ଫେସ୍‌ବୁକ୍‌, ଟୁଇଟରରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବେ ଚାଷୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ):ଚଳିତ ଖରିଫ୍‌ ଧାନ ସଂଗ୍ରହକୁ ଅଧିକ ସୁବ୍ୟବସ୍ଥିତ କରାଯିବ। ଏକ୍ଷେତ୍ରରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହେବ। ଏଥିପାଇଁ ଚାଷୀମାନେ ଫେସ୍‌ବୁକ୍‌ ଓ ଟୁଇଟର ଜରିଆରେ ମନ୍ତ୍ରୀଙ୍କୁ ସିଧାସଳଖ ଅବଗତ କରାଇବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଧାନ ସଂଗ୍ରହଜନିତ ସମସ୍ୟା ନେଇ ଚାଷୀଙ୍କ ପ୍ରଶ୍ନର ଲାଇଭ୍‌ ଉତ୍ତର ରଖିବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆସନ୍ତା ୧୯ ତାରିଖ ସୁଦ୍ଧା ଚାଷୀ/ପ୍ୟାକ୍ସ/ଲ୍ୟାମ୍ପସ/ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଏଥିରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଧାନ ସଂଗ୍ରହ ସମ୍ପର୍କରେ ସେମାନଙ୍କ ପ୍ରଶ୍ନ ମନ୍ତ୍ରୀଙ୍କୁ ପଚାରି ପାରିବେ। ମନ୍ତ୍ରୀଙ୍କ ଟୁଇଟର #AskOdishaFoodMinister ଏବଂ ଫେସ୍‌ବୁକ୍‌ ପେଜ୍‌ https://www.facebook.com/Ranedra Pratap Swain ବ୍ୟବହାର କରି ଏହି ପ୍ରଶ୍ନ ପଚାରିପାରିବେ ା ମନ୍ତ୍ରୀଙ୍କ ପ୍ରଶ୍ନୋତ୍ତର ଅଧିବେଶନ ୨୨ ତାରିଖ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ରେ ସିଧା ପ୍ରସାରଣ ହେବ। ଜନସାଧାରଣ ୟୁଟ୍ୟୁବ୍‌ ଲିଙ୍କ୍‌ (http://www.youtube.com/c/rajaswain) ଜରିଆରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ। ଧାନ ସଂଗ୍ରହ କାର୍ଯ୍ୟକୁ ଅଧିକ ପାରଦର୍ଶୀ ଓ ସ୍ବଚ୍ଛ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ‘ମୋ ସରକାର’ ଓ ୫-‘ଟି’ ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୂଚନାଯୋଗ୍ୟ, ମନ୍ତ୍ରୀ ନିୟମିତ ତାଙ୍କର ଫେସ୍‌ବୁକ୍‌ ଏବଂ ଟୁଇଟର ଜରିଆରେ ବିଭିନ୍ନ ଅଞ୍ଚଳର ଚାଷୀ ଓ ଖାଉଟିଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ଏହାର ଆଶୁ ସମାଧାନ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ପ୍ରଶ୍ନୋତ୍ତର ଅଧିବେଶନରେ ଚାଷୀଭାଇମାନେ ଯୋଗଦାନ କରି ଚଳିତ ଖରିଫ ଧାନକିଣା ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ପାଇବା ନିମନ୍ତେ ମନ୍ତ୍ରୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri