କାନ୍ଦିଲେ ନୋରା!

ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ଏବେ ଡ୍ୟାନ୍ସିଂ କୁଇନ୍ ଭାବେ ବେଶ୍ ପରିଚିତ । ଦର୍ଶକଙ୍କର ଏବେ ସେ ପ୍ରଥମ ପସନ୍ଦ ଡ୍ୟାନ୍ସିଂ ଷ୍ଟାର ବୋଲି କୁହାଯାଏ । ଏହାସହ ସେ ଆଇଟମର ଫରଫେକ୍ଟ କୁଇନ୍ ବୋଲି ମଧ୍ୟ କେହି କେହି କହିଥାଆନ୍ତି । ବଲିଉଡ୍‌ର ଏବେ ସେ ଜଣେ ପପୁଲାର ଡ୍ୟାନ୍ସର । ଖୁବ୍ କମ୍ ସମୟ ମଧ୍ୟରେ ସେ ବଲିଉଡ୍‌ରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ନିଜ ସଂଘର୍ଷର କାହାଣୀ କହିବା ବେଳେ କାନ୍ଦି ପକାଇଛନ୍ତି । ଦୁବଇର ୟୁଟ୍ୟୁବର ଅନସ ବୁଖାଶାଙ୍କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ଭାରତ ଆସିବାର ଅନୁଭୁତି ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଭାରତ ଆସିଥିଲେ ସେତେବେଳେ ସେ ଯେମିତି ଭାବି ଆସିଥିଲେ ସେମିତି ଆଦୌ ନ ଥିଲା । ସେ ଭାବିଥିଲେ ତାଙ୍କୁ ଲିମୋଜିନ ଭଳି ଗାଡି ମିଳିବ ସୁଇଟରେ ରଖାଯିବ ହେଲେ ସବୁଥିଲା ବିପରିତ । ତେବେ ସେ ପ୍ରଥମେ ୮-୯ଜଣ ଝିଅଙ୍କ ସହ ଏକାଠି ରହିଥିଲେ । ଆଉ ସେମାନେ ପରେ ତାଙ୍କ ପାସପୋର୍ଟ ଚୋରି କରି ନେଇଥିଲେ । ଏହାପରେ ସେ ବହୁତ ସୁବିଧାରେ ପଡିଥିଲେ ବୋଲି କହିଛନ୍ତି ନୋରା । କିନ୍ତୁ ସେ ଭାରତ ଛାଡି ଯିବାକୁ ଚାହୁଁ ନ ଥିଲେ । କିଛିଦିନ ମଧ୍ୟରେ ଜଣେ କାଷ୍ଟିଙ୍ଗ ଡାଇରେକ୍ଟର ତାଙ୍କୁ ଅଡିଶନ ପାଇଁ ଡାକିଥିଲେ । ତାଙ୍କୁ ଜଣାଥିଲା ମୁଁ ଭାରତୀୟ ନୁହେଁ । ହେଲେ ସେ ମୋତେ ହିନ୍ଦୀରେ ଲାଇନ୍ ଦେଇ ଖୁବ୍ ଜୋରରେ ହସିଥିଲେ । ଏହାସହ ସେଠାରେ ଥିବା ଲୋକେ ବି ଖୁବ୍ ହସିଥିଲେ । ଏମିତିକି ତାଳିମାରି ହସିଥିଲେ । ହେଲେ ମୋ ମନରେ ଗୋଟିଏ କଥା ଆସୁଥାଏ ଏମାନଙ୍କର ଏତେ ସାହସ କେମିତି ହେଲା । ସାକ୍ଷାତ୍‌କାରରେ ଏତିକି କହୁ କହୁ କାନ୍ଦି ପକାଇଥିଲେ ନୋରା । କିନ୍ତୁ ତାଙ୍କର ଦୃଢ ଇଚ୍ଛା ଶକ୍ତି ଏବେ ତାଙ୍କୁ ଆଣିଦେଇଛି ଏକ ସ୍ୱତନ୍ତ୍ର ପରିଚୟ ବୋଲି ସେ କୁହନ୍ତି । ସୂଚନାଯୋଗ୍ୟ, କାନାଡା ବାସିନ୍ଦା ନୋରା ଫତେହି ପ୍ରଥମେ ପ୍ରଥମେ କାନାଡାର ଏକ ଜେଣ୍ଟସ୍ ସପିଂ ମଲରେ କାମ କରୁଥିଲେ । ଏହାସହ ସେ ଲଟେରୀ ଟିକେଟ ବି ବିକ୍ରି କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri