Odisha Elections 2024
Posted inରାଜ୍ୟ

ସାର, କୀଟନାଶକ, ବିହନରେ ଠକେଇ: କ୍ଷତି ସହୁଛି ଚାଷୀ, କମ୍ପାନୀ କର୍ତ୍ତୃପକ୍ଷ ଚୁପ୍‌

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍‌ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍‌ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି କାରବାର କରୁଛନ୍ତି । ପୂର୍ବରୁ ନିମ୍ନମାନର ବିହନ, କୀଟନାଶକ, ସାର ପ୍ରୟୋଗ କରି ଜିଲାର ଚାଷୀମାନେ କ୍ଷତି ସହିଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ନକଲି କମ୍ପାନୀ ଜିଲାରେ କାୟା ବିସ୍ତାର କରିଥିବାରୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଜିଲାରେ ରବିଋତୁରେ ୭୯ହଜାର ୬୦ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ଏଥିପାଇଁ ୮ହଜାର ଲିଟର କୀଟନାଶକ ଏବଂ ୧ହଜାର କୁଇଣ୍ଟାଲ ବିହନ ଦରକାର। ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଉତ୍ତମ ଗୁଣମାନର ସାର, ବିହନ, କୀଟନାଶକ ଯୋଗାଇବା ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ୪୭୧ଜଣ ସାର ବିକ୍ରେତା, ୫୨୬ଜଣ କୀଟନାଶକ ବିକ୍ରେତା ଏବଂ ୩୬୩ଜଣ ବିହନ ବିକ୍ରେତା ରହିଛନ୍ତି। ହେଲେ ବିଭିନ୍ନ କମ୍ପାନୀର କର୍ମଚାରୀ ରବିଚାଷ ଆରମ୍ଭରୁ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ନକଲି ସାର, କୀଟନାଶକ, ବିହନ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଗତ ୩୧ତାରିଖରେ ବରଗଡ଼ରେ ଜିଲାରେ ଏକ ନାମୀଦାମୀ କମ୍ପାନୀର ବ୍ରାଣ୍ଡ୍‌ ବ୍ୟବହାର କରି କିଛି ଅସାଧୁ ବ୍ୟବସାୟୀ ନକଲି କୀଟନାଶକ ବିକ୍ରି କରୁଥିବା ବେଳେ ଧରାପଡ଼ିଛନ୍ତି। ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେ ନେଇ ପୋଲିସରେ କୌଣସି ଏତଲା ଦିଆଯାଇନାହିଁ। ଏଥିରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ସମ୍ପୃକ୍ତ କମ୍ପାନୀର କର୍ମଚାରୀ ବି.ବି ରେଡ୍ଡୀ କହିଛନ୍ତି, ସେ ବରଗଡ଼ ଏବଂ ସମ୍ବଲପୁର ଜିଲା ଦାୟିତ୍ୱରେ ରହିଛନ୍ତି। ଗତ ଦୁଇଦିନ ତଳେ ସେ ପରିଦର୍ଶନରେ ଆସିଥିବାବେଳେ ସେଭଳି ନକଲି କାରବାର ତାଙ୍କ ଦୃଷ୍ଟିକୁ ଆସିଥିଲା ଏବଂ ଗତବର୍ଷ ମଧ୍ୟ ଏଭଳି ନକଲି କାରବାର ହୋଇଥିଲା ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟପଟେ ସୋମବାର ସମ୍ପୃକ୍ତ କମ୍ପାନୀର କର୍ମଚାରୀ ଅତାବିରା ଅଞ୍ଚଳର କୀଟନାଶକ ବିକ୍ରେତା ଏବଂ କିଛି ଚାଷୀଙ୍କୁ ନେଇ ବରଗଡ଼ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ଏ ନେଇ ପୋଲିସରେ ଏତଲା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଖବର ଲେଖାହେବା ସୁଦ୍ଧା ସମ୍ପୃକ୍ତ କମ୍ପାନୀ କର୍ମଚାରୀ ବରଗଡ଼ ଟାଉନ ଥାନାରେ ଏତଲା ଦେଇ ନ ଥିବା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି। ଏ ସମ୍ପର୍କରେ ବରଗଡ଼ ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ସେ କହିଥିଲେ, ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅଭିଯୋଗ ମିଳିନାହିଁ। ପୂର୍ବରୁ ଯେଉଁ ଅଭିଯୋଗ ଆସିଥିଲା, ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ସାର, ବିହନ, କୀଟନାଶକ କିଣିବା ପରେ ବିଲ୍‌, ରସିଦ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri