ଗଠନ ହେବ ସାମୁଦ୍ରିକ ପରିଚାଳନା ପରିଷଦ

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଓଡ଼ିଶା ସାମୁଦ୍ରିକ ପରିଷଦ ବିଲ୍‌-୨୦୨୦ ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍‌ ଅନୁଯାୟୀ ରାଜ୍ୟରେ ମାରିଟାଇମ୍‌ ବୋର୍ଡ ଗଠନ କରାଯିବ, ଯାହା ବନ୍ଦର ତଦାରଖ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ କରିବ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ପରିଷଦରେ ୧୨ ସଦସ୍ୟଙ୍କ ସମେତ ଶିଳ୍ପ, ବାଣିଜ୍ୟ ଓ ପରିବହନ, ରାଜସ୍ବ ବିଭାଗ ସଚିବ, ନୌସେନାର ଜଣେ ପ୍ରତିନିଧି ଏବଂ ବନ୍ଦର କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞ ମଧ୍ୟ ଏଥିରେ ରହିବେ।
ପରିଷଦ ଉପରେ ସମସ୍ତ ଅଣ ବୃହତ୍‌ ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ନୌ-ପରିବହନ ନିୟନ୍ତ୍ରଣ, ପରିଚାଳନା ଓ ପ୍ରଶାସନର ଦାୟିତ୍ୱ ନ୍ୟସ୍ତ ହେବ। ରାଜ୍ୟରେ ଏକକ ବାତାୟନ (ସିଙ୍ଗଲ ଓ୍ବିଣ୍ଡୋ) ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ସମସ୍ତ ସାମୁଦ୍ରିକ ପ୍ରକଳ୍ପଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟ କରିବ। ଦେଶର ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବନ୍ଦର ଓ ଜଳପଥର ସମନ୍ବିତ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ, ମାର୍ଗ ଦର୍ଶନ ଏବଂ ନିର୍ଦ୍ଦେଶ ପ୍ରଦାନ କରିବ। ଏହାଛଡ଼ା ଏହି କ୍ଷେତ୍ରରେ ଘରୋଇ ପୁଞ୍ଜି ଲଗାଣକୁ ପ୍ରୋତ୍ସାହିତ କରିବା ପାଇଁ ସର୍ଭେ, ଆର୍ଥିକ ସମ୍ଭାବନା ଉପରେ ଅନୁଧ୍ୟାନ କରିବା ସହ ଅଧ୍ୟୟନ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିବ।
ରାଜ୍ୟରେ ନିଜସ୍ବ ବା ଘରୋଇ ଉଦ୍ୟୋଗରେ ମିଳିତ ସହଭାଗିତାରେ ଅଣବୃହତ୍‌ ବନ୍ଦର ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ପରିଷଦର ପ୍ରମୁଖ କାର୍ଯ୍ୟ ହେବ। ଏହାଛଡ଼ା ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଅବ୍ୟବହୃତ ଜମିର ଉଚିତ ବିନିଯୋଗ ପାଇଁ ସମନ୍ବିତ ସହରୀକରଣ ଯୋଜନା ପ୍ରସ୍ତୁତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା, ବନ୍ଦରାଞ୍ଚଳ ଓ ପ୍ରବେଶ ପଥଗୁଡିକରେ ଜାହାଜ ଚଳାଚଳକୁ ନିୟନ୍ତ୍ରଣ, ବନ୍ଦରଗୁଡ଼ିକରେ ହେଉଥିବା ନିର୍ମାଣ କାର୍ଯ୍ୟ ତଦାରଖ, ମାଲ ଖଲାସ ଓ ବୋଝେଇ, ଛୋଟ ଡଙ୍ଗା ମାଧ୍ୟମରେ ବନ୍ଦର ଭିତରେ ମାଲ୍‌ ଓ ଯାତ୍ରୀ ପରିବହନ, ପୋତଘାଟ ସେବା, ଅନ୍ତର୍ଦ୍ଦେଶୀୟ ଜଳପଥର ଉନ୍ନତୀକରଣ, ପ୍ରୋତ୍ସାହନ, ରକ୍ଷଣାବେକ୍ଷଣ, ବିଭିନ୍ନ ସେବା ଶୁଳ୍କ ଧାର୍ଯ୍ୟ ଓ ଅସୁଲ କରିବା ଆଦି ଦାୟିତ୍ୱ ପରିଷଦ ଉପରେ ନ୍ୟସ୍ତ କରାଯାଇଛି। ରାଜ୍ୟରେ ୧୪ଟି ଅଣ ବୃହତ୍‌ ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଗୋପାଳପୁର, ଧାମରା ବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ନିର୍ମାଣାଧୀନ ରହିଛି।
ଏହି ବିଲ୍‌ ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜେଡି ସଦସ୍ୟ ଅମର ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅନନ୍ତ ଦାସ, ଭୂପିନ୍ଦର ସିଂ, ଭାଜପା ସଦସ୍ୟ ମୋହନ ମାଝି, ମୁକେଶ ମହାଲିଙ୍ଗ, ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଭାଗ ନେଇଥିଲେ। ଶେଷରେ ବାଚନିକ ମତଦାନରେ ବିଲ୍‌ ବିଧାନସଭାରେ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri