Posted inଖେଳ

ଆଇପିଏଲ୍‌-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲରେ ଦୁଇ ହାଇପ୍ରୋଫାଇଲ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ମୁହଁାମୁହିଁ ହେବେ। ଏହି ମ୍ୟାଚ୍‌ରେ ରୋହିତ, ସୂର୍ଯ୍ୟକୁମାର ଯାଦବ ଓ ଚେନ୍ନାଇ ଯୁବ ଓପନର ଋତୁରାଜ ଗାଏକ୍ୱାଡ ଓ ଅଭିଜ୍ଞ ଫାଫ୍‌ ଡୁପ୍ଲେସିଙ୍କ ମଧ୍ୟରେ ହେଭିଓ୍ବେଟ ଲଢ଼େଇ ଦେଖିବାକୁ ମିଳିବ।
ମୁମ୍ବାଇ ତା’ର ଗତ ମ୍ୟାଚ୍‌ରେ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା। ସେହିପରି ଚେନ୍ନାଇ ମଧ୍ୟ ସମାନ ଢଙ୍ଗରେ ୭ ଉଇକେଟରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା। ଫଳରେ ଉଭୟ ଦଳ ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବେ। ତାରକା ଓପନର କ୍ୱିଣ୍ଟନ ଡିକକ୍‌ ଫର୍ମକୁ ଫେରିବା ମୁମ୍ବାଇ ପାଇଁ ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହୋଇଛି। ରାଜସ୍ଥାନ ବିପକ୍ଷରେ ୭୦ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଡିକକ୍‌ ଏ ପର୍ଯ୍ୟନ୍ତ ଲିଗ୍‌ରେ ୧୧୭ ରନ ସଂଗ୍ରହ କରିଛନ୍ତି। ମୁମ୍ବାଇର ମିଡ୍‌ଲ ଅର୍ଡର ଅସ୍ଥିର ପ୍ରଦର୍ଶନ କରୁଥିବା ବେଳେ ଗତ ମ୍ୟାଚ୍‌ରେ କିନ୍ତୁ ଭଲ ପ୍ରଦର୍ଶନ କରିଥିଲା ା ସୂର୍ଯ୍ୟକୁମାର ଯାଦବ ଏ ପର୍ଯ୍ୟନ୍ତ ୧୭୦ ରନ ସଂଗ୍ରହ କରିଛନ୍ତି। ଭଲ ଆରମ୍ଭକୁ ସେ ବଡ଼ ସ୍କୋରରେ ପରିଣତ କରିବାର ଆବଶ୍ୟକତା ରହିଛି। କୃନାଲ ପାଣ୍ଡ୍ୟା ମଧ୍ୟ ଆଶାନୁରୂପ ନ ଖେଳି ଏ ପର୍ଯ୍ୟନ୍ତ ୬୮ ରନ ସଂଗ୍ରହ କରିଛନ୍ତି। ଆଗକୁ ସେ ଆହୁରି ଉନ୍ନତ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ହାର୍ଡ ହିଟିଂ କିରନ ପୋଲାର୍ଡ ମାତ୍ର ୮୧ ରନ ସଂଗ୍ରହ କରିଛନ୍ତି। ଗତ ମ୍ୟାଚ୍‌ରେ ସେ ତାଙ୍କର ବିସ୍ଫୋରକ ଶୈଳୀର ନମୁନା ପ୍ରଦର୍ଶନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ମାତ୍ର ୩୬ ରନ ସଂଗ୍ରହ କରିଛନ୍ତି। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟ ଲିଗ୍‌ରେ ଏ ପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଡେଥ୍‌ ଓଭରରେ ଏହି ଦୁଇ ବୋଲର ପ୍ରତିପକ୍ଷ ଦଳକୁ ସମସ୍ୟାରେ ପକାଇବାରେ ସଫଳ ହୋଇଛନ୍ତି। ଚେନ୍ନାଇ ବିପକ୍ଷରେ ଏହି ପ୍ରଦର୍ଶନ ଦୋହରାଇବାର ଆବଶ୍ୟକତା ରହିଛି। ଲେଗ୍‌ ସ୍ପିନର ରାହୁଲ ଚହର ୧୧ଟି ଉଇକେଟ ନେଇ ମୁମ୍ବାଇର ସଫଳତମ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ କୃନାଲ, ଅଫ୍‌ ସ୍ପିନର ଜୟନ୍ତ ଯାଦବ ସହାୟତା ଦେବାର ଆବଶ୍ୟକତା ରହିଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ନାଥନ କୁଲ୍ଟର ନାଇଲଙ୍କ ଉପରେ ଭରସା କରିବ କିମ୍ବା ଇଶାନ୍‌ କିଷନଙ୍କୁ ଖେଳାଇବ ତାହା ଦେଖିବାକୁ ବାକି ରହିଲା।
ଅପରପକ୍ଷରେ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ଚେନ୍ନାଇ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହାସଲ କରିଛିି। ଏ ପର୍ଯ୍ୟନ୍ତ ଡୁପ୍ଲେସି ୨୭୦ ଓ ଋତୁରାଜ ୧୯୨ ରନ ସଂଗ୍ରହ କରିଛନ୍ତି। ଫର୍ମରେ ଥିବା ଏହି ଦୁଇ ଖେଳାଳି ଦଳକୁ ଭଲ ଆରମ୍ଭ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଚେନ୍ନାଇର ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ମୋଇନ ଅଲୀ ୧୪୮, ସୁରେଶ ରାଇନା ୧୨୧ ରନ ସଂଗ୍ରହ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଅମ୍ବାତି ରାୟୁଡୁ ୬୪ ଓ ରବୀନ୍ଦ୍ର ଜାଡେଜା ୧୦୯ ରନ ସଂଗ୍ରହ କରିଛନ୍ତି। ବ୍ୟାଟ୍ସମ୍ୟାନ ଭୂମିକାରେ ଜାଡେଜା ବହୁତ ଉନ୍ନତି କରିଛନ୍ତି। ଅଧିନାୟକ ଧୋନୀ ଏ ପର୍ଯ୍ୟନ୍ତ ମାତ୍ର ୩୭ ରନ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନଙ୍କ ଯୋଗଦାନ ମଧ୍ୟ ଭଲ ରହିଛି। ବୋଲିଂରେ ଚେନ୍ନାଇର ଦୀପକ ଚହର ୮ ଓ ସାମ କୁରାନ ୬ ଉଇକେଟ ଅକ୍ତିଆର କରି ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶାର୍ଦ୍ଦୁଳ ଠାକୁର ୪ ଉଇକେଟ ନେଇଛନ୍ତି। ଟିକେଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଠାକୁର ବ୍ରେକ ଥ୍ରୁ ଦେବାର କ୍ଷମତା ରଖୁଛନ୍ତି। ବ୍ୟାଟିଂରେ କମାଲ କରିଥିତ୍ବା ଜାଡେଜା ବୋଲିଂରେ ୫ ଉଇକେଟ ନେଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ସେହିପରି ମୋଇନ ୪ ଉଇକେଟ ଅକ୍ତିଆର କରିଛନ୍ତି। ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ମୁମ୍ବାଇ ଇଣ୍ଡିଆନ୍ସ ଦଳ:
ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଧବଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଷନ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡିକକ୍‌, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ ଲିନ୍‌, ସୌରଭ ତିଓ୍ବାରୀ, ମୋହସିନ ଖାଁ, ଆଡମ ମିଲନେ, ନାଥନ କୁଲଟର ନାଇଲ, ପୀୟୂଷ ଚାଓ୍ବଲା, ମାର୍କ ଜନସନ, ୟୁଧବୀର ସିଂ, ଜେମ୍ସ ନିଶାମ ଓ ଅର୍ଜୁନ ତେନ୍ଦୁଲକର।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର. ସାଇ କିଶୋର, ମୋଇନ ଅଲୀ, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା ଓ ସି. ହାରି ନିଶାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri