Posted inଖେଳ

ଆଇପିଏଲ୍‌ ପୂର୍ବରୁ କରୋନା ମାଡ: ପୁଣି ୩ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ କରୋନା

ଆଇପିଏଲର ୧୪ ତମ ସିଜିନ ଅନୁଷ୍ଠିତ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମର ୩ଜଣ ଗ୍ରାଉଣ୍ଡ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ) ପକ୍ଷରୁ ମଙ୍ଗଳବାର ଏହା ନିଶ୍ଚିତ କରାଯାଇଛି। କିଛି ଦିନ ପୂର୍ବରୁ ୱାଙ୍ଖେଡେ ଷ୍ଟାଡିୟମର ୧୦ ଜଣ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ଗ୍ରାଉଣ୍ଡ କର୍ମଚାରୀମାନେ କୌଣସି ସ୍ଥାନକୁ ଯାତ୍ରା କରିବେ ନାହିଁ ଏବଂ ଷ୍ଟାଡିୟମରେ ରହିବେ ବୋଲି ଏମସିଏ ପକ୍ଷରୁ କୁହାଯାଇଛି। ୱାଙ୍ଖେଡେ ଷ୍ଟାଡିୟମ ଭିତରେ ଏକ କ୍ଲବ ଘର ଅଛି। ଆଇପିଏଲ ସୁରୁଖୁରୁରେ ଚଳାଇବା ପାଇଁ ଟୁର୍ନାମେଣ୍ଟ ଶେଷ ପର୍ଯ୍ୟନ୍ତ ସମସ୍ତ ଗ୍ରାଉଣ୍ଡଷ୍ଟାଫ ସେଠାରେ ରହିବ। ତିନି ଜଣ କ୍ରିକେଟର ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି। ଆରସିବିର ଦେବଦତ୍ତ ପାଡିକଲ, ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷ୍‌ର ପଟେଲ ଏବଂ କୋଲକାତା ନାଇଟ ରାଇଡର୍ସର ନୀତୀଶ ରାଣା କରୋନା ସଂକ୍ରମିତ ହୋଇଥିଲେ ହେଁ ନୀତୀଶ ସୁସ୍ଥ ହୋଇ ଦଳ ସହ ତାଲିମ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୯ରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri