୧୦ରୁ ଊର୍ଦ୍ଧ୍ୱ ଡିପୋରେ ଏଫ୍‌ଓ ଅପମିଶ୍ରଣ

ଯାଜପୁର ଅଫିସ,୮।୧: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ଚାଲିଛି ଫର୍ନେସ ଅଏଲ (ଏଫ୍‌ଓ), ପେଟ୍ରୋଲ, ଡିଜେଲ ଆଦି ତୈଳଜାତୀୟ ପଦାର୍ଥର ଅପମିଶ୍ରଣ। ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଅତି ଗୋପନୀୟ ଭାବେ ଏହି ଅପମିଶ୍ରଣ ଚାଲିଛି। ଏହି ବେଆଇନ କାରବାରରେ ତୈଳଜାତୀୟ ପଦାର୍ଥ ପରିବହନ କରୁଥିବା କେତେଜଣ ଗାଡ଼ି ମାଲିକ କୋଟିପତି ହୋଇଛନ୍ତି। ଏଥିରେ ମୁମ୍ବାଇର ଏକ ପରିବହନ ସଂସ୍ଥା ବହୁ ଆଗରେ ରହିଛି। ପାରାଦୀପ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ଏହି ପରିବହନ ସଂସ୍ଥା ଏଜେଣ୍ଟଙ୍କ ଜରିଆରେ ଫର୍ନେସ ଅଏଲ ବାହାର କରାଯାଉଛି। ପୁଣି ସେହି ଟ୍ୟାଙ୍କରରେ ଅପମିଶ୍ରଣ କରି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ସଂପୃକ୍ତ ଅଣଓଡିଆ ଏଜେଣ୍ଟମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ କରିଛି। ସେମାନଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହୁଛି। ହେଲେ ବେଆଇନ ଗାଡିଗୁଡିକୁ ଜବତ କରିବା କିମ୍ବା ଏଜେଣ୍ଟମାନଙ୍କୁ ଗିରଫ କରିବାରେ ପଛଘୁଞ୍ଚା ଦେଉଛି। ଫଳରେ ସେମାନେ ଗୋଟିଏ ସ୍ଥାନ ଛାଡି ଅନ୍ୟ ସ୍ଥାନରେ ଆଡ୍ଡା ଜମାଉଛନ୍ତି। ପୁଣି ଥରେ ନିର୍ଭୟରେ ନିଜ କାରବାର ଚଳାଉଥିବା ଦେଖିବାକୁ ମିଳିଛି। ଏଥିରେ ଆଇଓସିଏଲ ପକ୍ଷରୁ ନିଯୁକ୍ତ ପରିବହନ ସଂସ୍ଥାର ମାଲିକ ଏବଂ ପୋଲିସ ମଧ୍ୟରେ ମାସିକ ଲକ୍ଷାଧିକ ଟଙ୍କାର କାରବାର ହେଉଛି। ଫଳରେ ଏଫ୍‌ଓ ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପ କାରଖାନା ଏଥିଯୋଗୁ କ୍ଷତିରେ ପଡିବା ସହ ଯନ୍ତ୍ରାଂଶଗୁଡିକ ଉପରେ ନକାରାମତ୍କ ପ୍ରଭାବ ପଡୁଥିବା ଜଣାପଡିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରାଦୀପରେ ୨୦୧୬ ଫେବୃୟାରୀ ୭ରେ ୩୪,୫୫୫ କୋଟି ଟଙ୍କା ବ୍ୟୟରେ ଭାରତର ୧୧ଶ ତୈଳ ବିଶୋଧନାଗାର କାର୍ଯ୍ୟାରମ୍ଭ କରିଥିଲା। ଏହି ବିଶୋଧାନଗାରରୁ ପେଟ୍ରୋଲ, ଫର୍ନେସ ଅଏଲ, ଡିଜେଲ, ଲାଇଟ ଡିଜେଲ, କିରୋସିନ ଆଦି ବିଶୋଧନ କରାଯାଇ ଭାରତର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯାଉଛି। ସେହିଦିନଠାରୁ ପାରାଦୀପ ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ରପ୍ତାନି ହେଉଥିବା ତୈଳ ଜାତୀୟ ଇନ୍ଧନ ଫର୍ନେସ ଅଏଲ (ଏଫ୍‌ଓ) ଅପମିଶ୍ରଣ ଆରମ୍ଭ ହୋଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ହଳଦିଆ ତୈଳ ବିଶୋଧନାଗାରରୁ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ଶିଳ୍ପ କାରଖାନାକୁ ଏଫ୍‌ଓ ରପ୍ତାନି ହେଉଥିଲା। ପାରାଦୀପ ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ପରେ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯାଜପୁର, କେନ୍ଦୁଝର, ରାଉରକେଲା, ଝାରସୁଗୁଡା, ସମ୍ବଲପୁର ଆଦି ଜିଲାରେ ଥିବା ଶିଳ୍ପ କାରଖାନାକୁ ଫର୍ନେସ ଅଏଲ, ଲାଇଟ ଡିଜେଲ ଆଦି ଇନ୍ଧନ ଟ୍ୟାଙ୍କରରେ ପରିବହନ ହେଉଛି।
ସୂଚନା ଅନୁଯାୟୀ, ବିଭିନ୍ନ ତୈଳ କମ୍ପାନୀ ଟେଣ୍ଡର ଆହ୍ବାନ କରି ପରିବହନ ସଂସ୍ଥାମାନଙ୍କୁ ତୈଳଜାତୀୟ ପଦାର୍ଥ ଯୋଗାଇବାକୁ ନିୟୋଜିତ କରିଥାଆନ୍ତି। ଏଥିମଧ୍ୟରୁ ମୁମ୍ବାଇର ଏକ ପରିବହନ ସଂସ୍ଥା ସର୍ବାଧିକ ଫର୍ନେସ ଅଏଲ ପରିବହନ ଦାୟିତ୍ୱରେ ଥିବା ଜଣାପଡିଛି। ଏହି କମ୍ପାନୀର ମାଲିକ କେତେକ ଏଜେଣ୍ଟଙ୍କୁ ନିୟୋଜିତ କରି ପାରାଦୀପ, କେନ୍ଦ୍ରାପଡା, ବାଲିଚନ୍ଦ୍ରପୁର, ବଡ଼ଚଣା, ଧର୍ମଶାଳା ଓ ଡୁବୁରୀ ଥାନା ଅଞ୍ଚଳର ୫୩ ନମ୍ବର ଏନ୍‌ଏଚ୍‌ କଡ଼ରେ ଡିପୋମାନ ତିଆରି କରିଛି। ଉପରୋକ୍ତ ସ୍ଥାନରେ ଦୈନିକ ପ୍ରାୟ ୩୦ଟି ଟ୍ୟାଙ୍କରରୁ ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର ଫର୍ନେସ ଅଏଲ କଢ଼ ଯାଉଛି। ଡିପୋଗୁଡିକରେ ପୂର୍ବରୁ ରଖାଯାଇଥିବା ପୁରୁଣା ଟ୍ୟାଙ୍କର ପୂର୍ଣ୍ଣ ହେବା ପରେ ସେହି ଚୋରା ଫର୍ନେସ ଅଏଲକୁ ବାହାରକୁ ରପ୍ତାନି କରାଯାଉଥିବା ଖବର ମିଳିଛି । ତେବେ ଏ ସଂକ୍ରାନ୍ତରେ ଧର୍ମଶାଳା ଥାନା ଆଇଆଇସି ସରୋଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ଭାଙ୍ଗଡା ଛକରେ ଚାଲିଥିବା ଅପମିଶ୍ରଣ ଡିପୋ ଉପରେ ଚଢ଼ାଉ କରାଯାଇ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। ପୁଣି ଆମ ଥାନା ଇଲାକାରେ ଯଦି ଏଭଳି ଅପମିଶ୍ରଣ ଚାଲିଛି, ଖୁବଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ।

:


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri