୩ ବିଲେଇଙ୍କୁ ବିଷ ଦେଇ ହତ୍ୟା, ପଡ଼ୋଶୀଙ୍କ ନାଁରେ ମାମଲା

କଟକ ସଦର, ୨୧।୧(ଡି.ଏନ୍‌.ଏ):ପଶୁଙ୍କ ପ୍ରତି ନିଷ୍ଠୁରତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ମୁଗଭଙ୍ଗା ଅଞ୍ଚଳରେ। ୩ଟି ପୋଷା ବିଲେଇଙ୍କୁ ଜଣେ ପଡ଼ୋଶୀ ବିଷ ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି। ନୀଳିମା ଦଳେଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ପଡ଼ୋଶୀ ଦିଲ୍ଲୀପ ଦଳେଇଙ୍କ ନାମରେ ଏକ ମାମଲା(ନଂ.୪୮/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ନୀଳିମା ଦଳେଇ କରିଥିବା ଅଭିଯୋଗ ଅନୁସାରେ ମଙ୍ଗଳବାର ସେ ଏବଂ ତାଙ୍କ ସ୍ବାମୀ କିଛି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ପଡ଼ୋଶୀ ଦିଲ୍ଲୀପ ଓରଫ ବୁଢ଼ା ୩ଟି ପୋଷା ବିଲେଇଙ୍କୁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ଫଳରେ ବିଲେଇଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଅଭିଯୁକ୍ତ ଦିଲ୍ଲୀପ ବିଲେଇଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଆମର ଅନୁପସ୍ଥିତିର ସୁଯୋଗ ନେଇ ଦିଲ୍ଲୀପ ପୋଷା ବିଲେଇଙ୍କ ଉପରେ ଏଭଳି ଅମାନବୀୟ କାର୍ଯ୍ୟ କରିଛନ୍ତି ବୋଲି ନୀଳିମା ଅଭିଯୋଗ କରିଛନ୍ତି। ପଶୁ ନିର୍ଯାତନା ନିରୋଧୀ ଆଇନକୁ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରିଣୀ ନିବେଦନ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର 26...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri