Posted inଖେଳ

ସ୍ପିନ୍‌ ନ କରିବି ବିପକ୍ଷ ଟିମ୍‌କୁ ଅଡୁଆରେ ପକାଉଥିଲେ ଏହି ଭାରତୀୟ ଅଫ୍‌ ସ୍ପିନର! ଆଜି ପାଳୁଛନ୍ତି ଜନ୍ମଦିନ

ନୂଆଦିଲ୍ଲୀ,୨୬।୧: ଜାନୁୟାରୀ ୨୬ରେ ଜନ୍ମ ନେବାକୁ ଭାରତୀୟମାନେ ସୌଭାଗ୍ୟ ବୋଲି ମନେ କରନ୍ତି। ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏହି ସ୍ବତନ୍ତ୍ର ଦିନରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଶିବଲାଲ ଯାଦବ ଜଣେ। ସେ ଏଭଳି ଜଣେ ଅଫ୍‌ ସ୍ପିନର ଥିଲେ, ଯିଏ ନିଜର ବୋଲିଂର ଶୈଳୀକୁ ନେଇ ବିପକ୍ଷ ଟିମ୍‌କୁ ଚିନ୍ତାରେ ପକାଇ ଦେଉଥିଲେ।

୧୯୫୭ ଆଜିର ଦିନରେ ହାଇଦ୍ରାବାଦରେ ଜନ୍ମ ନେଇଥିଲେ ଶିବଲାଲ। ୧୯୭୯ରେ ଭାରତ ପାଇଁ ପ୍ରଥମ ଟେଷ୍ଟ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। ଏହି ସିରିଜରେ ସେ ୫ ଟେଷ୍ଟ ମ୍ୟାଚ୍‌ ଖେଳି ୨୪ ଉଇକେଟ ନେଇଥିଲେ। ପାକିସ୍ତାନ ବିପକ୍ଷରେ ସେ ନିଜର ୧୦୦ତମ ଉଇକେଟ ରେକର୍ଡ ପୂରଣ କରିଥିଲେ। ତେବେ ସେ ରବି ଶାସ୍ତ୍ରୀ ଏବଂ ଦୋଶୀଙ୍କ ସହ ମିଶି ବିପକ୍ଷ ଟିମ୍‌କୁ ବହୁତ ଅସୁବିଧାରେ ପକାଉଥିଲେ।

କୁହାଯାଏ ଶିବଲାଲ ଏଭଳି ଜଣେ ସ୍ପିନର ଥିଲେ ଯାହାଙ୍କ ବଲ୍‌ ସେତେଟା ସ୍ପିନ୍‌ ହେଉ ନ ଥିଲା। ବେଳେବେଳେ ସେ ବୋଲିଂ କରିବା ସମୟରେ ସ୍ପିନ୍‌ କରୁଥିବା ବେଳେ ବେଳେବଳେ ବିଲ୍‌କୁଲ୍‌ ହେଉ ନ ଥିଲା। ଏଣୁ ବିପକ୍ଷ ଟିମ୍‌ର ଖେଳାଳି ତାଙ୍କ ବଲ୍‌କୁ ଖେଳି ନ ପାରି ଉଇକେଟ ହରାଉ ଥିଲେ।

୨୦୧୪ରେ ଆଇପିଏଲ୍‌ ଦୁର୍ନୀତି ନେଇ ତଦନ୍ତ ଚାଲୁଥିବା ବେଳେ କୋର୍ଟ ତତ୍କାଳୀନ ବିସିସିଆଇ ସଭାପତି ଏନ୍‌. ଶ୍ରୀନିବାସନ୍‌ଙ୍କ ସ୍ଥାନରେ ଶିବଲାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri