ଘର ଭାଂଗବାର ୫ ବଛର ବିତଲା:ତାରପଲିନ୍‌ ତଲେ ବୁଢ଼ାବୁଢ଼ି, ପରହର ଘରେ ପୁଓବହ

ଅତାବିରା, ୨୮।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର କୃଷ୍ଣ ବନଛୁର(୬୪)। ସେ ଝନେ ନିହାତି ଗରିବ୍‌ ହେଇଥିଲାବେଲେ ୫ ବଛର ତଲେ ଝରି ବରଷାରେ ତାକର ଘର ଭାଂଗି ଯାଇଥିଲା। ହେଲେ ଆଏଜ୍‌ତକ ସେ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିଚ୍‌ ହେଇଥିବାର ଅଭିଯୋଗ ହେଉଛେ।
ସୂଚନା ହିସାବେ ଉଦେପୁର ଗଁାର କୃଷ୍ଣ ବନଛୁରକଁର ପରିବାର କହେଲେ ମାଏକିନା ଝାର(୬୪)। ପୁଓ ପଦ୍ମନ(୪୦), ବହନ ପଦ୍ମିନୀ(୩୫), ଦୁଇ ନାତି ଅନୀଲ(୧୮), ଅମନ(୧୩), ଆର ଝି ପ୍ରେମକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଫିଦିନ୍‌ ବାହା ଜାଂଗଲ ମାଜି କମେଇ ଖାଉଥିଲେ। ଏନ୍‌ତାଥି ସେ ଝି’ ପ୍ରେମକେ ଦୁଖେ କଷ୍‌ଟେ ବିହାଚୁରା ବି କରିସାରିଛନ୍‌। ଗଲା ୫ ବଛର ତଲେ ହେଇଥିବାର ଝରି ବରଷାରେ ତାକର ମାଏଟ୍‌ କୁରିଆଟା ଭାଂଗି ଯାଇଥିଲା। ଏନ୍‌ତାଥି ଏଡ଼େ କୁଟୁମ ରହିବାରେ ବଡ଼ଭାରି ଅସ୍‌ବିଧା ହେଲାରୁ ପୁଓ ବହ ଦୁଇ ନାତିକୁ ଧରି ମାନପୁର ଝିଜୁଏଁ ଘରେ ରହୁଛନ୍‌। ସେଠାନେ ପଦ୍ମନ ପରହର କାମବୁତା କରି ନିଜର ଦୁଇ ପୁଓକୁ ପାଠ୍‌ ପଢ଼ଉଛନ୍‌। ହେଲେ ସବୁବେଲେ ତାକର ଦିହିପା ଠିକ୍‌ ନାଇଁ ରହିବାର। ଯେନ୍‌ଥିରଲାଗି ବୁରୁଧ୍‌ କୃଷ୍ଣ ଉପରେ ଦିନୁଦିନ୍‌କେ ପରିବାରର ବୋଝ୍‌ ବଢ଼ତେଲ ଯାଉଛେ। ଇଆଡ଼େ ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ମାସିକ ମିଲୁଥିବାର ୩୦ କେ.ଜି. ଚାଉଲ, କୃଷ୍ଣ ଆର ତାକର ମାଏକିନା ଝାର ପାଉଥିବାର ୧ ହଜାର ଟଁକା ବୁଢ଼ାବୁଢ଼ି ଭତା। ଇଆଡ଼େ ଅଭାବ ଅନାଟନ ଲାଗି ଘରଟା ତିଆରିବାରେ ସକ୍ଷମ ନାଇଁ ହେଇପାରବାର କୃଷ୍ଣ। ଏନ୍‌ତାଥି ପୁଓ ବହ ନାତିମାନେ ଜୁଏଁ ଘରେ ରହିଲାବେଲେ ବୁଢ଼ାବୁଢ଼ି ଭଂଗା ଘରକେ ଯଥରକଥର ମରାମତି କରି ତାରପଲିନ୍‌ ଢ଼ାପି ରହୁଛନ୍‌। ସେମାନେ ଖରା ଯାକ ବଢ଼ାଦୁଖେ ଦିନ୍‌ ବିତେଇଥିଲାବେଲେ ଏହେଦେ ବରଷାରେ କାଣା କରବେ, କେନ୍‌କେ ଯିବେ ତାକର ଭାଲ୍‌ନି ପଡ଼ିଛେ। ଇ ନିହାତି ଗରିବ୍‌ ପରିବାରକେ ପରଶାସନ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନ୍‌ରେ ଦାବି ହେଉଛେ। ଘଟନା ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ କେହେନ୍‌ସି ବି ପରକୁତ ହିତାଧିକାରୀ ଆବାସ ଯୋଜନାରୁ ବଁଚିତ୍‌ ନାଇଁ ରହନ୍‌। ଯଦି ପରିବାରଟା ହକ୍‌ଦାର ଆଏ ସର୍ଭେ କରି ନିହାତି ତାହାକୁ ଘର ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri