Posted inଖେଳ

ମଦ ବୋତଲ ସହ ଏମିତି ପୋଷ୍ଟ ଲେଖିଲେ ପ୍ରସିଦ୍ଧ କ୍ରିକେଟର୍‌

ମୁମ୍ବାଇ,୨୯।୪: ଆଇପିଏଲ ୧୪ତମ ସିଜିନରେ କୋଲକତା ନାଇଟ୍‌ ରାଇଡର୍ସର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରଶେଲ ଖରାପ ଫର୍ମରେ ଅଛନ୍ତି। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ରଶେଲ ଚଳିତ ସିଜିନ୍‌ରେ ଖାସ୍‌ ପ୍ରଦର୍ଶନ କରିପାରିନାହାନ୍ତି। ଚଳିତ ସିଜିନ୍‌ରେ ୩୨ ବର୍ଷୀୟ ଏହି ଅଲରାଉଣ୍ଡର ମାତ୍ର ୧୯.୬୬ ହାରରେ ରନ୍‌ କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ବ୍ୟାଟିଂରେ ବିଫଳ ହେବା ପରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଫଟୋ ଶେୟାର କରିଥିଲେ। ଫଟୋ ସେ ଏକ ମଦ ବୋତଲ ଧରି ଲେଖିଥିଲେ ଏହା ସବୁ ସମୟରେ ସାହାଯ୍ୟ କରେ। ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ କୋଲକତା ନାଇଟ୍‌ ରାଇଡର୍ସର ମୁଖ୍ୟ ଖେଳାଳି ହୋଇଆସିଛନ୍ତି। ନିଜ ପ୍ରଦର୍ଶନ ଜରିଆରେ ଦଳକୁ ସେ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ସେ ଆଇପିଏଲ୍‌ରେ ୮୦ ମ୍ୟାଚ୍‌ ଖେଲି ୨୮.୬୮ ହାରରେ ୧୬୩୫ ରନ୍‌ କରିଛନ୍ତି। ସେ ୬୮ଟି ଉଇକେଟ୍‌ ମଧ୍ୟ ନେଇଛନ୍ତି।
ବି.ଦ୍ର: ମଦ ପିଇବା ଶରୀର ପକ୍ଷେ ହାନିକାରକ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

ଆଇପିଏଲ୍‌ ଅଧାରୁ ସ୍ବଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୫: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri