Odisha Elections 2024

ପାଣିରୁ ବ୍ୟାପେ ନାହିଁ କରୋନା ସଂକ୍ରମଣ: ବିଶେଷଜ୍ଞ

ଲକ୍ଷ୍ନୌ/ପାଟନା,୧୩।୫: କରୋନା ମହାମାରୀ ଦେଶରେ ତାଣ୍ଡବ ରଚିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବି କମ୍‌ ପଡ଼ିଯାଉଛି। ଫଳରେ ଉତ୍ତରପ୍ରଦେଶ ଓ ବିହାରର ସୀମାରେ ଥିବା ଗଙ୍ଗା ନଦୀରେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମୃତଦେହଗୁଡ଼ିକୁ ଭସାଇ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଉକ୍ତ ନଦୀରେ ଗାଧୋଇଲେ କିମ୍ବା ପାଣି ପିଇଲେ କରୋନା ସଂକ୍ରମଣ ବ୍ୟାପିବ ବୋଲି ଲୋକମାନେ ଆଶଙ୍କା କରିଛନ୍ତି। ହେଲେ ଲୋକଙ୍କ ଏହି ଆଶଙ୍କାକୁ ଚିକିତ୍ସା ବିଶେଷଜ୍ଞ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ, ପାଣିରୁ ଶରୀରକୁ କରୋନା ଭାଇରସ୍‌ ବ୍ୟାପି ନ ଥାଏ। ଶରୀରରୁ ଏହି ଭାଇରସ୍‌ ବାହାରିବା ପରେ ପାଣିରେ ଅଧିକ ସମୟ ପର୍ଯ୍ୟନ୍ତ ସକ୍ରିୟ ରହି ନ ଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ମୃତଦେହକୁ ପାଣିରେ ଭସାଇ ଦିଆଯିବା ପରେ ସେଥିରୁ ଅନ୍ୟମାନଙ୍କୁ ସଂକ୍ରମିତ ହେବା ନେଇ ଏଯାଏ କୌଣସି ପ୍ରମାଣ ମିଳିନାହିଁ। କେବଳ ନାକ ଓ ମୁହଁ ଦ୍ୱାରା କରୋନା ଭାଇରସ୍‌ ଶରୀରକୁ ପ୍ରବେଶ କରିଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ତେଣୁ ନଦୀରେ ଗାଧୋଇଲେ କିମ୍ବା ଏହାର ପାଣି ପିଇଲେ କରୋନା ସଂକ୍ରମଣ ହେବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ଯଦି ଉକ୍ତ ନଦୀର ପାଣି ପୂର୍ବରୁ ପ୍ରଦ୍ୟୁଷିତ ତେବେ ପେଟ ଓ ଚର୍ମରୋଗ ହୋଇପାରେ ବୋଲି ଏସ୍‌ଜିପିଜିଆଇର ନିର୍ଦ୍ଦେଶକ ତଥା ପ୍ରଫେସର ଆରକେ ଧିମାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮୮୮୯ କୋଟି ଟଙ୍କା ଜବତ କଲାଣି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୮ା୫: ଲୋକ ସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ଏବଂ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ୨୦୨୪ ର ପାଇଁ ୨ ଦିନ ବାକି ଅଛି।...

ଚାର୍ ଧାମ ମନ୍ଦିର ନିକଟରେ ରିଲ୍ ଶୁଟିଂ କରିବା ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୧୮।୫: ଚାର୍ ଧାମ ମନ୍ଦିର ନିକଟରେ ଭିଡିଓ ଏବଂ ରିଲ୍ ଶୁଟିଂ କରିବା ଉପରେ ଉତ୍ତରାଖଣ୍ଡ ପୋଲିସ ପ୍ରତିବନ୍ଧକ ଲଗାଇଛି। ଚାର ଧାମ ତୀର୍ଥସ୍ଥାନ ଅବସ୍ଥିତ...

”ଜ୍ୟୋତିଷ ହାତ ଦେଖି କହିଥିଲେ ତୁମେ ପ୍ରଧାନମନ୍ତ୍ରୀ ହେବ”: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଦେଶର ଏବେ ଲୋକ ସଭା ନିର୍ବାଚନର ପରିବେଶ ବେଶ ସରଗରମ ରହିଛି। ସାତଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହାରି...

POK ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ; ପାକିସ୍ତାନକୁ ନେଇ ଗର୍ଜିଲେ ଶାହା…

ଝାନ୍‌ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର...

ଆପଣ ‘ଜେଲ୍‌ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୧୮।୫: ଏଏପି ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ...

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri