ଜ୍ବାଇଁଙ୍କୁ ପରଷାଗଲା ୭୫ ପ୍ରକାର ଖାଦ୍ୟ

ଗୋପ,୨୨।୧୨(ଡି.ଏନ୍‌.ଏ.): କଥାରେ ଅଛି ଓଡ଼ିଆ ଘରେ ଜ୍ବାଇଁର ସମ୍ମାନ ସବୁଠାରୁ ଉଚ୍ଚରେ। ଜ୍ବାଇଁ ଯେବେ ଘରକୁ ଅତିଥି ଭାବରେ ଆସିଥାଏ ସେତେବେଳେ ଶ୍ୱଶୁର ଘର ପକ୍ଷରୁ ଜ୍ବାଇଁ ଝିଅଙ୍କ ଲାଗି ୯ ପ୍ରକାର ଛଅ ଭଜା ହୋଇଥାଏ। ହେଲେ ସୋମବାର ଗୋପ ବ୍ଲକ ଅଧୀନ ନୟାହାଟ ନିକଟ ମଧୁବନ ଗ୍ରାମରେ ଜ୍ବାଇଁଙ୍କ ଲାଗି ୭୫ ପ୍ରକାରର ଓଡ଼ିଆ ଘରର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ନୟାହାଟ ମଧୁବନ ଗ୍ରାମର ବିଶ୍ବଜିତ ସାହୁଙ୍କ କନ୍ୟା ନୀହାରିକା ଭୁବନେଶ୍ବରର ପାଣ୍ତବ ନଗରର ଦେବୀପ୍ରସାଦଙ୍କୁ ବିବାହ କରିଥିଲେ। ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଦଶ ମଙ୍ଗଳାରେ ଜ୍ବାଇଁ ଝିଅ ଶଶୁର ଘରକୁ ବୁଲିବାକୁ ଆସିଥିଲେ। ନୂଆ ଜ୍ବାଇଁ ଆସିବାକୁ ନେଇ ବିଶ୍ବଜିତ ଏକ ସ୍ବତନ୍ତ୍ର ଭାବରେ ୭୫ ପ୍ରକାରର ଓଡ଼ିଆ ଘରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେହି ଖାଦ୍ୟ ମଧ୍ୟରେ ଅରୁଆ ଅନ୍ନ, ଡାଲ ଫ୍ରାଏ, ମାଛ, ମାଂସ ସହିତ ଅନ୍ୟାନ୍ୟ ଓଡ଼ିଆ ଘରର ଖାଦ୍ୟ ରହିଥିଲା। ଜ୍ବାଇଁ ଝିଅ ଘରେ ପହଞ୍ଚତ୍ବା ପରେ ଜଳଖିଆ ଥଣ୍ଡା ଆପ୍ୟାୟିତ କରାଯାଇଥିଲା। ମଧ୍ୟାହ୍ନରେ ଜ୍ବାଇଁଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ୭୫ ପ୍ରକାର ଖାଦ୍ୟ ପରିବେଷଣ କରାଯାଇଥିଲା। ଏପରି ଏକ ଜ୍ବାଇଁଙ୍କ ଲାଗି ବ୍ୟଞ୍ଜନ ପ୍ରସ୍ତୁତ କରାଯିବାକୁ ନେଇ ନୟାହାଟ ଅଞ୍ଚଳରେ ଚର୍ଚ୍ଚା ହୋଇଛି । ଏ ସମ୍ପର୍କରେ ଶ୍ୱଶୁର ବିଶ୍ବଜିତ କହିଥିଲେ, ଜ୍ବାଇଁ ହେଉଛନ୍ତି ଶ୍ୱଶୁର ଘରର ସମ୍ମାନ । ତେଣୁ ତାଙ୍କ ଲାଗି ଏତେ ପ୍ରକାର ଖାଦ୍ୟ ବଡ଼କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଧାନ କାଟି ଖଳାରେ ରଖିଥିଲେ, ନିଆଁ ଲାଗି ପାଉଁଶ ହୋଇଗଲା ୪ ଏକରର ଧାନ; ସହାୟତା ଲାଗି…

ମୋହନା,୧୮।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ କାଳିଆପଟା ଗାଁ ରେ ଥିବା ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri