‘କରୋନା ଭ୍ୟାକ୍ସିନ କରିବ ନପୁସଂକ’ ବିଧାୟକଙ୍କ ଟିପ୍ପଣିର ଉତ୍ତର ଦେଲା ଡିସିଜିଆଇ

ନୂଆଦିଲ୍ଲୀ,୩ ।୧: ଦେଶ ପ୍ରାୟ ୧ ବର୍ଷ ହେବ କରୋନା ମହାମାରୀ ସହ ଲଢି ଚାଲିଥିବା ବେଳେ ରବିବାର ସ୍ୱେଦେଶୀ ଭ୍ୟାକ୍ସିନକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏକ୍ସପର୍ଟ କମିଟିର ସୁପାରିସ ପରେ ରବିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଭ୍ୟାକ୍ସିନ କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଶେଷରେ ଜରୁରୀକାଳିନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଦେଶର ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ବିଜି ସୋମାନି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସିଡିଏସ୍‌ସିଓ ପର୍ଯ୍ୟାପ୍ତ ଅଧ୍ୟୟନ ପରେ ବିଶେଷଜ୍ଞ ସମିତିର ମଞ୍ଜୁରୀକୁ ସ୍ୱୀକାର କରିଛି ଓ ସେହି ଅନୁଯାୟୀ ଉକ୍ତ ୨ଟି ଟିକାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ସ୍ୱୀକୃତି ପ୍ରଦାନ କରିଛି । ଏହା ଫଳରେ ଆଗାମୀ ଦିନରେ ଭାରତରେ ୨ଟି ଟିକା ଜାରି କରିବାର ରାସ୍ତା ସଫା ହୋଇଯାଇଛି । ଏହାପରେ କେତେଜଣ ଏହି ଭ୍ୟାକ୍ସିନକୁ ନେଇ ଭୁଲ ତଥ୍ୟ ପ୍ରଚାର କରୁଥିବା ଜଣାପଡିଛି । ଇତିମଧ୍ୟରେ ସମାଜବାଦୀ ପାର୍ଟିର ଜଣେ ନେତା କହିଛନ୍ତି କରୋନା ଟିକା ନେଲେ ନପୁସଂକ ହେବାର ସମ୍ଭାବନା ରହିଛି । ଏହା ଜାଣିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ବିଜି ସୋମାନି କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା । ଭ୍ୟାକ୍ସିନ ୧୧୦ ପ୍ରତିଶତ ସୁରକ୍ଷିତ । ଯଦି ଭ୍ୟାକ୍ସିନର ବ୍ୟବହାରକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଥାଆନ୍ତା ତେବେ ଏହାକୁ ଅନୁମତି ମିଳି ନ ଥାଆନ୍ତା । ହେଲେ ଭ୍ୟାକ୍ସିନ ନେବା ପରେ ସାମାନ୍ୟ, ଜ୍ୱର, ମୁଣ୍ଡବିନ୍ଧା, ଆଲର୍ଜି ଦେଖା ଦେଇପାରେ । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଥିଲେ ଦେଶରେ ଯେଉଁ ଭ୍ୟାକ୍ସିନକୁ ଅନୁମତି ମିଳିଛି ତାହା ଭାରତୀୟ ଜନତା ପାର୍ଟି(ଭାଜପା)ର ତେଣୁ ଏହା ଉପରେ ମୋର ଭରସା ନାହିଁ ତେଣୁ ମୁଁ ଏହି ଭ୍ୟାକ୍ସିନ ନେବି ନାହିଁ । ଏହାପରେ ସମାଜବାଦୀ ପାର୍ଟିର ବିଧାୟକ ଆଶୁତୋଷ ସିହ୍ନା କହିଥିଲେ ଏହି ଭ୍ୟାକ୍ସିନ ନପୁସଂକ କରିଦେଇପାରେ । ଆଉ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛି ଡିସିଜିଆଇ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଆଜିଠାରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri