ରାଜ୍ୟରେ ଥମୁନି କରୋନା, ଫିଲ୍ମ ରିଲିଜ୍‌ କରିବାକୁ ଅଡ଼ି ବସିଛନ୍ତି ସାଉଥ୍‌ ଷ୍ଟାର ବିଜୟ

ଚେନ୍ନାଇ,୨୮ା୧୨- ତାମିଲନାଡୁରେ ଏବେ ଦିନକୁ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ରାଜ୍ୟରେ ଏପର୍ଯ୍ୟନ୍ତ ୧୨,୦୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହାକି ପୂରା ଦେଶରେ ଦ୍ୱିତୀୟ ସର୍ବାଧିକ। ହେଲେ କଲିଉଡ୍‌ ଆକ୍ଟର ବିଜୟ ସିନେମା ହଲରେ ୧୦୦ ପ୍ରତିଶତ ଦର୍ଶକ ଚାହୁଁଛନ୍ତି। ଏ ନେଇ ରବିବାର ରାତିରେ ମୁଖ୍ୟମନ୍ତ୍ରୀ ଇ. କେ. ପଲାନିସ୍ବାମୀଙ୍କୁ ଭେଟିଛନ୍ତି। ତାଙ୍କ ପରବର୍ତ୍ତୀ ଫିଲ୍ମ ‘ମାଷ୍ଟର’ର ରିଲିଜ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି। ଫିଲ୍ମରେ ବିଜୟ, ବିଜୟ ସେଥୁପଥି, ଆଣ୍ଡ୍ରେଆ ଜେରେମି, ମାଳବିକା ମୋହାନା ଓ ଅର୍ଜୁନ ଦାସଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ପାଣ୍ଡେମିକ୍‌ ପରେ ତାମିଲର ଏହା ସବୁଠୁ ବଡ଼ ରିଲିଜ ହେବ।

ରିପୋର୍ଟ ଅନୁଯାୟୀ, ଥିଏଟରରେ ୧୦୦ ପ୍ରତିଶତ ଦର୍ଶକଙ୍କୁ ଫିଲ୍ମ ଦେଖିବାର ଅନୁମତି ପାଇଁ ଅନୁରୋଧ କରିଛନ୍ତି ବିଜୟ। ବର୍ତ୍ତମାନ କୋଭିଡ୍‌-୧୯ କାରଣରୁ ସିନେମା ହଲ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ଦିଆଯାଇଛି ଅନୁମତି। ଏହାକୁ ବଢ଼ାଇବା ଲାଗି ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କୁ ଅନୁରୋଧ କରିଛନ୍ତି ଫିଲ୍ମର ଅନ୍ୟ କଳାକାରମାନେ । ବିଜୟଙ୍କ ଫିଲ୍ମ ଭଳି ସୁରୟାଙ୍କ ଫିଲ୍ମ ସୁରାରାଇ ପୋଟରୁ ମଧ୍ୟ ଲକ୍‌ଡାଉନ କାରଣରୁ ରିଲିଜ ହୋଇପାରି ନ ଥିଲା। ସୁରୟା ଫିଲ୍ମ ରିଲିଜ ପାଇଁ ଓଟିଟି ପ୍ଲାଟଫର୍ମର ସହାୟତା ନେଇଥିବାବେଳେ ବିଜୟ ହଲରେ ହିଁ ରିଲିଜ କରିବାକୁ ଅଡ଼ି ବସିଛନ୍ତି। ଆଶା କରାଯାଉଛି, ମାଷ୍ଟର ଜାନୁୟାରୀ ୧୩ ତାରିଖରେ ପୋଙ୍ଗଲ ଅବସରରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri