Posted inଖେଳ

ଇତିହାସ ରଚିଲେ ମିତାଲି: ସଚିନ ତେନ୍ଦୁଲକରଙ୍କ ପରେ କଲେ ଏମିତି କାରନାମା

ଭାରତୀୟ ମହିଳା କ୍ରିକେଟ ଦଳ ପ୍ରାୟ ଏକ ବର୍ଷ ପରେ ପଡ଼ିଆକୁ ଫେରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ମହିଳା ଦଳ ୩୬୪ ଦିନ ପରେ ପଡ଼ିଆରେ ଅବତରଣ କରିଥିଲେ। ଭାରତର ତାରକା ମହିଳା କ୍ରିକେଟର ମିଥାଲି ରାଜ ପଡ଼ିଆରେ ଅବତରଣ କରିବା ପରେ ତାଙ୍କ ନାମରେ ଅନେକ ରେକର୍ଡ କରିଥିଲେ। ମିତାଲି ଅନ୍ତର୍ଜାତୀୟ କ୍ରିକେଟର ଚତୁର୍ଥ ଦଶନ୍ଧି ଖେଳୁଛନ୍ତି। ୧୯୯୯ରୁ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହା ସହ ସେ ଦୀର୍ଘ ଦିନର ଏକଦିବସୀୟ କ୍ୟାରିୟର ପ୍ରସଙ୍ଗରେ ବିଶ୍ୱ ଭେଟେରାନ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିୟାଙ୍କୁ ଅତିକ୍ରମ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ମିତାଲି ଦୀର୍ଘ ଏକଦିବସୀୟ କ୍ୟାରିୟରବିଶିଷ୍ଟ ଖେଳାଳି ହୋଇଛନ୍ତି।
ସଚିନଙ୍କ ଏକଦିବସୀୟ କ୍ୟାରିୟର ୨୨ ବର୍ଷ ୯୧ ଦିନ ଥିଲା। ଏଥି ସହିତ ମିତାଲି ରାଜଙ୍କ ଏକଦିବସୀୟ କ୍ୟାରିୟର ୨୧ ବର୍ଷ ୨୫୪ ଦିନ ହୋଇସାରିଛି। ଦୀର୍ଘତମ ଏକଦିବସୀୟ କ୍ୟାରିୟର ସହିତ କ୍ରିକେଟର ତାଲିକାରେ ସନଥ ଜୟସୁରିୟା ତୃତୀୟ, ଯାହାଙ୍କ କ୍ୟାରିୟର ୨୧ ବର୍ଷ ୧୮୪ ଦିନ ଥିଲା। ଜାଭେଦ ମିଆନ୍ଦାଦ ୨୦ ବର୍ଷ ୨୭୨ ଦିନ ସହିତ ଚତୁର୍ଥ ସ୍ଥାନରେ ଏବଂ କ୍ରିସ୍‌ ଗେଲ ୧୯ ବର୍ଷ ୩୩୭ ଦିନ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି। ୩୮ ବର୍ଷ ବର୍ଷିୟା ମିତାଲି ଜୁନ୍‌ ୨୬, ୧୯୯୯ରେ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ୨୦୯ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୬ ହଜାର ୮୮୮ ରନ କରିଛନ୍ତି। ସେଥିରେ ସେ ୭ଟି ଶତକ ଏବଂ ୫୩ ଅର୍ଦ୍ଧଶତକ ଅଛି। ଏହା ବ୍ୟତୀତ ମିତାଲି ମଧ୍ୟ ୧୦ଟି ଟେଷ୍ଟ ଏବଂ ୮୯ଟି -୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

ଆଇପିଏଲ୍‌ ଅଧାରୁ ସ୍ବଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୫: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri