Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଲିଗ୍‌ ଓ୍ବିନର୍ସ ଶିଲ୍ଡ ଜିତିଲା ମୁମ୍ବାଇ

ଭୁବନେଶ୍ୱର,୧।୩: ଚଳିତ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ସିଟ୍‌ ଏଫ୍‌ସି ୨-୧ ଗୋଲରେ ଏଟିକେ ମୋହନବାଗାନ(ଏଟିକେଏମ୍‌ବି)କୁ ପରାସ୍ତ କରିଛି। ଏଥି ସହ ମୁମ୍ବାଇ ତାଲିକାର ଶୀର୍ଷରେ ରହି ଲିଗ୍‌ ଓ୍ବିନର୍ସ ଶିଲ୍ଡ ହାସଲ କରିଛି। କୋଚ୍‌ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇ ୨୦ଟି ମ୍ୟାଚ୍‌ ଖେଳି ୧୨ ବିଜୟ, ୪ ଡ୍ର ଓ ପରାଜୟ ସହ ମୋଟ ୪୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହି ଏହି ସଫଳତା ପାଇଛି। ଅନ୍ୟପଟେ ଏଟିକେଏମ୍‌ବି ୨୦ଟି ମ୍ୟାଚ୍‌ ଖେଳି ୧୨ ବିଜୟ ୪ ଲେଖାଏ ଡ୍ର ଓ ପରାଜୟ ସହ ସମାନ ୪୦ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିବା ସହ ଲିଗ୍‌ ଓ୍ବିନର୍ସ ଶିଲ୍ଡ ହାସଲରୁ ବଞ୍ଚିତ ହୋଇଛି।
ରବିବାର ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ମୁମ୍ବାଇ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ମୁମ୍ବାଇ ତରଫରୁ ମୋର୍ଟାଡା ଫଲ ସପ୍ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ୩୯ ତମ ମିନିଟ୍‌ରେ ମୁମ୍ବାଇର ବାର୍ଥୋଲୋମ୍ୟୁ ଓଗବେଚେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥାମର୍ଦ୍ଧ ଶେଷ ହେବା ବେଳକୁ ମୁମ୍ବାଇ ଅଗ୍ରଣୀ ବଜାୟ ରଖିଥିଲା। ଏହାପରେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସୁଯୋଗ ପାଇଥିଲେ ମଧ୍ୟ ଏଟିକେଏମ୍‌ବି ଗୋଲ ଦେଇପାରି ନ ଥିଲା ଓ ସହଜରେ ମ୍ୟାଚ୍‌ ହାତଛଡ଼ା କରିଥିଲା। ତେବେ ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଏଟିକେଏମ୍‌ବି ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲା। ଦଳର ପ୍ରଦର୍ଶନରେ ମୁମ୍ବାଇ କୋଚ୍‌ ଲୋବେରା ଖୁସି ଜାହିର କରିଛନ୍ତି। ଖେଳାଳିଙ୍କ ପ୍ରଦର୍ଶନ ଗର୍ବିତ ବୋଲି ସେ କହିଛନ୍ତି। ଏଟିକେଏମ୍‌ବି ଏକ କ୍ୱାଲିଟି ଦଳ ବୋଲି ଜାଣିଥିଲୁ। ଯୋଜନା ଅନୁସାରେ ଖେଳି ସଫଳତା ପାଇଛୁ। ଲିଗ୍‌ରେ ଆମେ ଭଲ ଆରମ୍ଭ କରିଥିଲୁ। ତେବେ ଶେଷ ଆଡକୁ ଆଶନୁରୂପ ପ୍ରଦର୍ଶନ କରିପାରି ନ ଥିଲୁ। ଶେଷରେ ଲିଗ୍‌ ଓ୍ବିନର୍ସ ଶିଲ୍ଡ ଜିତିଥିବାରୁ ଆମେ ବେଶ୍‌ ଆନନ୍ଦିତ ଅଛୁ ବୋଲି ସେ କହିଛନ୍ତି।
ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ
ଆଇଏସଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ, ଏଟିକେଏମ୍‌ବି, ନର୍ଥଇଷ୍ଟ ୟୁନାଇଟେଡ ଓ ଗୋଆ ଯଥାକ୍ରମେ ପଏଣ୍ଟ ତାଲକାର ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଫଳରେ ପ୍ଲେଅଫ୍‌ କାର୍ଯସୂଚୀ ସ୍ପଷ୍ଟ ହୋଇଛି। ମୁମ୍ବାଇ ଏବେ ଚତୁର୍ଥ ସ୍ଥାନରେ ଥିବା ଏଫ୍‌ସି ଗୋଆ ବିପକ୍ଷରେ ଦୁଇ ଲେଗ୍‌ ବିଶିଷ୍ଟ ସେମିଫାଇନାଲ ଖେଳିବ। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ଏଟିକେଏମ୍‌ବି ଦୁଇ ଲେଗ ବିଶିଷ୍ଟ ସେମିଫାଇନାଲରେ ତୃତୀୟ ସ୍ଥାନ ହାସଲ କରିଥିବା ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ।
ପ୍ଲେଅଫ୍‌ କାର୍ଯ୍ୟସୂଚୀ
ତାରିଖ ମୁକାବିଲା ଭେନ୍ୟୁ
୫ ଗୋଆ- ମୁମ୍ବାଇ ଫାଟୋର୍ଡା
୬ ନର୍ଥଇଷ୍ଟ- ଏଟିକେଏମ୍‌ବି ବାମ୍ବୋଲିମ
୮ ମୁମ୍ବାଇ- ଗୋଆ ବାମ୍ବୋଲିମ
୯ ଏଟିକେଏମ୍‌ବି- ନର୍ଥଇଷ୍ଟ ଫାଟୋର୍ଡା
୧୩ ଗ୍ରାଣ୍ଡ ଫାଇନାଲ ଫାଟୋର୍ଡା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri