Posted inଖେଳ

ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ

କରାଚୀ,୨୯।୧: ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ଫଓ୍ବାଦ ଆଲାମ। ୨୦୦୯ରେ ପଦାର୍ପଣ କରିଥିଲେ ଆଲାମ। ବିଦେଶରେ ପ୍ରଥମ ଟେଷ୍ଟରେ ହିଁ ଶତକ ହାସଲ କରି ଆସିଥିଲେ ଚର୍ଚ୍ଚାକୁ। କିନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଖରାପ ପ୍ରଦର୍ଶନ ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ।

୨୦୦୯ରୁ ୨୦୨୧ ମଧ୍ୟରେ ୭ ଜଣ ମୁଖ୍ୟ ଚୟନକର୍ତ୍ତା ଦେଖିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ଏମାନଙ୍କ ମଧ୍ୟରେ ଗୋଟିଏ କଥା ସମାନ ଥିଲା। କୌଣସି ଚୟନକର୍ତ୍ତା ଘରୋଇ କ୍ରିକେଟରେ କ୍ରମାଗତ ପ୍ରଦର୍ଶନ କରୁଥିବା ଫଓ୍ବାଦଙ୍କୁ ଜାତୀୟ ଦଳ ପାଇଁ ଯୋଗ୍ୟ ମଣି ନ ଥିଲେ। ଗତ ୧୧ ବର୍ଷ ମଧ୍ୟରେ ଫଓ୍ବାଦ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୬ ଶତକ ଓ ୩୩ ଅର୍ଦ୍ଧଶତକ ସହ ୫୬.୪୮ ହାରରେ କରିଥିଲେ ୭,୯୬୫ ରନ୍‌। ଏହି ସମୟରେ ପାକିସ୍ତାନ ଖେଳିଥିବା ୮୮ ଟେଷ୍ଟରେ ୪୦ ନୂଆ ଖେଳାଳିଙ୍କୁ ମିଳିଥିଲା ପଦାର୍ପଣର ସୁଯୋଗ। ମାତ୍ର କେହି ଫଓ୍ବାଦଙ୍କ ଉପରେ ନଜର ପକାଇ ନ ଥିଲେ। ଦଳର ମଧ୍ୟକ୍ରମରେ ମିଶ୍‌ବା ଉଲ ହକ୍‌, ୟୁନିସ ଖାନ, ଆଝାର ଅଲି ଓ ଅସଦ ଶାଫିକ ଥିବାରୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଫଓ୍ବାଦଙ୍କୁ ସ୍ଥାନ ମିଳି ନ ଥିଲା।

ଦୀର୍ଘ ୧୧ ବର୍ଷ ପରେ ବଦଳିଲା ଭାଗ୍ୟ। ଯେଉଁ ବୟସରେ ପ୍ରାୟ ଖେଳାଳି ସନ୍ନ୍ୟାସ ନିଅନ୍ତି, ସେହି ବୟସରେ ଫଓ୍ବାଦ(୩୫)ଙ୍କୁ ମିଳିଲା ପାକିସ୍ତାନ ଟେଷ୍ଟ ଦଳରେ ସୁଯୋଗ। ଆଉ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ହିଁ ଖେଳିଲେ ଶତକୀୟ ଇନିଂସ। ତାହା ପୁଣି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଘରୋଇ ଦଳ ୨୭ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିବାବେଳେ ସେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୧୦୯ ରନ୍‌ ସ୍କୋର କରିଥିଲେ। ଦଳ ପ୍ରଥମ ଇନିଂସରେ ଅଗ୍ରଣୀ ହେବା ସହ ସହଜରେ ମ୍ୟାଚ୍‌ ଜିତିଥିଲା। ବିଜୟୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ଫଓ୍ବାଦଙ୍କୁ ମିଳିଲା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର।

”ମୁଁ କଦାପି କାହାକୁ ଦୋଷ ଦେଇ ନାହିଁ। ମୋ ଭାଗ୍ୟ ଲେଖନ, କେହି ବଦଳାଇ ପାରିବେ ନାହିଁ। ମୋତେ ମିଳୁଥିବା ସୁଯୋଗ ଉପରେ ହିଁ ଧ୍ୟାନ ଦେଉଥିଲି। ଜାତୀୟ ଦଳରେ ସୁଯୋଗ ମିଳିବାରେ ବିଳମ୍ବ ହୋଇଛି, ହେଲେ ମିଳିଛି। ମୋର ୧୦ ବର୍ଷ ବେକାର ଯାଇନାହିଁ। ମୋତେ ଏପର୍ଯ୍ୟନ୍ତ ଯାହା ମିଳିଛି, ହୁଏତ ତା’ଠୁ ଅଧିକ ସଫଳ ହୋଇପାରିଥାନ୍ତି। କିନ୍ତୁ ମିଳିଥିବା ସଫଳତାକୁ ପାଇ ମୁଁ ଖୁସି“ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri