ଅଧା ବାଟରେ ଖୋଳ

ଯାଜପୁର ଅଫିସ/ ଚଣ୍ଡିଖୋଲ(ଡି.ଏନ.ଏ.),୧୬।୧: ନକଲି ଟ୍ରାଞ୍ଜିଟ୍‌ ପାସ୍‌ (ଟିପି) ତିଆରି କରି ଲୁହାପଥର ଲୁଟ୍‌ ଓ ଚୋରି ଘଟଣା ଏବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦୁଝର ଓ ଯାଜପୁର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ନକଲି ଟିପି ସହାୟତାରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ବିହାର ରାଜ୍ୟକୁ ଚୋରାଚାଲାଣ କରାଯାଉଥିବା ଏବେ ଦେଖିବାକୁ ମିଳିଛି। କିଛିଦିନ ତଳେ କେନ୍ଦୁଝର ଜିଲା ଚମ୍ପୁଆ, ଯୋଡ଼ା, ବାଲିବନ୍ଧ ଅଞ୍ଚଳରେ ଜଙ୍ଗଲ ଅଧିକାରୀମାନେ ବିପୁଳ ପରିମାଣର ମାଙ୍ଗାନିଜ ଜବତ କରିଥିଲେ। ଗତ ୧୪ ତାରିଖରେ ବଡବିଲ ପୋଲିସ ୭୧ ଟନ ବୋଝେଇ ୨ଟି ଟ୍ରକକୁ ଜବତ କରିଥିବାବେଳେ ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ଗତ ଅକ୍ଟୋବର ୩୧ରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ଧର୍ମଶାଳା ତହସିଲ ନେଉଳପୁର ପାହାଡ ଅଞ୍ଚଳରେ ପ୍ରାୟ ୨୦୦ ଟନ ଚୋରା ଲୁହାପଥର ଜବତ ହୋଇଥିଲା। ତେବେ ଏଯାଏ ଏହି ଲୁହାପଥର ଜବତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ଟେର ପାଇପାରିନି ଖଣି ବିଭାଗ।
କେନ୍ଦୁଝର, ସୁନ୍ଦରଗଡ଼ ଅଞ୍ଚଳରୁ ଆସୁଥିବା ଏହି ଲୁହାପଥର ବୋଝେଇ ଟ୍ରକ ଯାଜପୁର ଜିଲା ଦେଇ ପାରାଦୀପ ବନ୍ଦରକୁ ଯାତାୟାତ କରିଥାନ୍ତି। କିନ୍ତୁ ଏହି ଟ୍ରକଗୁଡ଼ିକ ପାରାଦୀପ ନ ଯାଇ ସେମାନଙ୍କର ଚାଲାଣଗୁଡ଼ିକୁ ବନ୍ଦର ରପ୍ତାନିକାରୀ ସଂସ୍ଥା ନିକଟକୁ ପଠାଇଦିଅନ୍ତି। ସେଠାରେ ଚାଲାଣ ପାସ୍‌ ହୋଇଗଲା ପରେ ଏହି ଲୁହାପଥର ବୋଝେଇ ଟ୍ରକ୍‌ ଅନ୍ୟ ସ୍ଥାନକୁ ଚାଲିଯାଇଥାଏ। ଆଉ ଏକ ନକଲି ଚାଲାଣ କରାଯାଇ ଏହାକୁ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ବିହାରକୁ ପଠାଇ ଦିଆଯାଏ। ଯାଜପୁର ଜିଲା ଦେଇ ୬ ଓ ୫୩ ନମ୍ବର ଜାତୀୟ ରାଜପଥ ଯାଇଛି। ଯେ କୌଣସି ଖଣି ଅଞ୍ଚଳରୁ ଲୁହାପଥର ବୋଝେଇ ହୋଇ ଆସୁଥିବା ଗାଡ଼ି ଏହି ଦୁଇ ଜାତୀୟ ରାଜପଥ ଦେଇ ଅତିକ୍ରମ କରିଥାଏ। ଲୁହାପଥର ଖଣିରୁ ଆଣିଲା ବେଳେ ଟ୍ରକ୍‌ ଡ୍ରାଇଭରମାନଙ୍କୁ ଟିପିି ଦିଆଯାଇଥାଏ। ଏହାକୁ ଅନ୍‌ଲାଇନ ଜରିଆରେ ଦାଖଲ କରାଯାଇଥାଏ। ଯାଜପୁର ଜିଲାର ଚଣ୍ଡିଖୋଲ ହେଉଛି ଦୁଇ ଜାତୀୟ ରାଜପଥର ମିଳନ ସ୍ଥଳ। ସେଥିପାଇଁ ଚଣ୍ଡିଖୋଲଠାରୁ ଟ୍ରକଗୁଡ଼ିକୁ କିପରି ପାରାଦୀପ ବନ୍ଦରକୁ ପଠା ନ ଯାଇ ଲୁହାପଥରକୁ ଅଧା ରାସ୍ତାରେ ଖୋଳ କରାଯିବ ତା’ର ନିର୍ଦ୍ଧାରଣ ଚୋରା ମାଫିଆମାନେ କରିଥାନ୍ତି। ପାଣିକୋଇଲିଠାରୁ ଚଣ୍ଡିଖୋଲ ୬ ନମ୍ବର ଜାତୀୟ ରାଜପଥ ଏବଂ ଡ଼ୁବୁରୀଠାରୁ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ବିଭିନ୍ନ ନିଛାଟିଆ ସ୍ଥାନ ଓ ଗ୍ରାମରେ ଲୁହାପଥରକୁ କାଢି ଦିଆଯାଉଛି। ସେଥିରୁ ଲୁହାପଥର ଗୁଣ୍ଡ ଓ ଗୁଲି ବିଭିନ୍ନ ବେଆଇନ ସ୍ପଞ୍ଜ କାରଖାନାକୁ ଚାଲାଣ ହେଉଛି। ସେଥିପାଇଁ ଅସଲି ଦେଖାଯିବା ଭଳି ନକଲି କାଗଜପତ୍ର ତିଆରି କରାଯାଉଛି। ତାହାକୁ କେହି ନକଲି ବୋଲି ଜାଣିବା କଷ୍ଟକର। ପାଣିକୋଇଲିଠାରୁ ଚଣ୍ଡିଖୋଲ ମଧ୍ୟରେ ୩ଟି ଏବଂ ଡୁୁବୁରୀରୁ ଚଣ୍ଡିଖୋଲ ମଧ୍ୟରେ ୨ଟି ର଼୍ୟାକେଟ ଲୁହାପଥର ଚୋରାଚାଲାଣରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ବିଭିନ୍ନ ଥାନା ଅଞ୍ଚଳରେ ଏଭଳି ଚାଲୁଥିବାବେଳେ ପୋଲିସ ଓ ଖଣି ଅଧିକାରୀମାନେ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯଦି କୌଣସି ସ୍ଥାନରେ କେତେବେଳେ ଅଭିଯୋଗ ହୁଏ ତେବେ କାରବାରରେ ସମ୍ପୃକ୍ତ ମାଫିଆମାନେ ଆରାମରେ ଖସିଯାଇ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଦୋଷ ଲଦିଥାନ୍ତି। ପୋଲିସ ଡ୍ରାଇଭରଙ୍କୁ କୋର୍ଟଚାଲାଣ କରି ବସିଯାଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଜେ.ଏସ. ବାନାରାଙ୍କୁ ପଚାରିବାରୁ ସେ କହିଛନ୍ତି ବିଭାଗୀୟ ସ୍କ୍ବାଡ୍‌ ଜରିଆରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri