କମୁନି ଚଳନ୍ତା ଟ୍ରେନରୁ କୋଇଲା ଚୋରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ-ଧାମରା ରେଳପଥରେ ଚଳନ୍ତା ଟ୍ରେନରୁ କାଇଲା ଚୋରି କମୁନି। ଏହି କୋଇଲା ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନଦ୍ୱିପ୍ରହରେ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରାଯାଉଥିଲେ ମଧ୍ୟ ଏଥିପ୍ରତି ପୋଲିସ କିମ୍ବା ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଏପଟେ ଚୋରା କୋଇଲାକୁ ପରିବହନ କରିବା ପାଇଁ ଦିନ ପରିବର୍ତ୍ତେ ରାତିରେ ଜଳପଥ ଯୋଗେ ଚାଲାଣ ଏକପ୍ରକାର ସୁରକ୍ଷିତ ସମୟ ମଣିଲେଣି କୋଇଲା ବେପାରୀ। ଚଳନ୍ତା ଟ୍ରେନରୁ କୋଇଲା କାଢ଼ିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ୧୦ ରୁ ଊର୍ଦ୍ଧ୍ୱ ବେସରକାରୀ ଭାବେ ମୃତ୍ୟୁବରଣ ଓ ଗୁରୁତର ଆହତ ହେଲେଣି। ତଥାପି ବେପାରୀମାନେ ଏହି ଚୋରା ବେପାର ଛାଡୁନାହାନ୍ତି।
ପ୍ରକାଶ ଯେ, ଲୋକେ ରେଳ ଲାଇନ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଚଢ଼ି ଚଳନ୍ତା ଟ୍ରେନରୁ କୋଇଲା ଖସାଇଥାନ୍ତି। ସେମାନେ ଏହି କୋଇଲାକୁ ବେପାରୀଙ୍କୁ ବିକ୍ରି କରିଥାନ୍ତି। ବେରୋଜଗାରୀ ଲୋକେ ବିପଜନ୍ନକ ଅବସ୍ଥାରେ ଏଭଳି କୋଇଲା ସଂଗ୍ରହ କରି ବିକି ଆସୁଥିବା ଘଟଣା ନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ପ୍ରଶାସନ ଓ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବା କୁହାଯାଉଛି। ଗତବର୍ଷ ବିଦ୍ୟୁତ୍‌ ଖୁଣ୍ଟରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ଓ ପ୍ରଶାସନର ନିଦ ଭାଙ୍ଗିଥିଲା। ତତ୍କାଳୀନ ଏସ୍‌ପି ଅନୁପ କୁମାର ସାହୁ ଓ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚୋରା କୋଇଲା ମାଫିଆଙ୍କୁ ଧରିବା ପାଇଁ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ହେଲେ ଏହି ବ୍ଲ୍ୟୁପ୍ରିଣ୍ଟ କିଛିଦିନ କାମ କରିଥିଲା। ଏବେ ଏହା ଫାଇଲ୍‌ ତଳେ ଚାପି ହୋଇଯାଇଛି।
ଧାମରାରୁ ଯାଉଥିବା ଚଳନ୍ତା ଟ୍ରେନରୁ କୋଇଲା ଚୋରି ପଛରେ ପୋଲିସର ସହମତି ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି। ଦୈନିକ ଶତାଧିକ କୁଇଣ୍ଟାଲ ଉଚ୍ଚମାନର କୋଇଲା ଚଳନ୍ତା ଟ୍ରେନରୁ ଲୁଟ୍‌ ହେଉଛି। ଧାମରା ବନ୍ଦର କର୍ତ୍ତୃପକ୍ଷ କର୍ମଚାରୀ ଅଭାବ ଦର୍ଶାଇ ଏଥିପ୍ରତି ଧ୍ୟାନ ଦେଉ ନ ଥିବାବେଳେ ଧାମରା, ନାୟକାଣିଡିହୀ, ବାଂଶଡା, ଘଣ୍ଟେଶ୍ୱର, ପୀରାହାଟ, ତିହିଡି ଓ ସାବରଙ୍ଗ ଫାଣ୍ଡି, ଚାନ୍ଦବାଲି, ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ନୀରବଦ୍ରଷ୍ଟା ସାଜିଛି। ପ୍ରତିଦିନ ଚଳନ୍ତା ଟ୍ରେନରୁ ବିପଦପୂର୍ଣ୍ଣ ଭାବେ ରେଳଲାଇନ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଆଙ୍କୁଡା ସାହାଯ୍ୟରେ କୋଇଲା ଚୋରି କରି ତଳକୁ ପକାଇବା କାର୍ଯ୍ୟରେ ନାବାଳକଙ୍କଠାରୁ ମଧ୍ୟବୟସ୍କ ଲୋକ ଲିପ୍ତ ରହୁଥିବା କୁହାଯାଉଛି। ରାତିଅଧରେ ସ୍ଥଳଭାଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବାରୁ ଏବେ ଜଳପଥରେ ନଦୀ ପାର୍‌ କରାଯାଇ ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକର ବିଭିନ୍ନ ଅଞ୍ଚଳକୁ କୋଇଲା ଚୋରା ଚାଲାଣ କରାଯାଉଛି। ପୋଲିସ ଛୋଟମୋଟ ବେପାରୀଙ୍କୁ ଧରି ବାହାବା ନେଉଥିବା ବେଳେ ପ୍ରକୃତ କୋଇଲା ମାଫିଆଙ୍କୁ ଧରିବାକୁ ସାହସ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ରୋକିବା ପାଇଁ ଏସ୍‌ପି ରାଜେଶ ପଣ୍ଡିତ ସ୍ବତନ୍ତ୍ର ଦୃଷ୍ଟିଦେଇ ପଦକ୍ଷେପ ନେବେ ବୋଲି କହିଛନ୍ତି। ସ୍ବତନ୍ତ୍ର ଭାବେ ଚଢ଼ାଉ କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଜ୍ଞାନରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri