Posted inଖେଳ

‘ମୁଁ ହୋଟେଲ ରୁମ୍‌ରେ କାନ୍ଦୁଥିଲି, ବିରାଟ ଭାଇ ଆସିଥିଲେ ଏବଂ…’; ସିରାଜ କହିଲେ ମନକଥା

ନୂଆଦିଲ୍ଲୀ,୧୨।୫: ଉପରକୁ ସହଜ ନଜର ଆସୁଥିଲେ ହେଁ ଖେଳାଳିଙ୍କ ଜୀବନ ସେତେଟା ସହଜ ନୁହେଁ। ଶୀର୍ଷସ୍ତରୀୟ ଖେଳାଳି ହେବାକୁ ହେଲେ କଠିନ ପରିଶ୍ରମଠାରୁ ଆରମ୍ଭ କରି ମାନସିକସ୍ତରରେ ସେମାନଙ୍କୁ ସୁଦୃଢ଼ ହେବାକୁ ପଡ଼ିଥାଏ। ସେଭଳି ଜଣେ ହେଉଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସିରାଜ। ନିଜ ପ୍ରଚେଷ୍ଟା ବଳରେ ଏହି ଯୁବ ଦ୍ରୁତ ବୋଲର ଜାତୀୟ ଟିମ୍‌ରେ ନିଜର ସ୍ଥାନ ପକ୍କା କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ବେଳେ ଏକ ସମୟ ଏପରି ଥିଲା, ଯାହା ତାଙ୍କୁ ଭାଙ୍ଗି ଦେଇଥିଲା। କାରଣ ସେତେବେଳେ ସିରାଜଙ୍କ ବାପାଙ୍କ ପରଲୋକ ଘଟିଥିଲା। ଏଭଳି ସମୟରେ ମଇଦାନକୁ ଓହ୍ଲାଇବାକୁ ହେଲେ ମାନସିକ ଭାବେ ମଜଭୂତ ହେବାର ଆବଶ୍ୟକତା ଥିଲା। ବିରାଟ କୋହଲି ଏଭଳି କଠିନ ସମୟରେ ଅଧିନାୟକ ଭାବେ ନୁହେଁ ବରଂ ବଡ଼ ଭାଇର ଭୂମିକା ନିର୍ବାହ କରିଥିଲେ।

ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନେକ ଭାରତୀୟ ଖେଳାଳି ଆହତ ହୋଇଥିଲେ। ଫଳରେ ସିରାଜଙ୍କୁ ଦଳରେ ସ୍ଥାନ ମିଳିଥିଲା। ସେ ମଇଦାନକୁ ଓହ୍ଲାଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ବିଦେଶରେ ପହଞ୍ଚିବା ପରେ ହିଁ ଭାରତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଥିଲା। ହେଲେ ପରିବାରଲୋକେ ସେଠାରେ ରହି ଦେଶ ପାଇଁ ଖେଳିବାକୁ କହିଥିଲେ।

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବିରାଟ ଅଷ୍ଟ୍ରେଲିଆରେ ଥିଲେ। ସିରାଜଙ୍କ ବାପାଙ୍କ ପରଲୋକ କଥା ଶୁଣି ସେ କ୍ରିକେଟରଙ୍କ ପାଖକୁ ଯାଇ ଖୁବ୍‌ ଜୋର୍‌ରେ ଆଲିଙ୍ଗନ କରିଥିଲେ। ବ୍ୟସ୍ତ ହୁଅ ନାହିଁ। ମୁଁ ତୁମ ସହ ଅଛି ବୋଲି କହିଥିଲେ। ଏହି ଶବ୍ଦ ବହୁତ ସାହସ ଦେଇଥିଲା। ଏହାଛଡ଼ା ବିରାଟଙ୍କ ପାଇଁ ତାଙ୍କ କ୍ୟାରିୟର ବୋଲି ସେ କୁହନ୍ତି।

କେବଳ ବିରାଟ ନୁହନ୍ତି ରବି ଶାସ୍ତ୍ରୀ ମଧ୍ୟ ସିରାଜଙ୍କୁ ସବୁବେଳେ ଦଳର ଚାମ୍ପିୟନ ବୋଲର ବୋଲି କୁହନ୍ତି। କଠିନ ପରିସ୍ଥିତିରେ କିଭଳି ବୋଲିଂ କରିବାକୁ ହେବ ସେ ନେଇ ପ୍ରଶିକ୍ଷଣ ଦେଇଥାନ୍ତି ବୋଲି କ୍ରିକେଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri