକୁ ଚିତ୍ର ଆଙ୍କିବା କାହିଁକି ମନା? କେଉଁ ପ୍ରକାର ଗଣତନ୍ତ୍ରରେ ଆମେ ରହୁଛୁ? ଏଠି କ’ଣ ସ୍ବାଧୀନତା ନାହିଁ? ପାଲେଷ୍ଟାଇନ୍‌ ପାଇଁ ଆମେ ସମବେଦନା ଜଣାଇପାରିବୁ ନାହିଁ ବୋଲି ମୁଦାସିରଙ୍କ ଭଉଣୀ ମୁଜାମିଲ ଫିର୍ଦୋସ ପଚାରିଛନ୍ତି। ମୁଦାସିରଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାବେଳେ ସେ ଜେଲ୍‌ରେ ରହିପାରିବେ ନାହିଁ ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri