ହାଇଦ୍ରାବାଦ,୧୬।୫: ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ସ୍ପୁଟିନିକ୍-ଭିର ୬୦ ହଜାର ଡୋଜ ଦ୍ୱିତୀୟ ପର୍ଯ୍ୟାୟ ଟିକା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଏନେଇ ଡକ୍ଟର ରେଡି ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ନମୁନା କେନ୍ଦ୍ରୀୟ ଡ୍ରଗ ଲାବୋରେଟାରୀକୁ ପଠାଯିବ। ଅନୁମୋଦନ ପରେ ଖୁବ୍ ଶୀର୍ଘ ସ୍ପୁଟିନିକ୍-ଭିର ଟିକାକରଣ ଭାରତରେ ଆରମ୍ଭ କରାଯିବ ବୋଲି ଜଣାପଡିଛି। ଭାରତରେ ସ୍ପୁଟିନିକ୍-ଭିର ଟିକାକରଣ ଅଭିଯାନରେ ଋଷ ଟିକା ବିଶେଷ ସହାୟକ ହେବ ବୋଲି ରୁଷ ରାଷ୍ଟ୍ରଦୂତ ନିକୋଲାଇ କୁଦାଶେଭ ଟୁଇଟ କରି ଜଣାଇଛନ୍ତି। ସୂଚନାଯୋଗ୍ୟ ମେ ୧ରେ ସ୍ପୁଟିନିକ୍-ଭିର ପ୍ରଥମ ପର୍ଯ୍ୟାୟ ଟିକା ଭାରତରେ ପହଞ୍ଚିଥିଲା। ସ୍ପୁଟିନିକ୍-ଭି ଟିକା ଯାହାର ମୂଲ୍ୟ ୯୪୮ଟଙ୍କା ରହିଛି।


