ନିଖୋଜ ଛାତ୍ରଙ୍କ ମୃତଦେହ ହୋଟେଲରୁ ମିଳିଲା

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଦୁଇଦିନ ଧରି ନିଖୋଜ ଥିବା କଟକ ଜେକେବିକେ କଲେଜ ଛାତ୍ର ଅଭିଷେକ କୁମାର ନାୟକଙ୍କ ମୃତଦେହ ବୁଧବାର ଭୁବନେଶ୍ୱରରୁ ମିଳିଛି। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ରିଜେଣ୍ଟ ହୋଟେଲ କବାଟ ଭାଙ୍ଗି ପୋଲିସ ମୃତଦେହକୁ ଜବତ କରିଛି। ପରେ ତାହାକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (୧୭/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଷେକଙ୍କ ଘର କଟକ ସଦର ଥାନା ଅନ୍ତର୍ଗତ ଉରାଳି ଅଞ୍ଚଳରେ। ସେ ଜେକେବିକେ କଲେଜରେ ଯୁକ୍ତ୩ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଗତ ୬ ମାସ ତଳେ ବ୍ରେନ୍‌ଷ୍ଟ୍ରୋକ୍‌ରେ ବାପାଙ୍କ ମୃତ୍ୟୁ ପରେ ସେ ପାଠ ପଢିବା ସହ ବ୍ୟବସାୟ କରୁଥିଲେ। ବଡ଼ ଭାଇ ଆଶିଷ ପିତାଙ୍କ ତେଲ ଟାଙ୍କି ଓ ଟ୍ରକ ବ୍ୟବସାୟ ସମ୍ଭାଳୁଥିବାବେଳେ ଅଭିଷେକ ପ୍ରାୟ ଦେଢ ବର୍ଷ ଧରି ଶେୟାର ଟ୍ରେଡିଂ କରୁଥିଲେ। ତେବେ ସେୟାର ଟ୍ରେଡିଂରେ ଲାଭ କ୍ଷତି ଲାଗି ରହୁଥିଲେ ମଧ୍ୟ ଏହାକୁ ନେଇ ତାଙ୍କର କୌଣସି ସମସ୍ୟା ନ ଥିଲା ବୋଲି ବଡ଼ ଭାଇ ଆଶିଷ କହିଛନ୍ତି। ସେପଟେ ସେ ମେଳାପି ଛାତ୍ର ଥିଲେ ବୋଲି ସାଙ୍ଗମାନେ କହିଛନ୍ତି। ହେଲେ ସେ କେଉଁ ପରିସ୍ଥିତିରେ ନିଖୋଜ ହେଲେ ଓ କିପରି ମୃତ୍ୟୁ ଘଟିଲା ତାହାର ରହସ୍ୟ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି।
ସୋମବାର ଅପରାହ୍ନ ୫ଟାରେ ଅଭିଷେକ ଘରୁ ସ୍କୁଟି ନେଇ ବାହାରିଥିଲେ। ଓଏମ୍‌ପି ଛକ ନିକଟରେ ତାଙ୍କ ଟ୍ରକ ଡ୍ରାଇଭରଙ୍କୁ ତେଲ ପକାଇବା ପାଇଁ ଟଙ୍କା ଦେଇ ଚାଲିଯାଇଥିଲେ। ଏହାପରେ ପରିବାର ଲୋକେ ଓ ବ୍ୟବସାୟିକ କର୍ମଚାରୀମାନେ କଲ୍‌ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ରାତି ପ୍ରାୟ ୯ଟାରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ମଙ୍ଗଳବାର କଟକ ସଦର ଥାନାରେ ଅଭିଯୋଗ କରିଥିଲେ। ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି ଯେ, ସୋମବାର ସନ୍ଧ୍ୟାରେ ଅଭିଷେକ ଶୈଳଶ୍ରୀବିହାର ରିଜେଣ୍ଟ ହୋଟେଲରେ ରୁମ୍‌ ବୁକ୍‌ କରି ରହିଥିଲେ। ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ରୁମରୁ ନ ବାହାରିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ହୋଟେଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ପୋଲିସ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଅଭିଷେକ ତଳକୁ ମୁହଁ ମାଡ଼ି ପଡ଼ି ରହିଥିବାବେଳେ ପାଟିରୁ ଫେଣ ବାହାରୁଥିଲା। ତାଙ୍କ ଶରୀର ନୀଳ ବର୍ଣ୍ଣ ହୋଇଯାଇଥିଲା। ଘଟଣା ସ୍ଥଳରୁ ପୋଲିସ ଏକ ଠିପି ଖୋଲା ମଦ ବୋତଲ ଓ ମୋବାଇଲ ଫୋନ ଜବତ କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଭାଇ ଆଶିଷ ଓ ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଅଭିଷେକଙ୍କର ସାଙ୍ଗ ଓ ଅନ୍ୟ କାହା ସହ କୌଣସି ପୂର୍ବ ଶତ୍ରୁତା ନ ଥିଲା। ତେଣୁ ଉକ୍ତ ହୋଟେଲର ରୁମ୍‌ କାହା ନାମରେ ବୁକ୍‌ ହୋଇଥିଲା ଓ ତାଙ୍କ ପାଖକୁ କେଉଁମାନେ ଯାଇଥିଲେ, ଠିକ୍‌ ତଦନ୍ତ କଲେ ସବୁକିଛି ଜଣାପଡ଼ିବ ବୋଲି ଆଶିଷ କହିଛନ୍ତି। ତେବେ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri