ଟୋକିଓ,୨୧।୪: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୩ ମାସ ବାକି ରହିଛି । ତେବେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଟିକାକରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ଆଥ୍ଲେଟ ଅନୁରୋଧ କରିନାହାନ୍ତି ବୋଲି ଆୟୋଜକ କମିଟି ତରଫରୁ କୁହାଯାଇଛି। ଜାପାନରେ କିନ୍ତୁ ଟିକାକରଣ ପ୍ରକ୍ରିୟା ଅତ୍ୟନ୍ତ ଧିମା ଗତିରେ ଚାଲିଛି। ଜାପାନରେ ଏ ପର୍ଯ୍ୟନ୍ତ ମାତ୍ର ୧ ପ୍ରତିଶତ ଲୋକ ଟିକା ନେଇଛନ୍ତି। ତେଣୁ ଏବେ ଅଲିମ୍ପିକ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟିକାକରଣ ପାଇଁ କୌଣସି ଆଥ୍ଲେଟ ଆନୁଷ୍ଠାନିକ ଭାବେ ଅନୁରୋଧ କରିନାହାନ୍ତି ବୋଲି ଆଥ୍ଲେଟିକ କମିଟି ନାଓକା ଟାକାହାସୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଯଦି ଅଲିମ୍ପିକ ଆୟୋଜନ ହୁଏ ତେବେ ଏହା ମନ୍ଥର ଟିକାକରଣ ପ୍ରକ୍ରିୟା ପାଇଁ ଖାଲି ଷ୍ଟାଡିୟମ ତଥା ଭେନ୍ୟୁରେ ଆୟୋଜିତ ହେବ। ବିଦେଶୀ ପ୍ରଶଂସକଙ୍କୁ ପୂର୍ବରୁ ଜାପାନରେ ପ୍ରବେଶ କରିବା ନେଇ ବାରଣ କରାଯାଇଛି। ତେଣୁ ଟିକା ନେଇ ନ ଥିବା ପ୍ରଶଂସକଙ୍କୁ ନେଇ ଅଲିମ୍ପିକ ଆୟୋଜନ କରିବା ଅବାସ୍ତବ ମନେହେଉଛି। ଜାପାନରେ ପ୍ରବେଶ କରୁଥିବା କେତେକ ଅଣଜାପାନୀଙ୍କୁ ଟିକାକରଣରେ ସାମିଲ କରାଯିବ। ଆଥ୍ଲେଟମାନଙ୍କୁ ଟିକାକରଣରେ ସାମିଲ କରାଯିବାର କୌଣସି ଯୋଜନା ନାହିଁ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ତେବେ ସବୁ ଆଥ୍ଲେଟଙ୍କୁ ପ୍ରତିଦିନ ପରୀକ୍ଷା କରାଯିବ। ଅନ୍ୟପଟେ ଆଥ୍ଲେଟମାନଙ୍କୁ ଟିକା ଦିଆଯିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ୍ ଉତ୍ସାହିତ କରିଛନ୍ତି।
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ
ଆଡିଲେଡ୍,୨୧ା୧୨: ସ୍ଥାନୀୟ ଆଡିଲେଡ୍ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...
IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ
ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...
ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...
ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...
ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ
ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ
ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...
Archives


