Posted inଖେଳ

ବୋଲରଙ୍କ ନିଦ ହଜାଇ ଦେଲେ ପୃଥ୍ବୀ

ଅହମ୍ମଦାବାଦ୍‌,୨୯।୪ : ସାମ୍ନାରେ ଥିଲା ୧୫୫ ରନ୍‌ର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ। କିନ୍ତୁ ଏହାକୁ ଅତି ସାଧାରଣ ଟାର୍ଗେଟରେ ପରିଣତ କରି ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ଓପନର ପୃଥ୍ବୀ ଶ’ଙ୍କ ଆଟାକିଂ ବ୍ୟାଟିଂ। ସେ ପ୍ରଥମ ଓଭରରେ ଶିଭମ ମାଭିଙ୍କୁ ଲଗାଇଥିଲେ କ୍ରମାଗତ ୬ ଚୌକା। ହଜାଇ ଦେଲେ ବୋଲରଙ୍କ ନିଦ। ମାତ୍ର ୧୮ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଚଳିତ ଆଇପିଏଲରେ ଏହା ଥିଲା ଯେ କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଦ୍ରୁତତମ ଅର୍ଦ୍ଧଶତକ। ପାଟ କୁମିନ୍ସଙ୍କ ଦ୍ୱାରା ଆଉଟ୍‌ ହେବା ପୂର୍ବରୁ ଶ’ ୪୧ ବଲରେ ୨୦୦ ଷ୍ଟ୍ରାଇକରେଟ୍‌ରେ ଖେଳିଥିଲେ ୮୨ (୧୧ ଚୌକା ଓ ୩ ଛକା) ରନ୍‌ର ପାଳି। ଫଳରେ ଦିଲ୍ଲୀ ୧୬.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପୃଥ୍ବୀଙ୍କ ଛଡ଼ା ଶିଖର ଧାଓ୍ବନ ୪୬ ଓ ଅଧିନାୟକ ରିଷଭ ପନ୍ତ ୧୬ ରନ୍‌ କରିଥିଲେ। କେକେଆର୍‌ର ଏକମାତ୍ର ସଫଳ ବୋଲର ଭାବେ କୁମିନ୍ସ ହାତେଇଥିଲେ ୩ ଉଇକେଟ।

ପ୍ରଥମେ ବ୍ୟାଟିଂ କରିଥିବା କେକେଆର କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବାରୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଶେଷ ଆଡ଼କୁ ଆନ୍ଧ୍ରେ ରସେଲଙ୍କ ବିସ୍ଫୋରକ ୪୫ (୪ ଚୌକା ଓ ୨ ଛକା) ରନ୍‌ର ଇନିଂସ ଯୋଗୁ କେକେଆର୍‌ ୬ ଉଇକେଟ ହରାଇ ୧୫୪ ରନ୍‌ କରିପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ୍‌ ୪୩ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri