Odisha Elections 2024
Posted inଫୁରସତ

ଏମିତି ଟାଟୁ କରି ଚର୍ଚ୍ଚାରେ ଏହି ଯୁବତୀ, ହାତରେ ଲେଖିଛନ୍ତି…

ସାଧାରଣତଃ ଯୁବପିଢ଼ିଙ୍କୁ ବର୍ତ୍ତମାନ ଟାଟୁ ମାନିଆ ଘାରିଛି। ସବୁଦିନେ କିଛି ନା କିଛି ଅଜବ ଟାଟୁକୁ ନେଇ ଚର୍ଚ୍ଚା ହୋଇଥାଏ। କେଉଁଠି ଟାଟୁର ସ୍ଥାନକୁ ନେଇ ତ ଆଉ କେଉଁଠି ଟାଟୁର ରଙ୍ଗକୁ ନେଇ। ଏହି ସମୟରେ ଏମିତି ଟାଟୁ ଚର୍ଚ୍ଚାକୁ ଆସିଛି। ଯେଉଁଠି ଜଣେ ଯୁବତୀ ନିଜ ହାତରେ ଅଜବ ଟାଟୁ କରିଛନ୍ତି। ଏଥିରେ ଲେଫ୍ଟ ଏବଂ ରାଇଟ୍‌ ବା ବାମ ଡାହାଣ ଲେଖିଛନ୍ତି।

ଅଷ୍ଟ୍ରେଲିଆର କାନବେରାର ଡିକୋଡିଆ ନାମକ ଜଣେ ଛାତ୍ରୀ ନିଜର ବାମ ହାତରେ ଏଲ୍‌ ଏବଂ ଡାହାଣ ହାତରେ ଆର୍‌ ଲେଖିଛନ୍ତି। ଏ ସମ୍ପର୍କରେ ଟାଟୁ ଆର୍ଟିଷ୍ଟ ଲରିନ୍‌ ବିଞ୍ଜର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କାରଣ ଡିକୋଡିଆ ବାମ କେଉଁଟା ଡାହାଣ କେଉଁଟା ସବୁବେଳେ ଭୁଲି ଯାଉଥିଲେ। ତେଣୁ ଏହି ଭ୍ରମ ଦୂର ପାଇଁ ସେ ଏପରି ଟାଟୁ କରିଥିଲେ। ଡିକୋଡିଆ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ଫଟୋ ଦେଖିଲେ ଲାଗିବ ଯେମିତି ଟାଟୁ ପ୍ରତି ତାଙ୍କ ଖୁବ୍‌ ଦୁର୍ବଳତା ରହିଛି। ଡିକୋଡିଆ ସବୁବେଳେ ତାଙ୍କର ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ବିଶେଷକରି ତାଙ୍କ ଟାଟୁକୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ବ୍ରେକ୍‌ଅପ୍‌ କରିଦେବାରୁ ଖର୍ଚ୍ଚର ହିସାବ ପଠାଇଲେ ଚାର୍ଟାର୍ଡ ପ୍ରେମିକ, ତାଲିକା ଦେଖିଲେ…

ଆଜିକାଲି ରିଲେସନଶିପ୍‌ ତାସ ପରି ହୋଇଗଲାଣି। କ୍ଷଣିକ ମଧ୍ୟରେ ବାଜି ପଲଟି ଯାଉଛି। କିଛି ସମ୍ପର୍କ ମଧ୍ୟ ଠିକ୍‌ ଏମିତି ହୋଇଗଲାଣି। କିଛି ଦିନ କିମ୍ବା...

ସ୍ମରଣୀୟ ଦିବସ ଏଭରେଷ୍ଟ ଡେ’

ପ୍ରତିବର୍ଷ ମେ’ ୨୯କୁ ଅନ୍ତର୍ଜାତୀୟ ଏଭରେଷ୍ଟ ଡେ’ ଭାବେ ପାଳନ କରାଯାଉଛି। ୧୯୫୩ର ଏହି ଦିନରେ ସୁଉଚ୍ଚ ଏଭରେଷ୍ଟ ଆରୋହଣ କରିବାରେ ସକ୍ଷମ ହୋଇଥିଲେ ନେପାଳର...

ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ...

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର...

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri