ଫାଇଲ ତଳେ ନୀଳମାଧବ ପୀଠକୁ ରୋପ୍‌ୱେ ବ୍ୟବସ୍ଥା

ଖଣ୍ଡପଡା,୨୯। ୧(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପୀଠକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବୟସାଧିକ୍ୟ ଓ ଭିନ୍ନକ୍ଷମ ଥିବାରୁ ପାହାଡ ଚଢ଼ି ମନ୍ଦିରକୁ ଯିବା କଷ୍ଟସାଧ୍ୟ ହୋଇଥାଏ। ଏଥିପାଇଁ ସେହି ପୀଠକୁ ଏକ ରୋପ୍‌ୱେ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପୂର୍ବତନ ବିଧାୟକ ଏ ସଂକ୍ରାନ୍ତରେ ଗୁରୁତ୍ୱାରୋପ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଏହି ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଆଜି ପର୍ଯ୍ୟନ୍ତ ସେହି ପ୍ରକଳ୍ପ ନିର୍ମାଣ ହୋଇପାରିନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ ପୀଠ ପରିଚିତ। ଏହି ମନ୍ଦିର ମହାନଦୀକୂଳ ବ୍ରହ୍ମାଦ୍ରୀ ଓ ପଦ୍ମାଦ୍ରୀ ପାହାଡ଼ ଶୀର୍ଷରେ ଅବସ୍ଥିତ। ମନ୍ଦିର ଚତୁଃପାର୍ଶ୍ୱରେ ପୂର୍ବ(ସିଂହ)ଦ୍ୱାର, ପଶ୍ଚିମ(ବ୍ୟାଘ୍ର)ଦ୍ୱାର, ଉତ୍ତର(ହାତୀ)ଦ୍ୱାର ଓ ଦକ୍ଷିଣ(ଘୋଡ଼ା)ଦ୍ୱାର ରହିଛି। ପ୍ରତି ଦ୍ୱାରରେ ୫୪ଟି ଉଚ୍ଚ ପାହାଚ ଅଛି। ସେହି ପାହାଚ ଚଢ଼ି ମନ୍ଦିରକୁ ଯିବା ଜଣେ ସାଧାରଣ ପର୍ଯ୍ୟଟକ ପାଇଁ କଷ୍ଟସାଧ୍ୟ। ଏପରିସ୍ଥଳେ ଜଣେ ଅକ୍ଷମ ତଥା ବୟସ୍କ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପାହାଚ ଚଢ଼ି ମନ୍ଦିରକୁ ଯିବା ସମ୍ଭବ ହୋଇ ନ ଥାଏ। ଏପରି ସମସ୍ୟାର ସମାଧାନ ପାଇଁ ବହୁ ଦିନରୁ ଦାବି ହୋଇଥିଲା। ୨୦୧୪ ନଭେମ୍ବର ୧୩ରେ ତତ୍କାଳୀନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜାନକୀ ବଲ୍ଲଭ ମହାପାତ୍ର ନୀଳମାଧବ ଜୀଉଙ୍କ ଦର୍ଶନ ପାଇଁ ଆସିଥିଲେ। ପାହାଡ ଚଢି ଠାକୁରଙ୍କୁ ଦର୍ଶନ କରିବା ଯାତ୍ରୀମାନଙ୍କ ପାଇଁ କିପରି ସମସ୍ୟା ସୃଷ୍ଟି କରୁଛି ସେ ସମ୍ପର୍କରେ ସେ ଅବଗତ ହେବା ପରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ରହିଥିବା ପର୍ଯ୍ୟଟନସ୍ଥଳକୁ ଯେପରି ରୋପ୍‌ ୱେ ଦ୍ୱାରା ପର୍ଯ୍ୟଟକମାନେ ଯାଇଥାନ୍ତି, ସେପରି ପ୍ରକଳ୍ପ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ୨୦୧୬ ମାର୍ଚ୍ଚ ୧ରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲିଙ୍ଗରାଜ ଆସୋସିଏଟ ହୀରାକୁଦ ରୋପୱେର କନସଲଟାଣ୍ଟ ସର୍ଭେ ଆରମ୍ଭ କରିଥିଲା। ମନ୍ଦିର ପଶ୍ଚିମ ପାର୍ଶ୍ୱ ପାଦ ଦେଶରୁ ପାହାଡର ଶୀର୍ଷକୁ ପ୍ରାୟ ୧୭୫ ମିଟର ରୋପୱେ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ଅନୁକୂଳ ମତ ପୋଷଣ କରିଥିଲେ। ପ୍ରାଥମିକ ସର୍ଭେ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ପ୍ରାୟ ସାଢେ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିଥିଲା। ଏହି ସର୍ଭେ ରିପୋର୍ଟକୁ ନୟାଗଡ ଜିଲାପାଳଙ୍କୁ ପ୍ରଦାନ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥତ୍କ ଅନୁଦାନ ପାଇଁ ଏହାର ଡିପିଆର ଓ ଡ୍ରଇଂ ଡିଜାଇନ ପର୍ଯ୍ୟଟନ ବିଭାଗରୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ଅନୁଦାନ ମଞ୍ଜୁର ପରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଥିଲାା ମାତ୍ର ପରବର୍ତ୍ତୀ ସମୟରେ ସେହି ପ୍ରକଳ୍ପ ସମ୍ପର୍କରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ନହେବାରୁ ସାଧାରଣରେ ସ୍ବପ୍ନରେ ରହିଯାଇଛି।
ଏ ସମ୍ପର୍କରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ନୀଳମାଧବ ମନ୍ଦିର ତଥା ପୀଠ ପାଇଁ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri