Posted inଖେଳ

୨୦୨୨ ମହିଳା କ୍ରିକେଟ ବିଶ୍ୱକପ୍‌: କ୍ୱାଲିଫାୟର ବିପକ୍ଷରୁ ଭାରତର ଅଭିଯାନ

ଦୁବାଇ, ୧୬।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୬ରେ ଟୌରଙ୍ଗାର ବେ ଓଭାଲ ଗ୍ରାଉଣ୍ଡରେ ଏକ କ୍ୱାଲିଫାୟର ଦଳ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ପରେ ମାର୍ଚ୍ଚ ୧୨ ଓ ୨୨ରେ ମଧ୍ୟ ଭାରତ ହାମିଲଟନର ସେଡନ ପାର୍କରେ ଅନ୍ୟ ଦୁଇ କ୍ୱାଲିଫାୟର ଦଳ ବିପକ୍ଷରେ ମ୍ୟାଚ ଖେଳିବ। ରାଉଣ୍ଡ ରବିନ ଭିତ୍ତିରେ ଖେଳାଯିବାକୁଥିବା ଟୁର୍ନାମେଣ୍ଟରେ ଭାରତ ମାର୍ଚ୍ଚ ୧୬ରେ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ ଲଡର୍‌ସରେ ୨୦୧୭ ମହିଳା ବିଶ୍ୱକପ ଫାଇନାଲର ରିମ୍ୟାଚ ସଦୃଶ ହେବ। ଏହାପରେ ଭାରତ ୧୯ରେ ଅକ୍‌ଲାଣ୍ଡର ଇଡେନ ପାର୍କରେ ଅଷ୍ଟ୍ରେଲିଆ ଏବଂ ୨୭ରେ ଖ୍ରୀଷ୍ଟଚର୍ଚ୍ଚର ହାଗ୍‌ଲେ ଓଭାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ। ଏହି ମେଗା ପ୍ରତିଯୋଗିତା ପ୍ରକୃତରେ ୨୦୨୧ ଫେବୃୟାରୀ-ମାର୍ଚ୍ଚ ମଧ୍ୟରେ ହେବାର ଥିଲା। ମାତ୍ର କୋଭିଡ୍‌-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖା ଯାଇଥିଲା। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ପ୍ରତିଯୋଗିତା ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୬ଟି ଆୟୋଜକ ସହର ଓ ଭେନ୍ୟୁକୁ ଅପରିବର୍ତ୍ତିତ ରଖାଯାଇଛି। ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଅକ୍‌ଲାଣ୍ଡ, ଟୌରଙ୍ଗା, ହାମିଲଟନ, ଓ୍ବେଲିଂଟନ, ଖ୍ରୀଷ୍ଟଚର୍ଚ୍ଚ ଓ ଡୁନେଡିନ୍‌ରେ ଖେଳିବେ।
କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୪ରେ ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମ୍ୟାଚରେ ଏକ କ୍ୱାଲିଫାୟର ଦଳକୁ ଭେଟି ଅଭିଯାନ ଆରମ୍ଭ କରିବ। ଓ୍ବେଲିଂଟନର ବେସିନ ରିଜର୍ଭ ଏବଂ ଖ୍ରୀଷ୍ଟଚର୍ଚ୍ଚର ହାଗ୍‌ଲେ ଓଭାଲ ସେମିଫାଇନାଲ ଆୟୋଜନ କରିବେ। ଖ୍ରୀଷ୍ଟଚର୍ଚ୍ଚରେ ଫାଇନାଲ ଏପ୍ରିଲ ୨ରେ ଖେଳାଯିବ। ଭାରତ ବ୍ୟତୀତ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା କ୍ୱାଲିଫାଏ କରିଛନ୍ତି। ଅନ୍ୟ ୩ଟି ଦଳ ଆଇସିସି କ୍ୱାଲିଫାୟର ଟୁର୍ନାମେଣ୍ଟରୁ ଆସିବେ। ଏହି ପ୍ରତିଯୋଗିତା ଆସନ୍ତାବର୍ଷ ଶ୍ରୀଲଙ୍କାରେ ଜୁନ୍‌ ୨୬ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱକପ ପାଇଁ ପୁରସ୍କାର ରାଶି ୫.୫ ମିଲିୟନ ନ୍ୟୁଜିଲାଣ୍ଡ ଡଲାର ରଖା ଯାଇଛି। ଯାହାକି ୨୦୧୭ ବିଶ୍ୱକପ ତୁଳନାରେ ୬୦ ପ୍ରତିଶତ ଏବଂ ୨୦୧୩ ତୁଳନାରେ ୧୦୦୦ ପ୍ରତିଶତ ଅଧିକ। ଦିନିକିଆ ହେଉ କିମ୍ବା ଟି୨୦, ଗତ ୩-୪ ବର୍ଷ ଧରି ଭାରତ ଆଇସିସି ଟୁର୍ନାମେଣ୍ଟଗୁଡ଼ିକରେ ଭଲ ପ୍ରଦର୍ଶନ କରିଆସୁଛି। ଆମେ ଯଦି ୨୦୨୨ରେ ବିଶ୍ୱକପ ଜିତିବାକୁ ସକ୍ଷମ ହେଉ ତେବେ ପରବର୍ତ୍ତୀ ପିଢ଼ିର ବାଳିକାଙ୍କ ପାଇଁ ବଡ଼ ପ୍ରେରଣା ସଦୃଶ ହେବ ବୋଲି ଭାରତୀୟ ଅଧିନାୟିକା ମିଥାଲି ରାଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri