Posted inଖେଳ

ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ: ହନୁମା, ପନ୍ତଙ୍କ ଶତକ

ସିଡ୍‌ନୀ, ୧୩।୧୨- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଶତକ ହାସଲ କରି ନିଜ ଦାବିକୁ ମଜଭୁତ କରିଛନ୍ତି ଭାରତର ହନୁମା ବିହାରୀ ଓ ରିଷଭ ପନ୍ତ। ଉଭୟଙ୍କ ଅପରାଜିତ ଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌ରେ ନିଜର ସ୍ଥିତିକୁ ଦୃଢ଼ କରିଛି। ଦ୍ୱିତୀୟ ଦିବସ ଶେଷସୁଦ୍ଧା ଭାରତ ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୩୮୬ ରନ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆ ‘ଏ’ ଠାରୁ ଦଳ ୪୭୨ ରନରେ ଅଗ୍ରଣୀଲାଭ କରିଛି।
ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ କେବଳ ପୃଥ୍ବୀ ଶ’(୩)ଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ଖେଳିଥିଲେ। ଟପ୍‌ ଅର୍ଡରରେ ମୟଙ୍କ ଅଗ୍ରଓ୍ବାଲ ୬୧ (୧୨୦ ବଲ, ୪ ଚୌକା, ୨ ଛକା) ଓ ଶୁବମନ ଗିଲ ୬୫ (୬୮ ବଲ, ୧୦ ଚୌକା) କରି ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ପୃଥ୍ବୀ ଆଉଟ ହେବାପରେ ସୁଯୋଗର ଭରପୂର ସଦ୍‌ବ୍ୟବହାର କରିଥିଲେ ଗିଲ୍‌। ତେବେ ଓପନିଂ ସ୍ଲଟ୍‌ ପାଇଁ ଅନ୍ୟତମ ଦାବିଦାର ଥିବା ୨୧ ବର୍ଷୀୟ ଗିଲ୍‌ ଦୁର୍ଭାଗ୍ୟଜନକଭାବେ ଅମ୍ପାୟରଙ୍କ ଦ୍ୱାରା ଆଉଟ ନିଷ୍ପତ୍ତିର ଶିକାର ହୋଇଥିଲେ। ଲେଗ୍‌ ସ୍ପିନର ମିଚେଲ ସ୍ବେପସନ ଦ୍ରୁତ ବେଗରେ ଏକ ବଲ୍‌ ପକାଇଥିବାବେଳେ ଗିଲ୍‌ ଏହାକୁ ଫ୍ଲିକ୍‌ କରିବାକୁ ଯାଇ ମିସ୍‌ କରିଥିଲେ। ବଲ୍‌ଟି ପ୍ରଥମ ସ୍ଲିପ୍‌କୁ ଯାଇଥିବାବେଳେ ସିଅନ ଆବୋଟ ଡାଇଭ୍‌ ମାରି କ୍ୟାଚ ଧରିଥିଲେ। ସ୍ବେପସନ ଏଲବିଡବ୍‌ଲ୍ୟୁ ଅପିଲ୍‌ କରିଥିଲେ। ମାତ୍ର ଅମ୍ପାୟର କ୍ୟାଚ ଆଉଟ ନିଷ୍ପତ୍ତି ନେଇ ଅଙ୍ଗୁଳି ଉଠାଇଥିଲେ। ପ୍ରାକ୍ଟିସ ଗେମ୍‌ରେ ଡିଆରଏସ୍‌ ଓ ସ୍ନିକୋମିଟର ବ୍ୟବହାର ନ ଥିବାରୁ ଗିଲ୍‌ ଅମ୍ପାୟରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରିପାରି ନ ଥିଲେ। ଫଳରେ ସେ ଡ୍ରେସିଂରୁମ୍‌ ଆଡ଼କୁ ମୁହାଁଇଥିଲେ। ମିଡିଲ ଅର୍ଡରରେ ହନୁମା ଓ ପନ୍ତ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ହନୁମା ନିଜ ସ୍ବାଭାବିକ ବ୍ୟାଟିଂ ଜାରି ରଖି ୧୯୪ ବଲ୍‌ରୁ ୧୩ ଚୌକା ସହାୟତାରେ ୧୦୪ ରନ କରି ଅପରାଜିତ ରହିଥିଲେ। ପନ୍ତ କିନ୍ତୁ ଖେଳିଥିଲେ ଦ୍ରୁତ ଇନିଂସ। ଶେଷ ଓଭର ପୂର୍ବ ଅର୍ଥାତ୍‌ ୮୯ ଓଭର ବେଳକୁ ସେ ୮୧ ରନ କରି ଶତକଠାରୁ ୧୯ ରନ ଦୂରରେ ରହିଥିଲେ। ଜ୍ୟାକ ଓ୍ବିଲ୍ଡରମୁଥ୍‌ ଶେଷ ଓଭର ବୋଲିଂ କରିଥିଲେ। ପନ୍ତ ପ୍ରଥମ ବଲ୍‌ରେ କୌଣସି ରନ ନେଇପାରି ନ ଥିବାବେଳେ ପରବର୍ତ୍ତୀ ୫ ବଲ୍‌ରେ ଯଥାକ୍ରମେ ୪, ୪, ୬, ୪, ୪ ରନ ସଂଗ୍ରହ କରି ଶତକ ପୂରଣ କରିଥିଲେ। ଖେଳ ଶେଷ ବେଳକୁ ସେ ୭୩ ବଲ୍‌ରୁ ୯ ଚୌକା ଓ ୬ ଛକା ସହାୟତାରେ ୧୦୩ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାନେ ୭୧ ବଲ୍‌ରୁ ୩୮ ରନ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ‘ଏ’ ବୋଲରଙ୍କ ମଧ୍ୟରେ ମାକ୍ର ଷ୍ଟେକେଟି ୨ଟି ଏବଂ ଓ୍ବିଲ୍ଡରମୁଥ ଓ ମିଚେଲ ସ୍ବେପସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଭାରତ ଏହାର ପ୍ରଥମ ଇନିଂସରେ ୧୯୪ ରନ କରିଥିବାବେଳେ ଅଷ୍ଟ୍ରେଲିଆ ‘ଏ’ ଇନିଂସ ୧୦୮ ରନରେ ସୀମିତ ରହିଥିଲା।
ପୁକୋଭସ୍କି, ଗ୍ରୀନ୍‌ଙ୍କ ପରେ କନ୍‌ଓ୍ବେ
ଅଷ୍ଟ୍ରେଲିଆ କ୍ରିକେଟରେ ଆହତ ସମସ୍ୟା ବଢ଼ିବାରେ ଲାଗିଛି। ଓ୍ବିଲ୍‌ ପୁକୋଭସ୍କି ଏବଂ କାମେରନ ଗ୍ରୀନ୍‌ଙ୍କ ପରେ ଏବେ ହ୍ୟାରୀ କନ୍‌ଓ୍ବେ କନ୍‌କସନ ଜନିଜ ଆହତ ତାଲିକାରେ ସାମିଲ ହୋଇଛନ୍ତି। ୧୧ ନମ୍ବର ବ୍ୟାଟ୍ସମ୍ୟାନଭାବେ ପ୍ରଥମ ଦିବସରେ ବ୍ୟାଟିଂ କରୁଥିବାବେଳେ କନ୍‌ଓ୍ବେଙ୍କ ହେଲ୍‌ମେଟରେ ବଲ୍‌ ବାଜିଥିଲା। ପଡ଼ିଆରେ ମେଡିକାଲ ଟିମ୍‌ ପରୀକ୍ଷା କରିବା ସମୟରେ ଅସୁସ୍ଥର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ମାତ୍ର ଅଷ୍ଟ୍ରେଲିଆ ‘ଏ’ ପ୍ରଥମ ଇନିଂସ ଶେଷ ହେବାପରେ ତାଙ୍କୁ ଆଉଥରେ ପରୀକ୍ଷା କରାଯିବା ସମୟରେ ସେ ଅସୁସ୍ଥ ଅନୁଭବ କରୁଥିବା ଜଣାଯାଇଥିଲା। ଫଳରେ ସେ ଓ୍ବାର୍ମଅପ୍‌ ଗେମ୍‌ର ଦ୍ୱିତୀୟ ଏବଂ ତୃତୀୟ ଦିବସ ଖେଳରୁ ଓହରି ଯାଇଥିଲେ। କନ୍‌କସନ ନିୟମରେ ତାଙ୍କ ବଦଳ ଖେଳାଳିଭାବେ ମାର୍କ ଷ୍ଟେକେଟିଙ୍କୁ ଅଷ୍ଟ୍ରେଲିଆ ‘ଏ’ ଦଳରେ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri