ବସନ୍ତରେ ବୈଶାଖ ତାତି

ବରଗଡ଼ ଅଫିସ୍‌,୧୧।୩: ବସନ୍ତ ସରିନାହିଁ। ହେଲେ ବୈଶାଖର ତାତି ପରିଲକ୍ଷିତ ହେଲାଣି। ଦିନ ୧୧ଟାରୁ ତାତିର ପ୍ରକୋପ ଜଣାପଡୁଛି। ରାସ୍ତାଘାଟରେ ଲୋକଙ୍କ ଯାତାୟାତ କମିଯାଉଛି। ଗତପ୍ରାୟ ସପ୍ତାହକ ପୂର୍ବରୁ ବରଗଡ଼ ଜିଲାରେ ଏଭଳି ଅନୁଭୂତ ହେଉଛି। ତାତି ଯୋଗୁ ଲୋକେ ମୁଣ୍ଡରେ ପଗଡ଼ି, ଟୋପି ପିନ୍ଧିବା ସହିତ ଗାମୁଛା, ଛତା ଧରି ରାସ୍ତାରେ ଯାତାୟାତ କରୁଛନ୍ତି। ସେହିପରି ଝିଅମାନେ ମୁଣ୍ଡରେ ଓଢ଼ଣି, ହାତରେ ଗ୍ଲୋଭ୍‌ସ ପିନ୍ଧି ପଦାକୁ ବାହାରୁଥିବା ଦେଖିବାକୁ ମିଳିଛି। ଜିଲାରେ ପାଣିପାଗ ସୂଚନା କେନ୍ଦ୍ର ନାହିଁ। ଫଳରେ ଠିକ୍‌ ତାପମାତ୍ରା ଆକଳନ ହୋଇପାରୁନାହିଁ । ଗ୍ରୀଷ୍ମ ଆସିଲେ ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ରରେ ଏକ ସାଧାରଣ ତାପମାପକ ଯନ୍ତ୍ରରେ ତାପମାତ୍ରା ଆକଳନ କରାଯାଇଥାଏ। ମାତ୍ର ତାହା ଏଯାଏ ସ୍ଥାପନ କରାଯାଇ ନାହିଁ। ଜିଲାରେ ତାପମାତ୍ରା ବର୍ତ୍ତମାନ ୩୫ ଡିଗ୍ରୀ ଟପିଥିବା ଅନୁଭୂତ ହେଉଛି।
ଅନ୍ୟପକ୍ଷେ ଜିଲାରେ ଗ୍ରୀଷ୍ମ ମୁକାବିଲା ନେଇ ଯେଭଳି ତତ୍ପରତା ପ୍ରକାଶ ପାଇବା କଥା, ତାହା ପରିଲକ୍ଷିତ ହୋଇନାହିଁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ, କଲେଜ ସକାଳୁଆ ହୋଇଛି। କିନ୍ତୁ ଜଳଛତ୍ର କିମ୍ବା ରାସ୍ତାକଡ଼ରେ ଆଶ୍ରୟସ୍ଥଳ ନାହିଁ । ଅନ୍ୟପଟେ ଥଣ୍ଡା ପାନୀୟର ଚାହିଦା ବଢ଼ିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନ ୧୨ଟା, ଗୋଟାଏରୁ ଦୋକାନ ବଜାର ବନ୍ଦ ହେଉଛି। ସେହିପରି ବାରମ୍ବାର ବିଦ୍ୟୁତ ବିଭ୍ରାଟ୍‌ ଲୋକଙ୍କୁ ବ୍ୟତିବସ୍ତ କରି ପକାଉଛି।
ବରଗଡ଼ର ଜଣେ ପରିବେଶବିତ୍‌ ଜେଠୁ ଭୋଇ କହିଛନ୍ତି, ନଦୀରୁ ବାଲି କାଢ଼ି ନିଆଯାଉଛି। ମାତ୍ରାଧିକ ପରିମାଣରେ ଗଭୀର ନଳକୂପ ଖନନ କରାଯାଉଛି। ଏହି ଦୃଷ୍ଟିରୁ ଦିନକୁ ଦିନ ଜଳସ୍ତର ହ୍ରାସ ପାଇବା ସହିତ ମାଟିର ଆଦର୍‌ରତା ମଧ୍ୟ କମି ଯାଉଛି। ଏହାସତ୍ତ୍ବେ ଜଳ ସଂରକ୍ଷଣ ପାଇଁ ସରକାରଙ୍କ ଠୋସ୍‌ ଯୋଜନା ନାହିଁ। ଜଙ୍ଗଲରୁ ଗଛକଟା, ନିଆଁ ମଧ୍ୟ ଅନିୟନ୍ତ୍ରିତ ହୋଇ ପଡୁଛି । ଏହିସବୁ କାରଣରୁ ତାତି ବଢ଼ି ଚାଲିଛି । ବରଗଡ଼ର ଜଣେ ବରିଷ୍ଠ ନାଗରିକ ଶିବାନନ୍ଦ ମଟାରୀ କୁହନ୍ତି, ଏଥର ଗ୍ରୀଷ୍ମରେ ତାତି ଅସମ୍ଭାଳ ହେବ । ତାହା ଏବେଠାରୁ ବାରି ହୋଇ ପଡ଼ିଲାଣି। ଏହାକୁ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମ୍‌ଓ) ଡା. ଅରୁଣ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଅଂଶୁଘାତ ରୋକିବା ପାଇଁ ଏଥର ବ୍ୟାପକ ପଦକ୍ଷେପ ନିଆଯାଇଛି। ପ୍ରତି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ କକ୍ଷ ଖୋଲାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅଙ୍ଗନୱାଡ଼ି କର୍ମୀଙ୍କ ପାଖରେ ବ୍ୟାପକ ପରିମାଣରେ ଓଆରଏସ୍‌ ମହଜୁଦ ରଖାଯାଇଛି। ଅଧିକ ଖରାରେ ବାହାରକୁ ନ ଯିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ସିଡିଏମ୍‌ଓ ପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri