ଚାଷୀଙ୍କ ପରେ ବ୍ୟାଙ୍କ କର୍ମଚାରୀ

କରୋନା ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାରୁ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। କିନ୍ତୁ ସରକାର ବିପର୍ଯ୍ୟସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପରିବର୍ତ୍ତେ ଏହାକୁ ଆହୁରି ବିପଦ ମଧ୍ୟକୁ ଠେଲିଦେବା ଭଳି କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। କାରଣ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୪.୮୩ ଲକ୍ଷ କୋଟି ଟଙ୍କିଆ ବଜେଟ ଉପସ୍ଥାପନ କରିବାବେଳେ ଅର୍ଥନୀତି ସଜାଡ଼ିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ସମ୍ପର୍କରେ ଘୋଷଣା କରି ନ ଥିଲେ। କିନ୍ତୁ ୨ ସରକାରୀ ବ୍ୟାଙ୍କର ଘରୋଇକରଣ କରି ସେଥିରୁ ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଥିଲା ଏହି ଅର୍ଥ ବିଲ୍‌ର ପ୍ରମୁଖ ବିନ୍ଦୁ, ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଦେଶର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ।

 

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୭।୩(ବ୍ୟୁରୋ): ପ୍ରଥମେ ଚାଷୀ, ଏବେ ବ୍ୟାଙ୍କ କର୍ମଚାରୀ। କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ୪ ମାସ ଧରି ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କ କଥା ନ ଶୁଣିବା ଯାଏ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଡ଼ିବସିଛନ୍ତି। ଏହାସହ ତୁରନ୍ତ କଣ୍ଟକିତ ତାରବାଡ଼ ହଟାଇ ଆଲୋଚନାର ବାଟ ଫିଟାଇବାକୁ ମଙ୍ଗଳବାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏଭଳି ସମୟରେ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ଦୃଢ଼ ବିରୋଧ କରିଛନ୍ତି ଦେଶର ବ୍ୟାଙ୍କର୍ସ। ୯ଟି ବ୍ୟାଙ୍କ ସଂଘକୁ ନେଇ ଗଠିତ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ଏହି ପଦକ୍ଷେପ ପ୍ରତିବାଦରେ ଦୁଇଦିନିଆ ଆନ୍ଦୋଳନ କରିଛନ୍ତି। ଫଳରେ ସୋମବାର ଓ ମଙ୍ଗଳବାର ଦେଶର ବ୍ୟାଙ୍କ କାରବାର ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି। ଏଥିଯୋଗୁ ଦେଶରେ ଲକ୍ଷାଧିକ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି। କେବଳ କୃଷି କ୍ଷେତ୍ର ନୁହେଁ, ବ୍ୟାଙ୍କଗୁଡ଼ିକର ମଧ୍ୟ ଘରୋଇକରଣ କରି ବ୍ୟାଙ୍କିଙ୍ଗ୍‌ ସେକ୍ଟରର ଚାବିକାଠି ପୁଞ୍ଜିପତିଙ୍କୁ ଧରାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହାର ପ୍ରତିବାଦରେ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଏଥିରେ ସାରା ଦେଶର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଥିବାରୁ ସୋମବାର ଭଳି ମଙ୍ଗଳବାର ଦ୍ୱିତୀୟ ଦିନରେ ମଧ୍ୟ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି। ଦେଶବ୍ୟାପୀ ବ୍ୟାଙ୍କଗୁଡ଼ିକରେ କାରବାର ଏକପ୍ରକାର ଠପ୍‌ ହୋଇଯାଇଛି। ଶାଖାଗୁଡିକରେ ଟଙ୍କା ଉଠାଣ, ଜମା, ଚେକ୍‌ କ୍ଲିୟରାନ୍ସ, ରେମିଟାନ୍ସ ଭଳି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବିଭିନ୍ନ ରାଜ୍ୟର ଗ୍ରାହକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ବହୁଳ ଭାବେ ଅନୁଭୂତ ହୋଇଛି। ଓଡ଼ିଶାରେ ଧର୍ମଘଟ ଯୋଗୁ ୫, ୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିଛି। ଏଥିରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ଧର୍ମଘଟରେ ସାମିଲ ହୋଇଥିବା ସଂଘଗୁଡ଼ିକ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ଗ୍ରାମ୍ୟବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକର କର୍ମଚାରୀମାନେ ମଧ୍ୟ ଧର୍ମଘଟରେ ଯୋଗଦେଇଥିଲେ। ଫଳରେ ରାଜ୍ୟର ସୋମବାର ଏବଂ ମଙ୍ଗଳବାର ୨ ଦିନରେ ୭୦୦ରୁ ୮୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି। ଗତ ଶନିବାରଠାରୁ ଚଳିତ ସପ୍ତାହ ମଙ୍ଗଳବାର ଯାଏ ପ୍ରାୟ ୧୫୦୦ କୋଟି ଟଙ୍କାର କାରବାର ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ୟୁଏଫ୍‌ବିୟୁ ଓଡିଶା ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି, କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ ଜାରି ରହିବ। ବ୍ୟାଙ୍କ ଶାଖା ଖୋଲା ରହିଲେ ମଧ୍ୟ ସଂଘ ପକ୍ଷରୁ ଏହା ବିରୋଧରେ ଲଢ଼େଇ କରାଯିବ। ଶାଖାଗୁଡିକରେ ଚେକ୍‌ କ୍ଲିୟରାନ୍ସ୍‌, ଏନ୍‌ଇଏଫ୍‌ଟି ଜରିଆରେ କାରବାର ଆଦି ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବନ୍ଦର ପ୍ରଭାବ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଉପରେ ପଡିଛି। କାରଣ ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିବା ଯୋଗୁ ସେବା ଉପଲବ୍ଧ ନ ଥିଲା। ସେହିଭଳି ସୋମବାର ଏବଂ ମଙ୍ଗଳବାର ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧା ସାମ୍ନା କରିଛନ୍ତି। ବୁଧବାରଠାରୁ ବ୍ୟାଙ୍କସେବା ପୁଣି ସ୍ବାଭାବିକ ସ୍ଥିତିକୁ ଫେରିବ।
ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କଗୁଡିକ ଖୋଲା ରହିବା ଫଳରେ ଏମାନଙ୍କ ସେବାରେ କୌଣସି ସମସ୍ୟା ଆସି ନ ଥିବା ସୂଚନା ମିଳିଛି। ସେହିଭଳି ଏଟିଏମ୍‌ଗୁଡ଼ିକ ଖାଲି ହେବା ଯୋଗୁ ଲୋକମାନେ ଟଙ୍କା ଉଠାଣରେ ସମସ୍ୟା ସାମ୍ନା କରିଛନ୍ତି। ସ୍କେଲ ୧, ୨ ଏବଂ ୩ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟରେ ୧୦୦% ଅଂଶଗ୍ରହଣ କରିଥିବା ସଂଘଗୁଡ଼ିକ ପକ୍ଷରୁ ସୂଚନା ମିଳିଛି। ଧର୍ମଘଟ ସଫଳ ହୋଇଥିବା ଏଆଇବିଇଏ ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଳମ କହିଛନ୍ତି। ଜମା ଏବଂ ଉଠାଣ ବାଧାପ୍ରାପ୍ତ ହେବାରୁ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗରେ ନେଣଦେଣ କରିବାକୁ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ନିବେଦନ କରିଥିଲେ। ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାରେ ବ୍ୟାଙ୍କଗୁଡିକର ଘରୋଇକରଣ ନକାରାତ୍ମକ ପ୍ରଭାବ ପକାଇବ ବୋଲି ସଂଘ କହିଛନ୍ତି। ସଂଘଗୁଡିକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri