Posted inଖେଳ

ବିଟ୍‌ ଫେଉଜ ଜିତିଲେ ପ୍ରଥମ କିଜ୍‌ବୁହେଲ ଡାଉନ୍‌ହିଲ ସ୍କି ରେସ୍‌ ଟାଇଟଲ

କିଜବୁହେଲ,୨୩।୧(ଏପି): ସୁଇଜରଲାଣ୍ଡ ସ୍କି ରେସର ବିଟ୍‌ ଫେଉଜ ପ୍ରଥମଥର ପାଇଁ ଅଷ୍ଟ୍ରିଆର କିଜ୍‌ବୁହେଲରେ ଅନୁଷ୍ଠିତ ସ୍କି ରେସ୍‌ ଡାଉନ୍‌ହିଲ ବିଜୟ ହାସଲ କରିଛନ୍ତି। ଏଥିସହିତ ସେ କ୍ୟାରିୟରର ଏକାଦଶ ଅଲପାଇନ୍‌ ସ୍କି ଓ୍ବାଲର୍‌ଡ କପ୍‌ ଡାଉନ୍‌ହିଲ୍‌ ଟାଇଟଲ ଜିତିଛନ୍ତି। ତେବେ ପ୍ରତିଯୋଗିତାର ଫାଇନାଲ ଜମ୍ପ୍‌ରେ ତାଙ୍କ ଟିମ୍‌ ମେଟ୍‌ ଅର୍ସ କ୍ରିଏନବୁଲ ଦୁର୍ଘଟଣାର ଶିକାର ହୋଇ ବାଦ୍‌ ପଡିଛନ୍ତି।
ଫିନିସ୍‌ ଲାଇନ୍‌ର ନିକଟକୁ କ୍ରିଏନବୁଲ ଘଣ୍ଟା ପ୍ରତି ୧୫୦ କି.ମି. ବେଗରେ ଗତି କରୁଥିବା ବେଳେ ସନ୍ତୁଳନ ହରାଇଥିଲେ ଓ ଦୁର୍ଘଟଣାର ଶିକାର ହୋଇଥିଲେ ା ୨୦ ମିନିଟ୍‌ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଜୋରରେ ପବନ ବହୁଥିବାରୁ ରେସ ଏକାଧିକ ବାର ବାଧାପ୍ରାପ୍ତ ହୋଇଥିଲା। ଗତ ୩ଟି ସେସନରେ ଫେଉଜ ରନର୍ସଅପ ହୋଇଥିଲେ ମଧ୍ୟ ଏଥର ବାଜି ମାରିଥିଲେ। ଗତବର୍ଷର ବିଜୋ ଅଷ୍ଟ୍ରିଆର ମାଥିଆସ ମେୟରଙ୍କୁ ପଛରେ ପକାଇ ୦.୧୬ କମ୍‌ ସେକେଣ୍ଡ ସମୟ ନେଇ ଫେଉଜ ଚାମ୍ପିୟନ ହୋଇଥିଲେ। ଅଷ୍ଟ୍ରିଆର ଆଲପ୍ସ ପର୍ବତମାଳାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ୫୦,୦୦୦ ଦର୍ଶକ ଏହି ରେସ୍‌କୁ ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ...

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri