ବଜାର କରିଦେଲେ ଜାମ

ଅନୁଗୋଳ ଅଫିସ, ୪ା୫ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୋଭିଡ୍‌ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୫ରୁ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ବଜାର ବନ୍ଦ ହେଲେ ଓ ଚଳପ୍ରଚଳ ହ୍ରାସ ପାଇଲେ ପଜିଟିଭ୍‌ଙ୍କ ସଂଖ୍ୟା ତଳମୁହାଁ ହେବ ବୋଲି ସରକାର ଆଶା ରଖିଛନ୍ତି। ହେଲେ ଲକ୍‌ଡାଉନ୍‌ ପୂର୍ବରୁ ବଜାରଗୁଡ଼ିକରେ ଯେପରି ଲୋକଙ୍କ ଭିଡ଼ ଲାଗୁଛି ଓ କଟକଣା ପାଳନ କରାଯାଉ ନାହିଁ, ତାହା ଆଗାମୀ ଦିନରେ ଭୟାନକ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ସୋମବାର ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ଗହଳି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କରୋନା କଟକଣାକୁ ଭୁଲି ସାମଗ୍ରୀ କିଣିବାକୁ ସହରବାସୀ ଏପରି ଅମାନିଆ ହେଲେ ଯେ ବଜାର ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଥିଲା।
ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରେ ସୋମବାର ଖୋଲିଥିଲା ଅନୁଗୋଳ ସହର। ଲକ୍‌ଡାଉନ୍‌ ପୂର୍ବରୁ ହାତରେ ଆଉ ମାତ୍ର ୨ ଦିନ ଥିବାରୁ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅଥୟ ହୋଇପଡ଼ିଥିଲେ। ସହରର ପ୍ରମୁଖ ବ୍ୟବସାୟିକ ସ୍ଥଳ କୁହାଯାଉଥିବା ବଜାର ଛକରେ ଏଥିପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନ ଓ ପୋଲିସ ଲୋକଙ୍କୁ ଆୟତ୍ତ କରିପାରି ନ ଥିଲା। ଗହଳି ଯୋଗୁ କୌଣସି ସ୍ଥାନରେ ପାଦ ପକାଇବାକୁ ବାଟ ନ ଥିଲା। ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ରାଶନ ସାମଗ୍ରୀ ଲୋକେ ଗାଡ଼ି କରି ବୋହି ନେଉଥିବା ଦେଖିବାକୁ ମିଳିଥିଲା। ସହରବାସୀଙ୍କ ଏପରି ବିକଳିଆ ସ୍ଥିତିରୁ ଫାଇଦା ଉଠାଇ ଅସାଧୁ ବ୍ୟବସାୟୀମାନେ ଦର ବଢ଼ାଇ ଦେଇଥିଲେ। ବିଶେଷକରି ଆଳୁ ଓ ପିଆଜ ସହ ପରିବାର ଦର ବେକାବୁ ହୋଇଯାଇଛି। ୪୦ ତଳକୁ ପରିବା ଦର ଖସୁ ନାହିଁ। ସେହିପରି ଗାନ୍ଧୀମାର୍ଗ ଠାରେ ଥିବା ମଦ ଦୋକାନ ସହ ଅନ୍ୟସ୍ଥାନରେ ଥିବା ଦୋକାନ ଗୁଡ଼ିକରେ ଗ୍ରାହକମାନେ ଧାଡ଼ି ଲଗାଇଥିଲେ। ଦୂର ହୋଇଥିଲେ ମଧ୍ୟ ବଅଁରପାଳ, ମହୀଧରପୁର ଓ ଅନ୍ୟ ଉପାନ୍ତ ଅଞ୍ଚଳରେ ଥିବା ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଇଥିଲେ। ତେବେ ମଙ୍ଗଳବାର ଯେପରି ବଜାରରେ ଲୋକେ ଗହଳି ନ କରନ୍ତି, ସେ ନେଇ ପ୍ରଶାସନ ସଜାଗ ରହିଛି। ବିଭିନ୍ନ ଛକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚକୁ କଡ଼ାକଡ଼ି କରିବେ ବୋଲି ଯୋଜନା ହୋଇଛି।

ଚଢ଼ା ଦର ନେଲେ ଚଢ଼ାଉ
ବଜାରରେ ଭିଡ଼ ବଢ଼ିଯାଇଥିଲା। ଲୋକମାନେ ଅମାନିଆ ହୋଇ କିଣାକିଣି କରିଥିଲେ। ମଙ୍ଗଳବାର ଠାରୁ କୋଭିଡ୍‌ କଟକଣା କଡ଼ାକଡ଼ି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତି ଛକରେ ପୋଲିସ ସହ ପ୍ରଶାସନିକ ଅଧିକାରୀମାନେ ନିୟୋଜିତ ରହିବେ।
-ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ
ଲକ୍‌ଡାଉନର ଲାଭ ମିଳିବନି
୫ ତାରିଖରୁ ଲକ୍‌ଡାଉନ୍‌ ନେଇ ଘୋଷଣା ହୋଇଥିବାରୁ ଭିଡ଼ ବଢ଼ିବ ବୋଲି ପ୍ରଶାସନ ଜାଣିଥିଲା। ହେଲେ ବଜାରରେ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ଘୋର ଅବହେଳା ଦେଖିବାକୁ ମିଳିଲା। ଏପରି ହେଲେ ଲକ୍‌ଡାଉନ୍‌ର ଲାଭ ମିଳିବନି, ବରଂ କରୋନା ସଂକ୍ରମଣ ପୂର୍ବାପେକ୍ଷା ବଢ଼ିଚାଲିବ।
-ସୂର୍ଯ୍ୟ ନାରାୟଣ ବାରିକ, ଅନୁଗୋଳ
ଏପରି ବିକଳ କାହିଁକି
ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ସହ ସୋମବାରରୁ ଶୁକ୍ରବାର ଯାଏ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କହିଛନ୍ତି। ହେଲେ ଲୋକେ ସେସବୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ଯେପରି ବିକଳିଆ ହୋଇ ବଜାରରୁ ସାମଗ୍ରୀମାନ କିଣି ନେଉଛନ୍ତି, ତାହାକୁ ଦେଖି ଲାଗୁଛି, ଯେପରି ଆଗକୁ ଅନାହାର ପରିସ୍ଥିତି ଆସୁଛି।
-ସମନ୍ବୟ ମିଶ୍ର, ଅନୁଗୋଳ
ଅସାଧୁ ବ୍ୟବସାୟୀଙ୍କ ପାଇଁ ଉତ୍ସବ
ଗତବର୍ଷ ମାର୍ଚ୍ଚରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅସାଧୁ ବ୍ୟବସାୟୀମାନଙ୍କ ପାଇଁ ଏହା ଏକ ସୁଯୋଗ ବା ଉତ୍ସବରେ ପରିଣତ ହୋଇଯାଇଛି। ସେମାନେ ମନଇଚ୍ଛା ମୂଲ୍ୟ ଖାଉଟିଙ୍କଠାରୁ ଆଦାୟ କରୁଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।
-ଉପେନ୍ଦ୍ର କୁମାର ସେଠୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri