Posted inଖେଳ

ଆଇପିଏଲ୍‌ ନିଲାମ: ଚକିତ କରିଥିବା ଖେଳାଳି

ମାଡ୍ରାସ, ୧୯ା୨(ପି.ଟି.)-ଗୁରୁବାର ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମରେ ବହୁ ଖେଳାଳି ଅପ୍ରତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ପିନ ଅଲରାଉଣ୍ଡର କ୍ରିଷ୍ଣାପ୍ପା ଗୋଥାମ୍‌। ତାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୯.୨୫ କୋଟି ଟଙ୍କାରେ ନେଇଛି। କର୍ନାଟକର ଏହି ୩୨ ବର୍ଷୀୟ ଅଲରାଉଣ୍ଡର ଆଇପିଏଲ ପାଇଁ ନୂଆ ନୁହନ୍ତି। ସେ ଏହି ଟି୨୦ ଲିଗ୍‌ରେ ଏକାଧିକ ଦଳ ତରଫରୁ ଖେଳିଛନ୍ତି। ନିକଟ ଅତୀତରେ ସେ ପଞ୍ଜାବ କିଙ୍ଗ୍ସ ତରଫରୁ ଖେଳିଛନ୍ତି। ସେ ବଲ୍‌କୁ ସ୍ପିନ କରିପାରନ୍ତି। ଆବଶ୍ୟକ ସ୍ଥଳେ ବଡ଼ ଶଟ୍‌ ଖେଳିପାରନ୍ତି। ସେ ତାଙ୍କ ଅଫ୍‌ ସ୍ପିନ ବୋଲିଂରେ ଭାରତ ଅଧିନାୟକ ବିରାଟ କୋହଲିଙ୍କୁ ଦୁଇଥର ଆଉଟ୍‌ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ଦ୍ୱାରା ରିଲିଜ ହୋଇଥିବା ଏହି ଖେଳାଳିଙ୍କୁ ସିଏସ୍‌କେ ଏତେ ଦାମ୍‌ରେ କିଣିବାରେ ଗୋଥାମ ନିଜେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ସେ ୪୨ ପ୍ରଥମଶ୍ରେଣୀ ଗେମ୍‌ ଖେଳି ୧୦୪୫ ରନ କରିଥିବାବେଳେ ୧୬୬ ଉଇକେଟ ଅକ୍ତିଆର କରିଛନ୍ତି।
ଶାହରୁଖ ଖାନ୍‌
ବଲିଉଡ୍‌ ଷ୍ଟାରଙ୍କ ନାମଧାରୀ ସ୍ପିନ ଅଲରାଉଣ୍ଡ ଶାହରୁଖ ଖାନ୍‌ଙ୍କୁ ପଞ୍ଜାବ କିଙ୍ଗ୍ସ ୫.୨୫ କୋଟି ଟଙ୍କାରେ କ୍ରୟ କରିଛି, ଯାହାଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଥିଲା। ତାମିଲନାଡୁର ଏହି ବ୍ୟାଟ୍ସମ୍ୟାନ ବଡ଼ ଶଟ ଖେଳିପାରନ୍ତି। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଜଣେ ଫିନିଶର ଭାବେ ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି। ଚଳିତବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜ ଦଳକୁ ଜିତାଇବାରେ ୨୫ବର୍ଷୀୟ ଶାହରୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗତବର୍ଷ ସେ ନିଲାମରେ ଅଲୋଡା ହୋଇପଡ଼ିଥିଲେ। ସେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତନ୍ମଧ୍ୟରେ ସେ ଥରେ ୯୨ ରନ କରି ଅପରାଜିତ ରହିଥିଲେ।
ମହମ୍ମଦ ଆଝାରୁଦ୍ଦିନ
ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନ କିନ୍ତୁ ତାଙ୍କ ବେସ୍‌ ପ୍ରାଇସ୍‌ ୨୦ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ କ୍ରୟ କରିଛି। ଚଳିତବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଯେଉଁ କେତେଜଣ ବ୍ୟାଟ୍ସମ୍ୟାନ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ସେମାନଙ୍କ ମଧ୍ୟରେ କେରଳର ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ଅନ୍ୟତମ। ମୁମ୍ବାଇ ବିପକ୍ଷରେ ସେ ୩୭ ବଲ୍‌ରେ ବିସ୍ଫୋରକ ଶତକ ହାସଲ କରିଥିଲେ। ଆଝାରୁଦ୍ଦିନ ୨୨ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ତାଙ୍କର ଆଭରେଜ ୨୫.୯୧ ରହିଛି। ସେହିପରି ୨୪ ଲିଷ୍ଟ ଏ’ ମ୍ୟାଚରେ ତାଙ୍କ ଆଭରେଜ ୨୨.୨୫ ରହିଛି।
ଚେତନ ସାକାରିୟା
ସୌରାଷ୍ଟ୍ରର ୨୨ ବର୍ଷୀୟ ବାମହାତୀ ପେସ୍‌ ବୋଲର ଚେତନ ସାକାରିୟାଙ୍କୁ ରାଜସ୍ଥାନ ରୟାଲ୍ସ ୧.୨ କୋଟି ଟଙ୍କାରେ କ୍ରୟ କରିଛି, ଯାହାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିଲା। ଭାବନଗର ଜିଲାର ସାକାରିୟା ଏକ ସାଧାରଣ ପରିବାରରୁ ଆସିଛନ୍ତି। ଗତବର୍ଷ ପର୍ଯ୍ୟନ୍ତ ତାଙ୍କ ଘରେ ଗୋଟିଏ ଟିଭି ନ ଥିଲା। ଖେଳ ଦେଖିବା ଲାଗି ସେ ପଡୋଶୀ ଘର ଟିଭି ଉପରେ ନିର୍ଭର କରୁଥିଲେ। କୁଚ ବିହାର ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ସେ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଗ୍ଲେନ ମ୍ୟାକ୍‌ଗ୍ରାଙ୍କ ଅଧୀନରେ ସେ ଏମ୍‌ଆର୍‌ଏଫ୍‌ ପେସ୍‌ ଏକାଡେମୀରେ ଟ୍ରେନିଂ ନେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri