Posted inଖେଳ

‘ଯେମିତି ହେଲେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବୁ’

ନୂଆଦିଲ୍ଲୀ, ୪।୫: ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିଙ୍କୁ ଯେମିତି ହେଲେ ଘରକୁ ପଠାଯିବ। କୋଭିଡ୍‌-୧୯ ମହାମାରୀ କାରଣରୁ ଚଳିତ ସିଜନକୁ ବାତିଲ ହେବା ପରେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏଭଳି କହିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ୍‌ ଉଇକେଟକିପର ରିଦ୍ଧିମାନ ଶାହ ଓ ଦିଲ୍ଲୀ କ୍ୟାପିଟାଲ୍ସର ଲେଗ୍‌ ସ୍ପିନର ଅମିତ୍‌ ମିଶ୍ରା ପଜିଟିଭ୍‌ ଚିହ୍ନଟ ହେବା ପରେ ଆଇପିଏଲ-୧୪କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ବିଦେଶୀ ଖେଳାଳି କେଉଁ ଭଳି ସ୍ବଦେଶ ଫେରିବେ ବୋଲି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ବ୍ରିଜେଶ କହିଥିଲେ, ସେମାନଙ୍କୁ ଘରକୁ ପଠାଇବା ଦରକାର। ଆମ ବାଟ ଖୋଜି ବାହର କରିବୁ। ଏହା ଛଡ଼ା ଆଉ କିଛି କହି ନାହାନ୍ତି।

ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ସବୁଠୁ ଲୋକପ୍ରିୟ କ୍ରିକେଟ ଲିଗ୍‌ରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳି ସ୍ବଦେଶ ଫେରିବା ଲାଗି ଚିନ୍ତିତ ଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ବଦେଶରେ ଛାଡ଼ିବା ପାଇଁ ଆଶ୍ୱାସନା ଦେଇଥିଲା ବିସିସିଆଇ। ଅଷ୍ଟ୍ରେଲିଆର ୩ ଖେଳାଳି ଓହରିଯିବା ପରେ ଆଉ ୧୪ ଜଣ ଖେଳାଳି ଆଇପିଏଲରେ ଖେଳୁଥିଲେ। ବିଦେଶୀ ଖେଳାଳିଙ୍କ ତାଲିକାରେ ନ୍ୟୁଜିଲାଣ୍ଡର ୧୦, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାର ୧୧, ଓ୍ବେଷ୍ଟଇଣ୍ଡିଜର ୯, ଆଫଗାନିସ୍ତାନର ୩ ଓ ବାଂଲାଦେଶର ୨ ଖେଳାଳି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri