Posted inଫୁରସତ

ବୁଲିଯାଆନ୍ତୁ ପ୍ରାଚୀନତମ ଦୁର୍ଗ ମେହରାନଗଡ଼

ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ ଏକ ଲୋକପ୍ରିୟ ଦୁର୍ଗ ହେଉଛି ମେହରାନଗଡ଼। ଏହା ଭାରତର ପ୍ରାଚୀନତମ ଦୁର୍ଗଗୁଡ଼ିକ ମଧ୍ୟରୁ ଅନ୍ୟତମ। ତା’ଛଡ଼ା ଏହା ଭାରତର ସମୃଦ୍ଧିଶାଳୀ ଅତୀତର ଏକ ପ୍ରତୀକ ଭାବେ ମଧ୍ୟ ଦଣ୍ଡାୟମାନ…

ମେହରାନଗଡ଼ ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ ଏକ ବଡ଼ ତଥା ପ୍ରସିଦ୍ଧ ଦୁର୍ଗ। ସୂଚନାନୁଯାୟୀ, ରାଜା ରାଓ ଯୋଧାଙ୍କ ଦ୍ୱାରା ୧୪୫୯ ଖ୍ରୀଷ୍ଟାବ୍ଦରେ ଏହି ଦୁର୍ଗଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଯୋଧପୁର ସହରର ଭୂପୃଷ୍ଠରୁ ପ୍ରାୟ ୪୧୦ ଫୁଟ ଉଚ୍ଚତାରେ ଏକ ପାହାଡ଼ ଉପରେ ନିର୍ମିତ ଏହି ଦୁର୍ଗଟିକୁ ଚତୁଃପାର୍ଶ୍ୱରୁ ଘେରି ରହିଛି ଶକ୍ତ ପଥରର କାନ୍ଥ ତଥା ଉଚ୍ଚ ଉଚ୍ଚ ଚାରୋଟି ଦ୍ୱାର। ତା’ଛଡ଼ା ଆକର୍ଷଣୀୟ କାରୁକାର୍ଯ୍ୟରେ ଭରା ଏହି ଦୁର୍ଗ ମଧ୍ୟରେ ପର୍ଯ୍ୟଟକ ଏକାଧିକ ଭବ୍ୟ ମହଲ ଯେମିତିକି ମୋତି ମହଲ, ଫୁଲ ମହଲ, ଶୀଶ୍‌ ମହଲ ତଥା ଅଦ୍ଭୁତ କାରୁକାର୍ଯ୍ୟରେ ଭରା ଝରକା ଓ କବାଟ ଏପରିକି ଅନେକ ବାସ୍ତୁକଳାକୁ ଦେଖିବାର ମଧ୍ୟ ସୁଯୋଗ ପାଇପାରିବେ। ଖାସ୍‌ ସେଥିପାଇଁ ବର୍ଷର ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

ଦୁର୍ଗକୁ ନେଇ ଇତିହାସ
ରାଜା ରାଓ ଯୋଧା ଥିଲେ ଯୋଧପୁରର ରାଜା ରଣମଲଙ୍କର ୨୪ ସନ୍ତାନଙ୍କ ମଧ୍ୟରୁ ଜଣେ। ତା’ଛଡ଼ା ଯୋଧପୁରର ପନ୍ଦରତମ ରାଜା ଭାବେ ବି ସେ ଶାସନଭାର ସମ୍ଭାଳିଥିଲେ। ତେବେ ଶାସନଭାର ହାତକୁ ନେବାର ମାତ୍ର ବର୍ଷେ ପରେ ରାଜା ରାଓ ଯୋଧା ହୃଦୟଙ୍ଗମ କଲେ ଯେ, ମଣ୍ଡୋର ଦୁର୍ଗ ରାଜ୍ୟକୁ ସୁରକ୍ଷା ଦେବା ପାଇଁ ଆଉ ସୁରକ୍ଷିତ ଅବସ୍ଥାରେ ନାହିଁ। ତେଣୁ ସିଏ ଏହି ଦୁର୍ଗଠାରୁ ମାତ୍ର ୧ କି.ମି. ଦୂରରେ ଉଚ୍ଚ ପାହାଡ଼ ଉପରେ ଆଉ ଏକ ନୂଆ ଦୁର୍ଗ ଗଢ଼ିବାକୁ ସ୍ଥିର କଲେ। ସେ ସମୟରେ ଏହି ପାହାଡ଼ଟି ଚିଡିଆଟୁଙ୍କ୍‌ ନାମରେ ପରିଚିତ ଥିଲା, କାରଣ ସେଠାରେ ବହୁ ପକ୍ଷୀ ବାସ କରୁଥିଲେ। ଶେଷରେ ୧୪୫୯ ଖ୍ରୀଷ୍ଟାବ୍ଦରେ ରାଜା ରାଓ ଯୋଧାଙ୍କ ଦ୍ୱାରା ଏହି ପାହାଡ଼ ଉପରେ ଦୁର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଆଉ କ’ଣ ଦେଖିବେ
ମେହରାନଗଡ଼ ଦୁର୍ଗର ଆକର୍ଷଣୀୟ ବାସ୍ତୁକଳାକୁ ଦେଖିବା ସହ ପର୍ଯ୍ୟଟକ ଏଠାରେ ଆହୁରି ଅନେକ କିଛି ଦେଖିବାର ସୁଯୋଗ ପାଇପାରିବେ; ଯେମିତିକି:

ମେହରାନଗଡ଼ ସଂଗ୍ରହାଳୟ: ଉକ୍ତ ଦୁର୍ଗ ମଧ୍ୟରେ ରାଜାମହାରାଜାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ପୋଷାକପତ୍ର, ଅଳଙ୍କାର, ଆସବାବପତ୍ର, ଅସ୍ତ୍ରଶସ୍ତ୍ର ଇତ୍ୟାଦିକୁ ସାଇତି ରଖିବା ପାଇଁ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି। ଏସବୁ ବ୍ୟତୀତ ଉକ୍ତ ସଂଗ୍ରହାଳୟ ମଧ୍ୟରେ ପର୍ଯ୍ୟଟକ ଅନେକ ଲଘୁଚିତ୍ର, ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର, ରାଣୀମାନଙ୍କ ଯିବାଆସିବା ପାଇଁ ବ୍ୟବହୃତ ପାଲିଙ୍କି ତଥା ହାତୀଙ୍କ ପିଠି ଉପରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଉଥିବା କାଠର ସିଟ୍‌ (ଯେଉଁଥିରେ ସୁନା ଓ ରୁପାର କାରୁକାର୍ଯ୍ୟ ବି ହୋଇଥାଏ) ଇତ୍ୟାଦିକୁ ବି ବୁଲି ଦେଖିପାରିବେ।

ଚାମୁଣ୍ଡା ମାତାଜୀ ମନ୍ଦିର: ରାଜା ରାଓ ଯୋଧା ଚାମୁଣ୍ଡା ମାତାଙ୍କର ଜଣେ ପରମ ଭକ୍ତ ଥିଲେ। ତେଣୁ ସିଏ ମେହରାନଗଡ଼ ଦୁର୍ଗ ନିକଟରେ ମାତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ଏବେ ବି ଏହି ମନ୍ଦିର ଏଠାରେ ରହିଛି। ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲିଯାଇ ମା’ଙ୍କର ଦର୍ଶନ କରିବା ସହ କୃପା ମଧ୍ୟ ଲଭିପାରିବେ।

ରାଓ ଯୋଧା ଡେଜର୍ଟ ରକ୍‌ ପାର୍କ:ଏହା ମଧ୍ୟ ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୭୨ ହେକ୍ଟର ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ପାର୍କରେ ପର୍ଯ୍ୟଟକ ପଥରର ଅନେକ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ, ବିରଳ ବୃକ୍ଷଲତା ଇତ୍ୟାଦି ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ଖରାଦିନକୁ ଛାଡି ବାକି ଅନ୍ୟଦିନେ ମେହରାନଗଡ଼ ଦୁର୍ଗ ବୁଲିଗଲେ ଆନନ୍ଦ ମିଳିଥାଏ। ଖାସ୍‌କରି ଏପ୍ରିଲ୍‌ରୁ ଜୁନ୍‌ ଏଠାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ତେଣୁ ଏହି ତିନିମାସକୁ ଛାଡି ଅନ୍ୟ ଯେ କୌଣସି ମାସରେ ଏଠାକୁ ବୁଲିଯାଇପାରିବେ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ତିନୋଟି ମାଧ୍ୟମ ଯଥା ବସ୍‌, ଟ୍ରେନ୍‌ ତଥା ବିମାନର ମଧ୍ୟ ସୁବ୍ୟବସ୍ଥା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri