Posted inଖେଳ

ଆଇପିଏଲ୍‌ ସବୁଠୁ ମହଙ୍ଗା ଖେଳାଳିଙ୍କ ଉପରେ ଭରସା କଲେ ନାହିଁ ଅଧିନାୟକ

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ ଯେତିକି ଅଗ୍ରଗତି କରୁଛି, ସେତିକି ରୋମାଞ୍ଚ ମଧ୍ୟ ବୃଦ୍ଧି ପାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏଭଳି ଏକ ହାଇ ଭୋଲଟେଜ ମ୍ୟାଚ ସୋମବାର ଦେଖିବାକୁ ମିଳିଥିଲା। ଶେଷ ବଲରେ ମ୍ୟାଚ ସ୍ଥିର ହୋଇଥିଲ। ପଞ୍ଜାବ ହୁଏତ ମ୍ୟାଚରେ ରାଜସ୍ଥାନକୁ ୪ ରନ୍‌ରେ ପରାସ୍ତ କରିଛି, କିନ୍ତୁ ରାଜସ୍ଥାନର ପରାଜୟକୁ ନେଇ ଅନେକ ଚର୍ଚ୍ଚା ହେଉଛି।
ଏହି ମ୍ୟାଚରେ ନୂତନ ଭାବେ ନିଯୁକ୍ତ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ଦେଇଥିଲେ। ପଞ୍ଜାବ ରାଜସ୍ଥାନକୁ ୨୨୨ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ରାଜସ୍ଥାନ ଖରାପ ଆରମ୍ଭ ପରେ ଅଧିନାୟକ ସଞ୍ଜୁ ସାମସନ ପାଳି ସମ୍ଭାଳି ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତ ରାଜସ୍ଥାନ ଶେଷ ବଲରେ ମ୍ୟାଚ ଜିତିପାରି ନ ଥିଲେ। ଅଧିନାୟକ ସଞ୍ଜୁ ସାମସନ ୬୩ ବଲରେ ୧୧୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଶେଷ ଓଭରରେ ରାଜସ୍ଥାନ ଜିତିବା ପାଇଁ ୧୩ ରନ ଆବଶ୍ୟକ ଥିଲା ଏବଂ ଅର୍ଶାଦୀପ ବୋଲିଂ କରୁଥିଲେ। ସଞ୍ଜୁ ସାମସନ ଏବଂ କ୍ରିସ୍‌ ମୋରିସ କ୍ରିଜରେ ଉପସ୍ଥିତ ଥିବାରୁ ଏହି ଲକ୍ଷ୍ୟ ସମ୍ଭବ ମନେ ହେଉଥିଲା। ଶେଷ ଦୁଇଟି ବଲରେ ରାଜସ୍ଥାନକୁ ୫ ରନ ଆବଶ୍ୟକ ଥିଲା। ସଞ୍ଜୁ ପଞ୍ଚମ ବଲରୁ ପାଇଥିବା ସିଙ୍ଗଲକୁ ନେଇ ନଥିଲେ। ଶେଷ ବଲରେ ସଞ୍ଜୁ ଛକା ମାରି ଦଳ ଜିତିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାଉଣ୍ଡ୍ରୀ ପାଖରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ପ୍ରଶ୍ନ ଉଙ୍କି ମାରୁଛି ଯଦି ସାମସନ ପଞ୍ଚମ ବଲ୍‌ରେ ଗୋଟିଏ ରନ୍‌ ନେଇ କ୍ରିସ ମୋରିସଙ୍କ ଉପରେ ଭରସା କରିଥାନ୍ତେ ତେବେ ମ୍ୟାଚର ନିଷ୍ପତ୍ତି ଅନ୍ୟ କିଛି ହୋଇଥାନ୍ତା। ୨୦୨୧ ନିଲାମରେ ମୋରିସ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ବିକ୍ରୟ ଖେଳାଳି ଥିଲେ। ରାଜସ୍ଥାନ ତାଙ୍କୁ ୧୬.୨୫ କୋଟିରେ କିଣିଛି। ମୋରିସ ଜଣେ ଅଲରାଉଣ୍ଡର। ଅଧିନାୟକ ଭାବରେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ହୁଏତ ଦଳ ଜିତିବାରେ ସମର୍ଥ ହୋଇ ନ ପାରନ୍ତି, କିନ୍ତୁ ନିଶ୍ଚିତ ଭାବେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri