Posted inଫୁରସତ

ମୋଦିଙ୍କୁ ମନେ ପକାଉଛନ୍ତି ଗିଲ୍ସ, ଫଟୋ ଶେୟାର କରି କହିଲେ…

ଡିସ୍କଭରି ଚ୍ୟାନେଲର ଚର୍ଚ୍ଚିତ ଶୋ’ ମଧ୍ୟରୁ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ଅନ୍ୟତମ। ନିକଟରେ ଏହି ଶୋ’ରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହୋଷ୍ଟ ବେୟର ଗ୍ରିଲ୍ସ ଭାରତର ଉତ୍ତରାଖଣ୍ଡର ଜିମ କାର୍ବେଟ୍‌ ପାର୍କରେ ଉକ୍ତ ସ୍ବତନ୍ତ୍ର ଏପିସୋଡ୍‌ର ଶୁଟିଂ କରିଥିଲେ। ଏହା ପ୍ରସାରିତ ହେବା ପରେ ରେକର୍ଡ କରିଥିଲା। ଏବେ ଗିଲ୍ସ ନିଜର ଟୁଇଟର ଆକାଉଣ୍ଟରେ ମୋଦିଙ୍କ ସହ ନିଜର ପୁରୁଣା ଫଟୋ ଶେୟାର କରିଛନ୍ତି। ସେ କହିଛନ୍ତି, ଏହା ମୋ ପସନ୍ଦର ଫଟୋ ମଧ୍ୟରୁ ଗୋଟିଏ। ଜଙ୍ଗଲରେ ଆଡ୍‌ଭେଞ୍ଚର ପରେ ଓଦା ହୋଇ ମୋଦିଙ୍କ ସହ ଚାହା ପିଇବା ସ୍ମରଣୀୟ ଥିଲା। ଏହି କ୍ଷଣ ନିଜ ମାସ୍କ ଏବଂ ନାମ ପଛରେ ଆମେ ସମସ୍ତେ ଏକ ଭଳି ବୋଲି ମନେ ପକାଇଦିଏ। ଗିଲ୍ସଙ୍କ ଏହି ଫଟୋକୁ ବେଶ୍‌ ପସନ୍ଦ କରାଯାଉଥିବା ବେଳେ ଲୋକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ରୋମାଞ୍ଚକର ଅନୁଭୂତିକୁ ନେଇ ପରିଚିତ ଗିଲ୍ସ ଭାରତକୁ ଭୁଲି ପାରିନାହାନ୍ତି। ସେ ୧୮ ବର୍ଷ ବୟସରେ ଭାରତ ଆସିଥିଲେ। ଏହାପରେ ତାଙ୍କୁ ଯେବେ ବି ସୁଯୋଗ ମିଳେ ସେ ଭାରତ ଆସିଥାନ୍ତି। ଭାରତୀୟମାନଙ୍କ ଆତ୍ମିୟତା ତାଙ୍କୁ ବିଭୋର କରେ ବୋଲି ସେ କୁହନ୍ତି। ତେବେ କିଛି ମାସ ପୂର୍ବେ ସୁପରଷ୍ଟାର ରଜନୀକାନ୍ତ ଗିଲ୍ସଙ୍କ ଶୋ’ରେ ପହଞ୍ଚିଥିଲେ। ୭୦ ବର୍ଷ ବୟସରେ ରଜନୀକାନ୍ତଙ୍କ ଆଡ୍‌ଭେଞ୍ଚର ଗିଲ୍ସଙ୍କୁ ଚକିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri