ଦାଦନ ଶ୍ରମିକଙ୍କୁ ନେଇ ସମ୍ମିଳନୀ: ନିର୍ଯାତନା, ହତ୍ୟା ମାମଲାକୁ ଚପା ଯାଉଛି

ବଲାଙ୍ଗୀର ଅଫିସ,୩୦ା୬
ବଲାଙ୍ଗୀର ଜିଲାର ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ତଥା ହତ୍ୟା, ଅପହରଣ, ଆର୍ଥିକ ଶୋଷଣ ଭଳି ଗୁରୁତର ଘଟଣାଗୁଡିକୁ ଅଭିଯୋଗସତ୍ତ୍ୱେ ପୋଲିସ ଚପାଇ ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆରସିଡିସି ତରଫରୁ ଜିଲାର ଦାଦନ ଶ୍ରମିକଙ୍କୁ ନେଇ ଏକ ସମ୍ମିଳନୀ କରାଯାଇଥିଲା। କୁଳମଣି ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ଖପ୍ରାଖୋଲ, ଦେଓଗଁା, ଲୋଇସିଂହା ଅଞ୍ଚଳର ଦାଦନ ଶ୍ରମିକମାନେ ଆସି ସେମାନଙ୍କ ଅତ୍ୟାଚାର, ନିର୍ଯାତନା ଘଟଣା ଶୁଣାଇ ଏ ଦିଗରେ ପୋଲିସ କିଭଳି ଅବହେଳା ପ୍ରଦର୍ଶନ କରୁଛି କହିଥିଲେ। ଗତ ଜାନୁୟାରୀ ୭ ତାରିଖରେ ଲହଡୁଙ୍ଗୁରୀ ଗ୍ରାମର ଦାଦନ ଶ୍ରମିକ ଯୁଧିଷ୍ଠିର ନାଗଙ୍କୁ ଘରୁ ଟେକିନେଇ ଦାଦନ ସର୍ଦ୍ଦାର ତାଙ୍କୁ ହତ୍ୟା କରିଥିତ୍ବା ଅଭିଯୋଗ ହୋଇଥିଲା ା ଏହି ଘଟଣାରେ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଛି ା ୨୦୧୮ ଫେବୃୟାରୀ ମାସରେ ବର୍ତ୍ତିଆ ଗ୍ରାମର ଆଦିବାସୀ ଦାଦନ ମହିଳା ଶ୍ରମିକ ସମାରୀ ବିଶ୍ୱାଳଙ୍କୁ ଘରୁ ଅପହରଣ କରାଯାଇଥିଲା ା ଏ ନେଇ ପୋଲିସରେ ଅଭିଯୋଗ ସତ୍ତ୍ୱେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ା ୧ ମାସ ପରେ ଅପହରଣକାରୀମାନେ ତାଙ୍କୁ ଛାଡିବା ପରେ ସେ ଘରକୁ ଫେରିଥିଲେ ା ତାଙ୍କୁ ଘୋର ନିର୍ଯାତନା ଦିଆଯାଇଥିଲା। ରେଙ୍ଗାଲିର ତୁଳସୀ ନାଗଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିତ୍ବା ସେମାନେ ଅଭିଯୋଗ କରିଥିଲେ। ଲହଡୁଙ୍ଗୁରୀ ଗ୍ରାମର ଧନମତୀ ଧରୁଆଙ୍କ ଦିଅରଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଅଭିଯୋଗ ସତ୍ତ୍ୱେ ପୋଲିସ ଏସବୁ ଘଟଣାରେ କୌଣସି ଆଖିଦୃଶିଆ କାମ କରୁନାହିଁ ା ବରଂ ଏସବୁ ଅଭିଯୋଗକୁ ଚପାଇ ଦେଇଛି ବୋଲି ପୀଡିତ ପରିବାରବର୍ଗର ଲୋକେ ଅଭିଯୋଗ କରିଥିଲେ ା ଦାଦନ ଶ୍ରମିକଙ୍କୁ ଏକକାଳୀନ ଅଗ୍ରୀମ ଦେଇ ପ୍ରଲୋଭିତ କରିବା ପରେ ରାଜ୍ୟ ବାହାରକୁ ନେଇ ସେଠାରେ ଶୋଷଣ ଓ ନିର୍ଯାତିତ କରିବା ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି ା ଏଭଳି ନିର୍ଯାତନାକୁ ସରକାର ମଧ୍ୟ ରୋକି ପାରୁନାହିଁ ା ଏଦିଗରେ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏଦିଗରେ ସ୍ଥିତିରେ କୌଣସି ପରିବର୍ତ୍ତନ ହେଊନାହିଁ ବୋଲି ଆଲୋଚକମାନେ ମତପ୍ରକାଶ କରିଥିଲେ ା ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲା ଶ୍ରମ ବିଭାଗର ଜିଲା ମଙ୍ଗଳ କୋଅର୍ଡିନେଟର ବସନ୍ତ ବିହାରୀ ବାହିନୀପତି ଯୋଗଦେଇ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଗଲାବେଳେ କିଭଳି ସାବଧାନତା ଅବଲମ୍ବନ କରିବେ ଓ ପଞ୍ଜୀକରଣ କରି ଯିବେ କହିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଅତିଥିବକ୍ତା ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସାମାଜିକ କର୍ମୀ ଟେକେନ୍ଦ୍ର ଜାଲ, ଜିଲା ଜଙ୍ଗଲ ସୁରକ୍ଷା ଫୋରମ୍‌ର ସମ୍ପାଦକ ସୋମନାଥ ପଟେଲ ଓ ସାମାଜିକ କର୍ମୀ ମଧୁସୂଦନ ସିଂନିନା ଯୋଗଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri