Posted inଖେଳ

ଶ୍ରୀଲଙ୍କା- ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଡ୍ର

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୪।୪: ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଶନିବାର ଅମୀମାଂସିତ ରହିଛି। ଶ୍ରୀଲଙ୍କାର ଦୁଇ ଓପନର ଲାହିରୁ ଥିରିମାନେ ଓ ଅଧିନାୟକ ଦିମୁଥ କରୁଣାରତ୍ନେ ପ୍ରଥମ ଉଇକେଟରେ ୧୦୧ ରନର ଶତକୀୟ ଭାଗୀଦାରି କରି ମ୍ୟାଚ୍‌କୁ ଡ୍ର ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମଧ୍ୟ ଅମୀମାଂସିତ ରହିଥିଲା। ଫଳରେ ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜ ୦-୦ ବ୍ୟବଧାନରେ ଡ୍ର ରହିଛି। ପ୍ରଥମ ଇନିଂସରେ ୧୨୬ ରନର ଶତକୀୟ ଇନିଂସ ଓ ଦ୍ୱିତୀୟ ଇନିଂସରେ ୮୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଘରୋଇ ଓପନର କ୍ରେଗ୍‌ ବ୍ରାଥଓ୍ବେଟ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ସ୍ଥିର ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ସୁରଙ୍ଗା ଲାକମଲ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି।
ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୩୫୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ୨୫୮ ରନକରି ଅଲଆଉଟ ହୋଇଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ୯୬ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟ ହରାଇ ୨୮୦ ରନ କରି ଇନିଂସ ଘୋଷଣା କରିଥିଲା। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ୩୭୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ ଆରମ୍ଭ କରି ପଞ୍ଚମ ତଥା ଅନ୍ତିମ ଦିବସ ଖେଳ ଶେଷ ସୁଦ୍ଧା ୭୯ ଓଭରରେ ୨ ଉଇକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଓଶାଡା ଫର୍ନାଣ୍ଡୋ ୬୬ ଓ ଦୀନେଶ ଚାଣ୍ଡିମଲ ୧୦ ରନକରି ଅପରାଜିତ ରହିଥିଲେ। ତେବେ ଶତକୀୟ ଭାଗୀଦାରି ସ୍ଥାପନ କରିଥିବା ଦୁଇ ଓପନର ଥିରିମାନେ ୩୯ ଓ କରୁଣାରତ୍ନେ ୭୫ ରନ ସଂଗ୍ରହ କରି ଯଥାକ୍ରମେ ଅଲଜାରି ଜୋଶେଫ ଓ କାଏଲ ମେୟର୍ସଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୯/୦ରୁ ଶ୍ରୀଲଙ୍କା ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଥିରିମାନେ ୧୭ ଓ କରୁଣାରତ୍ନେ ୧୧ରୁ ଖେଳ ଆରମ୍ଭ କରି ଶନିବାର ଆଉଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୧୧.୧ ଓଭରରେ ୩୫୪ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ: ୧୦୭ ଓଭରରେ ୨୫୮ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୭୨.୪ ଓଭରରେ ୨୮୦/୪ (ଇନିଂସ ଘୋଷଣା)
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୭୯ ଓଭରରେ ୧୯୩/୨
(ଓଶାଡ଼ା ଫର୍ନାଣ୍ଡୋ- ୬୬*, ଦୀନେଶ ଚାଣ୍ଡିମଲ- ୧୦*, କରୁଣାରତ୍ନେ- ୭୫, ଥିରିମାନେ- ୩୯, ଜୋଶେଫ୍‌- ୧/୩୩, ମେୟର୍ସ- ୧/୫)।
କ୍ୟାପଶନ: ଦ୍ୱିତୀୟ ଇନିଂସର ପ୍ରଥମ ଉଇକେଟରେ ୧୦୧ ରନର ପାର୍ଟନରଶିପ୍‌ ସ୍ଥାପନ କରିଥିବା ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ଓ ଲାହିରୁ ଥିରିମାନେ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri