Posted inଜାତୀୟ

ସଂଘର୍ଷରେ ମରିଛନ୍ତି ୪ ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୨୦।୨: ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ତେବେ ଚାଇନା ଏହାର ସୈନ୍ୟ ମୃତାହତ ସମ୍ପର୍କରେ ତଥ୍ୟ ଗୋପନ ରଖିଥିଲା। ଶେଷରେ ବେଜିଂ ଗଲ୍‌ଓ୍ବାନରେ ନିହତ ୪ ସୈନ୍ୟଙ୍କୁ ଶୁକ୍ରବାର ମରଣୋତ୍ତର ଭାବେ ସମ୍ମାନିତ କରିଛି। ଏହି ସଂଘର୍ଷରେ ଅନ୍ୟ ଜଣେ କଲୋନେଲ୍‌ ଗୁରୁତର ଆହତ ହୋଇଥିଲେ ବୋଲି ବେଜିଂ କହିଛି। ଦେଶ ପାଇଁ ଜୀବନ ଦେଇଥିବା ୪ ସୈନ୍ୟଙ୍କୁ ଚାଇନା ମରଣୋତ୍ତର ଭାବେ ମର୍ଯ୍ୟାଦାଜନକ ଉପାଧି ଓ ପ୍ରଥମ ଶ୍ରେଣୀ ମେରିଟ୍‌ ପ୍ରଶଂସାପତ୍ର ପ୍ରଦାନ କରିଥିବା ଚାଇନାର ଜାତୀୟ ଗଣମାଧ୍ୟମ ପିପୁଲ୍ସ ଡେଲିରେ ପ୍ରକାଶ ପାଇଛି।
ହ୍ରଦର ଉଭୟ ପାର୍ଶ୍ୱରୁ ଭାରତ ଓ ଚାଇନା ସେମାନଙ୍କ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହିତ ଚାଇନା ସୈନ୍ୟ ସେଠାରେ ନିର୍ମାଣ କରିଥିବା ବଙ୍କର, କ୍ୟାମ୍ପ୍‌ ଆଦିକୁ ବୁଲ୍‌ଡୋଜରରେ ଭାଙ୍ଗିଦେଇଥିବା ଦେଖାଯାଇଛି। ଏହି ପ୍ରକ୍ରିୟା ଶେଷ ହୋଇଥିବାବେଳେ ଅନ୍ୟ ଅଞ୍ଚଳରୁ ସୈନ୍ୟ ଫେରାଇନେବା ଲାଗି ଶନିବାର ସେନା କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରୁ ସୈନ୍ୟ ପ୍ରତ୍ୟାହାର ଲାଗି ଦୁଇ ସେନା ସହମତିରେ ପହଞ୍ଚତ୍ଥିଲେ। ପର୍ଯ୍ୟାୟକ୍ରମେ ଓ ସମନ୍ବୟ ରକ୍ଷା କରି ସେନା ହ୍ରାସ ଲାଗି ନିଷ୍ପତ୍ତି ହୋଇଥିଲା। ଦୀର୍ଘ ୯ ମାସ ଧରି ପୂର୍ବ ଲଦାଖରେ ମୁହାଁମୁହିଁ ସ୍ଥିତି ଲାଗି ରହିବା ପରେ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଗତ ୧୦ ତାରିଖରେ ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ। ଲଦାଖରେ ସେନାର ନୂଆ କେ-୯ ହୋଓ୍ବିତ୍‌ଜର ପରୀକ୍ଷାକୁ ନେଇ ଶନିବାର ଦୁଇ ଦେଶ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏହାବ୍ୟତୀତ ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସ ଏବଂ ଡେପ୍‌ସାଙ୍ଗ ପ୍ଲେନ୍‌ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି।

ଗଲ୍‌ଓ୍ବାନ ସଂଘର୍ଷର ଭିଡିଓ ଜାରି

ଗତବର୍ଷ ଜୁନ୍‌ରେ ପୂର୍ବ ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ସମୟର ଭିଡିଓ ବେଜିଂ ଜାରି କରିଛି। ଏଥିରେ ଉଭୟ ପକ୍ଷ ସୈନ୍ୟ ସଂଘର୍ଷରେ ଲିପ୍ତ ଥିବା ଦେଖିବାକୁ ମିଳିଛି। ଗଲ୍‌ଓ୍ବାନ ସଂଘର୍ଷରେ ୩୦ ଚାଇନା ସୈନ୍ୟ ନିହତ ହୋଇଥିବା ଭାରତ ବିଶ୍ୱାସ କରୁଥିବାବେଳେ ୪ ଜଣ ନିହତ ହୋଇଥିବା ଶୁକ୍ରବାର ବେଜିଂ ପ୍ରଥମ ଥର ପାଇଁ ସ୍ବୀକାର କରିବା ସହ ସେମାନଙ୍କ ନାଁ ଘୋଷଣା କରିଛି। ଭାରତୀୟ ଯବାନମାନେ ଚାଇନା ପାର୍ଶ୍ୱକୁ ଜବରଦସ୍ତ ପ୍ରବେଶ କରିଥିଲେ ବୋଲି ଚାଇନା ଷ୍ଟେଟ୍‌ ମିଡିଆ ବିଶ୍ଳେଷକ ଶେନ୍‌ ଶିଓ୍ବେନି ଅଭିଯୋଗ କରିଛନ୍ତି। ତେବେ ଶେନ୍‌ଙ୍କ ପକ୍ଷରୁ ଟୁଇଟ୍‌ ହୋଇଥିବା ଅନ୍ୟ ଏକ ଭିଡିଓରେ ଚାଇନା ସୈନ୍ୟମାନେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣାତ୍ମକ ବ୍ୟବହାର ଦେଖାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ପିପୁଲ୍ସ ଲିବରେଶନ ଆର୍ମୀର ଜଣେ ଅଫିସରଙ୍କୁ ଗଲ୍‌ଓ୍ବାନ ଉପତ୍ୟକା ଅଞ୍ଚଳର ସୀମା ସୁରକ୍ଷାର ସ୍ବୀକୃତି ସ୍ବରୂପ ସମ୍ମାନିତ କରାଯାଇଛି। ଚାଇନା ଷ୍ଟେଟ୍‌ ମିଡିଆ ଭିଡିଓ ମାଧ୍ୟମରେ ଅନ୍ୟ ଏକ ପ୍ରଚାର ପାଇଁ ଉଦ୍ୟମ କରୁଛି। ଭିଡିଓରେ ଉଭୟ ପକ୍ଷର ସୈନ୍ୟ ପ୍ରବଳ ଶୀତରେ ନଦୀ ପାର ହୋଇ ପରସ୍ପରକୁ ଭେଟିବା ସହ ଠେଲାପେଲା ହେଉଥିବା ଦେଖାଯାଉଛି। ରାତି ହେବାରୁ ଫ୍ଲାସ୍‌ ଲାଇଟ୍‌, ଲାଠି ଓ ଢାଲ ଧରି ଚିତ୍କାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri