୨ଶହ ବର୍ଷ ପରେ ବେଲାଦୁଲାରେ ଛାତଘର

ଆଠମଲ୍ଲିକ,୧୧ା୨: ଗାଁରେ କୋଠାଘର ନିର୍ମାଣ ହେଉଥିଲେ ମଧ୍ୟ ଛାତ ପଡ଼ୁ ନ ଥିଲା। ମା’ ରକ୍ତମାଉଳୀଙ୍କ କୋପର ଶିକାର ହେବା ଭୟରେ କିଏ ଟାଇଲ ଛପର କରୁଥିଲେ ତ ଆଉ କିଏ ଆଜବେଷ୍ଟସ ପକାଇ ପୂର୍ବ ପରମ୍ପରା, ଅନ୍ଧବିଶ୍ୱାସକୁ ଆହୁରି ଆଗକୁ ନେଉଥିଲେ। ଫଳରେ ସ୍ବଚ୍ଛ ଭାରତଠାରୁ ଆବାସ ଯାଏ କୌଣସି ଯୋଜନାର ସୁଫଳ ଏଠି ମିଳୁ ନ ଥିଲା। ହେଲେ ଉପଖଣ୍ଡ ଓ ବ୍ଲକ ପ୍ରଶାସନର ଅବିରତ ଉଦ୍ୟମ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ବେଲାଦୁଲା ଗାଁରେ ବୁଧବାର ପ୍ରଥମ କରି କୋଠାଘରେ ଛାତ ପକାଯାଇଛି। ୨ଶହ ବର୍ଷର ରୋଗ, ଦୁଃଖ ଓ ମୃତ୍ୟୁ ଭୋଗିବା ଭୟକୁ ମନରୁ ଦୂର କରି ଅନେକ ପରିବାର ଆତ୍ମବିଶ୍ୱାସର ସହ ଆଗେଇ ଆସି ଗାଁ କୋଠଘର ଛାତ ପକା କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ହରିବୋଲ, ହୁଳହୁଳିରେ ଗାଁର ପ୍ରଥମ ଛାତ ଘର ନିର୍ମାଣ ହୋଇଥିବାରୁ ବ୍ଲକ ପ୍ରଶାସନକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବେଲାଦୁଲା ଓ ଫକୀରପୁରକୁ ରକ୍ତମାଉଳୀ ମାଟିର ଗାଁ ବୋଲି କୁହାଯାଉଛି। ମା’ ରକ୍ତମାଉଳୀଙ୍କୁ ଛାତ ଘରେ ପୂଜା କରାଯାଉ ନାହିଁ। ତେଣୁ ଛାତ ଘର ମା’ଙ୍କ ପସନ୍ଦ ନୁହେଁ ଓ କେହି ଏହାକୁ ଅମାନ୍ୟ କଲେ ରୋଗ, ଦୁଃଖ ସହ ମୃତ୍ୟୁର ଭୟ ମାଡ଼ି ଆସିବ ବୋଲି ପୂର୍ବରୁ ବିଶ୍ୱାସ ରହିଆସିଥିଲା। ଅତୀତର ଅନେକ ଅଘଟଣକୁ ଲୋକେ ଏହି ବିଶ୍ୱାସ ସହ ଯୋଡ଼ିଥିବାରୁ କୋଠାଘରେ ଛାତ ପକା ନ ଯିବା ଏଠାକାର ପରମ୍ପରାରେ ପରିଣତ ହୋଇଯାଇଥିଲା। ଏହି କାରଣରୁ ଗାଁର ସ୍କୁଲ, ଅଙ୍ଗନୱାଡି, କୋଠଘର ଆଦିରେ ଛାତ ପକାଯାଉ ନ ଥିଲା। ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଏପରି କି ସ୍ବଚ୍ଛ ଭାରତ ମିଶନରେ ପାଇଖାନା ଉପରେ ମଧ୍ୟ ଛାତ ପଡ଼ୁ ନ ଥିଲା। ଲୋକଙ୍କ ମନରୁ ସେହି ଅନ୍ଧବିଶ୍ୱାସ ଦୂର କରିବାକୁ ଏକ ବର୍ଷ ହେଲା ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ବାରମ୍ବାର ଗାଁରେ ବୈଠକ କରାଯାଇ ବୁଝାଯାଉଥିଲା। କିଛି ଲୋକ ମନରୁ ଭୟ ଦୂର କରି ଛାତ ପକାଇବାକୁ ପ୍ରସ୍ତୁତ ଥିବା କହିବା ପରେ ପ୍ରଥମେ ଗାଁ କୋଠଘରର ଛାତ ପକାଯାଇଥିଲା। ବହୁ ସଂଖ୍ୟାରେ ମହିଳା ପୁରୁଷ ଏଥିରେ ସହଯୋଗ କରିଥିଲେ। କେତେଜଣ ଖଳ ପ୍ରକୃତିର ଲୋକ ଭୟ ଖେଳାଇବାକୁ ମଙ୍ଗଳବାର ରାତିରେ ବିଦ୍ୟୁତ୍‌ କାଟି ଗ୍ରାମରେ ଥିବା ଜଗନ୍ନାଥଙ୍କୁ ଚୋରାଇ ନେଇଥିଲେ। ହେଲେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ି ନ ଥିଲା। ବାବା ନିରଞ୍ଜନ ଦାସ କୋଠଘର ଛାତରେ ପ୍ରଥମେ ସିମେଣ୍ଟ ଢାଳିବା ବେଳେ ହରିବୋଲ, ହୁଳହୁଳି ପକାଇ ଲୋକେ ଏହାକୁ ସ୍ବାଗତ କରିଥିଲେ।

ଗ୍ରାମବାସୀଙ୍କ ସହଯୋଗରୁ ସମ୍ଭବ
ଗ୍ରାମବାସୀଙ୍କ ସହଯୋଗରୁ ପ୍ରଥମ କରି କୌଣସି କୋଠାଘରେ ଛାତ ପକାଇବା ସମ୍ଭବ ହୋଇଛି। ଏଣିକି ଗ୍ରାମବାସୀ ନିଜ ନିଜ ଘରେ ଛାତ ପକାଇ ପାରିବେ। ଗାଁର ୨୭ ପରିବାରକୁ ବ୍ଲକ ପକ୍ଷରୁ ଇନ୍ଦିରା ଆବାସ ଯୋଗାଇ ଦିଆଯାଇଛି। ଏହି ସମସ୍ତ ବ୍ୟକ୍ତି ଘର ନିର୍ମାଣ କରିବା ସହ ଛାତ ପକାଇବେ।
-ସଞ୍ଜୟ କୁମାର ଆଚାର୍ଯ୍ୟ, ବିଡିଓ, ଆଠମଲ୍ଲିକ

ଉଦ୍ୟମ ସଫଳ ହେଲା
ଦୀର୍ଘବର୍ଷର ପରମ୍ପରା ଭାଙ୍ଗି କୋଠାଘରେ ଛାତ ପକାଇବାକୁ ସଭାରେ ଲୋକଙ୍କୁ ବୁଝାଯାଇଥିଲା। କିନ୍ତୁ ଅନେକେ ପୂର୍ବ ଅନ୍ଧବିଶ୍ୱାସରୁ ବାହାରିବାକୁ ଚାହିଁ ନ ଥିଲେ। ତେଣୁ ଯେତିକି ଲୋକ ରାଜି ହେଲେ ସେମାନଙ୍କୁ ନେଇ କାମ କରିବାକୁ ପଡ଼ିଲା। ଉଦ୍ୟମ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।
-ସୁଦାମ ମେହେର, ଗ୍ରାମ ସମ୍ପାଦକ

ଅନ୍ଧବିଶ୍ୱାସକୁ ନେଇ ଭୟ ଥିଲା
ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ବସା ବାନ୍ଧିସାରିଥିଲା। ଛାତ ଘର ନିର୍ମାଣ ହେଲେ କେହି ମରିଯିବେ ବୋଲି ଭାବିବା ସହ ଭୟଭୀତ ଥିଲେ। ଫଳରେ ସରକାରୀ ଯୋଜନାରେ ଛାତ ଘର ହୋଇପାରୁ ନ ଥିଲା। ବିଡିଓଙ୍କ ବହୁ ଉଦ୍ୟମ ପରେ କିଛି ଲୋକଙ୍କ ମନରୁ ଭୟ ଦୂର ହୋଇପାରିଛି।
-ଗୁଣନିଧି ମେହେର, ଗ୍ରାମବାସୀ

୭୦ ପରିବାର ଆଗେଇ ଆସିଛନ୍ତି
ଅନେକ ଥର ଗାଁରେ ସଭା କରାଯାଇଥିଲା। ମୋଟ୍‌ ୧୮୦ ପରିବାର ମଧ୍ୟରୁ ମାତ୍ର ୭୦ ପରିବାର ସହମତି ପ୍ରକାଶ କରିଥିଲେ। ଅନ୍ୟମାନେ ଏବେ ରାଜି ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନେ ପୂର୍ବ ପରମ୍ପରା ଭାଙ୍ଗିବାକୁ ନିଶ୍ଚିତ ଆଗ୍ରହ ଦେଖାଇବେ। ଅନ୍ଧବିଶ୍ୱାସ ଦୂର କରିବାରେ ସଫଳତା ମିଳିଥିବାରୁ ଖୁସି ଲାଗୁଛି।
-ପ୍ରତାପ ମେହେର, ସାମାଜିକକର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri