ମହିଳାଙ୍କ ସ୍କେଚ୍‌ ସହ ଲାଗିଲା ପୋଷ୍ଟର

ଭୁବନେଶ୍ୱର,(ବ୍ୟୁରୋ)/ ଯଁାଳା,୨୫।୩(ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ପାଇବା ପାଇଁ ଲାଗି ପଡିଛି ପୋଲିସ। ବୁଧବାର ମହିଳାଙ୍କ ସ୍କେଚ୍‌ ଥିବା ପୋଷ୍ଟରକୁ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ସହ ସହରର ବିଭିନ୍ନ ସ୍ଥାନରେ ଲଗାଇଛି। ଉକ୍ତ ପୋଷ୍ଟରରେ ମହିଳାଙ୍କର ଆନୁମାନିକ ଚେହେରାର ୩ ପ୍ରକାର ସ୍କେଚ୍‌ ରହିଛି। ଏଥିସହ ତାଙ୍କ ସଂକ୍ରାନ୍ତରେ ମଧ୍ୟ କିଛି ସୂଚନା ଉଲ୍ଲେଖ କରାଯାଇଛି। ସେପ୍ଟେମ୍ବରରୁ ଡିସେମ୍ବର ୨୦ ମଧ୍ୟରେ ନିଖୋଜ ଥିବା ଅନୁମାନ କରାଯାଇଥିବାବେଳେ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ହେବ ଓ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ତାଙ୍କ ଉଚ୍ଚତା ପ୍ରାୟ ୧୬୪ସେମି, କଳା ରଙ୍ଗର ମୁଣ୍ଡବାଳ ପ୍ରାୟ ୩୫ ସେମି ଲମ୍ବ, ଡାହାଣ ହାତରେ ୪ଟି ଆଲୁମିନିୟମ ଚୁଡ଼ି, ଗୋଟିଏ ସବୁଜ ରଙ୍ଗର ପୂରା ହାତର ସ୍ବେଟର ମିଳିଥିବା ଦର୍ଶାଯାଇଛି। ଏହି ମହିଳାଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ନାମ ଓ ପରିଚୟ ଗୋପନୀୟ ରଖାଯିବ ବୋଲି ଉଲ୍ଲେଖ କରାଯାଇଛି। କେହି ପରିଚୟ ପାଇଲେ ଭୁବନେଶ୍ୱର ମହିଳା ଥାନା ଆଇଆଇସି ବନିତା ମହାରଣା, ଜଟଣୀ ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ଭୁବନେଶ୍ୱର ଡିସିପି ଅଫିସଙ୍କ ମୋବାଇଲ ନମ୍ବରରେ ଜଣାଇବାକୁ ଅନୁରୋଧ କରାଯିବା ସହ ସେସବୁ ନମ୍ବର ମଧ୍ୟ ଦିଆଯାଇଛି।
ପୂର୍ବରୁ ପୋଲିସ ପରିଚୟ ପାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ବୁଲି ବୁଲି ଲୋକଙ୍କୁ ପଚରାଉଚରା କରିବା ସହ ଥାନାକୁ ଡାକି ତଥ୍ୟ ସଂଗ୍ରହ କରିଛି। ହେଲେ ଫେବୃୟାରୀ ୧୨ରୁ କଙ୍କାଳ ମିଳିଥିଲେ ମଧ୍ୟ ଏଯାଏ ତାଙ୍କ ସମ୍ପର୍କରେ କିଛି ବି ସୁରାକ ପାଇପାରୁନି ପୋଲିସ। ମହିଳା ଜଣକ କେଉଁ ପରିସ୍ଥିତିରେ ଫାଣ୍ଡି ପରିସରକୁ ଆସିଲେ, କାର୍‌ ଭିତରେ ତାଙ୍କର ମୃତ୍ୟୁ ଘଟିଛି ନା ମୃତଦେହକୁ ସେଠାରେ ରଖାଯାଇଛି, ସ୍ବାଭାବିକ ମୃତ୍ୟୁ ନା ଏହା ପଛରେ କିଛି ରହସ୍ୟ ଲୁଚି ରହିଛି ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏସବୁ ପାଇବାକୁ ହେଲେ ପ୍ରଥମେ ପରିଚୟ ମିଳିବା ଜରୁରୀ ହୋଇଥିବାରୁ ପୋଲିସ ଏଥିପାଇଁ ଲାଗି ପଡିଛି। ସୂଚନାଯୋଗ୍ୟ, ଉକ୍ତ କାର୍‌ଟି ୨୦୧୯ରେ ଗଞ୍ଜେଇ ଚାଲାଣବେଳେ ଧରାପଡ଼ି ଯାଁଳା ଫାଣ୍ଡି ପରିସରରେ ରହିଥିଲା। ମାଲିକ ବିପିନ କୋର୍ଟ ଅର୍ଡର ଧରି ଫେବୃୟାରୀ ୧୨ରେ ଗାଡ଼ି ନେବାକୁ ଫାଣ୍ଡିକୁ ଆସିବା ପରେ ସେଥିରେ ଏକ କଙ୍କାଳ ମିଳିଥିଲା। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଜୋନ୍‌ ଏସିପିଙ୍କୁ ଡିସିପି ସ୍ପଷ୍ଟୀକରଣ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri