ଇସ୍ରାଏଲ୍‌ ଆକ୍ରମଣରେ ଗାଜା ଟାଓ୍ବାର ଧ୍ୱଂସ

ଗାଜା ସିଟି, ୧୬।୫: ଗାଜା ସିଟିର ଦୁଇଟି ସ୍ଥାନରେ ଶନିବାର ଇସ୍ରାଏଲ୍‌ ବିମାନ ଆକ୍ରମଣ କରିଛି। ଏଥିରେ ଏକ ସୁଉଚ୍ଚ ଟାଓ୍ବାର ଧ୍ୱଂସ ହୋଇଯାଇଛି। ଉକ୍ତ ୧୨ ମହଲା ଅଟ୍ଟାଳିକାରେ ଆସୋସିଏଟେଡ୍‌ ପ୍ରେସ୍‌ ଏବଂ ଅଲ୍‌ ଜଜିରାର କାର୍ଯ୍ୟାଳୟ ସମେତ ଅନ୍ୟ ଅଫିସ୍‌ ଏବଂ ରେସିଡେନ୍ସିଆଲ ଆପାର୍ଟମେଣ୍ଟ ରହିଥିଲା। ଟାଓ୍ବାରଟି ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି। ତେବେ ଆକ୍ରମଣ ପୂର୍ବରୁ ଇସ୍ରାଏଲ୍‌ ସୈନ୍ୟବାହିନୀ ଏ ସମ୍ପର୍କରେ ଆଗୁଆ ସୂଚନା ଦେଇଥିବାରୁ ଟାଓ୍ବାରରୁ ଗଣମାଧ୍ୟମର ସମସ୍ତ କର୍ମଚାରୀ ଓ ଅନ୍ୟମାନଙ୍କୁ ବାହାର କରିଦିଆଯାଇଥିଲା। ସେହିପରି ଘନ ଜନବସତି ଥିବା ଶରଣାର୍ଥୀ ଶିବିର ଉପରେ ହୋଇଥିବା ବିମାନ ଆକ୍ରମଣରେ ୧୦ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ। କିଛିଦିନ ହେଲା ହମାସ୍‌ ଆତଙ୍କବାଦୀ ସଂଗଠନ ଓ ଇସ୍ରାଏଲ୍‌ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଜେରୁଜେଲମ୍‌ରେ ଏହି ହିଂସା ଆରମ୍ଭ ହୋଇ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଗତ ସୋମବାର ରାତିରୁ ହମାସ ଇସ୍ରାଏଲ୍‌ ଉପରେ ଶତାଧିକ ରକେଟ ମାଡ଼ କରିବା ପରେ ଇସ୍ରାଏଲ୍‌ ଜବାବୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଗାଜାରେ ବର୍ତ୍ତମାନ ସୁଦ୍ଧା ଅନୂ୍ୟନ ୧୩୯ ଜଣଙ୍କ ମୃତ୍ୟୁ ହେଲାଣି। ସେମାନଙ୍କ ମଧ୍ୟରେ ୩୯ ଶିଶୁ ଓ ୨୨ ମହିଳା ରହିଛନ୍ତି। ସେହିପରି ଇସ୍ରାଏଲ୍‌ରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri